Ad

header ads

କବିତା - ପୁଣିଥରେ ଏକାନ୍ତରେ - ସତ୍ୟରଞ୍ଜନ ଦାସ

ଶୀର୍ଷକ : ପୁଣିଥରେ ଏକାନ୍ତରେ
ବିଷୟ : କେଜାଣି କାହିଁକି ଆଜି ଇଚ୍ଛା ହୁଏ
ପୁଣି ଥରେ କଲମଟିଏ ଧରିବାକୁ,
ଅଦାବାଲିର ଆଢୁଆଳରେ
ସ୍ୱପ୍ନର କୋଣାର୍କଟିଏ ଗଢିବାକୁ |

ସୂର୍ଯ୍ୟୋଦୟର ପହିଲି କିରଣ
ସୁଖ-ଦୁଃଖର ଏ ଅଧାଗଢ଼ା ଜୀବନ,
କଷ୍ଟରେ ଜର୍ଜରିତ ଅକୁହା ବ୍ୟଥା
ମରୁଭୂମିରେ ଯେମିତି ଜଳର ଗାଥା |

ଶ୍ରାବଣର ସେ ବର୍ଷାଝରା ରାତି
ତା ସାଙ୍ଗକୁ ବଢୁଥିଲା ଦେହର ତାତି,
ଭିଜା ଭିଜା ତୁମ ନୟନର ଲୋତକ
ପ୍ରେମ ନ କରି ବି ମୁଁ
ଦେଖିପାରୁଥିଲି ତୁମ ଜୀବନ ଜାତକ |

ଅତୀତର ଅଙ୍କାବଙ୍କା ରାସ୍ତା
ସମ୍ପର୍କ ଯୋଉଠି ବଦନାମ,
ଆଜିକାଲିର ଲୋକେ କୁହନ୍ତି
ପ୍ରେମ କାଳେ ବହୁତ ଶସ୍ତା |
ବିଭାଗ : କବିତା
ଲେଖକଙ୍କ ନାମ : ସତ୍ୟରଞ୍ଜନ ଦାସ
ଠିକଣା : ରତଳାଙ୍ଗ ବୈଷ୍ଣବ ମଠ, ଯାଜପୁର ଓଡିଶା India
ଫୋନ : 909-074-0501
ଇମେଲ : satyaranjan2908@gmail.com

Post a Comment

0 Comments