Ad

header ads

Get your answers

ଓଡିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା କିଛି ସାରସ୍ଵତ ପ୍ରେମୀ ଓ ସଂସ୍କୃତି ସଚେତକଙ୍କ ପ୍ରଚେଷ୍ଟାରେ ବଣମଲ୍ଲୀର ମହକର ସୃଷ୍ଟି । ବିଜ୍ଞାନର ଦ୍ରୁତ ପ୍ରଗତିରେ ଓଡିଆ ସାହିତ୍ୟ ଓ ସଂସ୍କୃତିର ଆଦର ଅଭ୍ୟର୍ଥନା ତଥା ଇଣ୍ଟରନେଟ ମାଧ୍ୟମରେ ଓଡିଆ ସାହିତ୍ୟ ଓ ସଂସ୍କୃତିର ବିଶ୍ଵବ୍ୟାପୀ ପ୍ରସାରଣ ଏହି ଅଭିଯାନର ମୂଳଲକ୍ଷ୍ୟ । ସାଂପ୍ରତିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଛାପା ପତ୍ରିକାଟିଏ ପଢିବାର ସଉକ ଆଜି କମି କମି ଯାଉଥିବା ବେଳେ ଇ-ପତ୍ରିକାଟିଏ ଇଣ୍ଟରନେଟ ମାଧ୍ୟମରେ ହାତ ପାଆନ୍ତାରେ ବିନା ମୂଲ୍ୟରେ ଖୁବ ସହଜରେ ପହଞ୍ଚିବା ସହିତ ବେଶ ଜନାଦୃତ ହୋଇ ପାରୁଛି ଆଜିର ଅଗଣିତ ପାଠକ ପାଠିକା ମାନଙ୍କ ନିକଟରେ । ଓଡିଆ ଭାଷା-ସାହିତ୍ୟ ତଥା ସଂସ୍କୃତିକୁ ବିଶ୍ଵ ବିଦିତ କରିବା, ନୂତନ ପିଢିର ସାହିତ୍ୟ ସ୍ରଷ୍ଟା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା ସହିତ ପ୍ରତିଷ୍ଠିତ ସାହିତ୍ୟ ସ୍ରଷ୍ଟା ମାନଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିବା ହେଉଛି ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

ଏଥିରେ ଦୁଇଗୋଟି ପଦ୍ଧତ୍ତି ଯଥା - ଇମେଲ ମାଧ୍ୟମରେ ଏବଂ ୱେବ ଫର୍ମ ମାଧ୍ୟମରେ ଆପଣ ନିଜ ଲେଖା ଯୋଡ଼ିପାରିବେ । ୱେବସାଇଟରେ ଉପଲବ୍ଦ୍ଧ ଥିବା WRITE ଉପରେ କ୍ଲିକ କରି ଲେଖା ଯୋଡନ୍ତୁ ।

ବଣମଲ୍ଲୀର ମହକ ଅନୁଷ୍ଠାନର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ନିଃଶୁଳ୍କ । ଏଥି ନିମନ୍ତେ କୌଣସି ପାଠକ କିମ୍ବା ଲେଖକଙ୍କୁ କିଛି ବି ମୂଲ୍ୟ ଦେବାକୁ ପଡିନଥାଏ ।