Ad

header ads

କବିତା - ମୋ ଭାଷା ମୋ ମା'ର କଥା - ସୁଧାକର ସେଠୀ

ମୋ ଭାଷା କେଡେ ସୁନ୍ଦର 
କେଡେ ମଧୁରତା ହସ 
ଓଡ଼ିଶାରେ ମୁଁ ଜନମ ହୋଇ
କହି ଓଡ଼ିଆ ହୁଏ ଗର୍ବିତ

ମା'ଠାରୁ ଶୁଣି ଶିକ୍ଷିଛି 
ବିଦ୍ୟାଳୟ ଦେଇଛି ଶୁଦ୍ଧତା
ଯେଉଁଠି ଥିଲେ ଯେମିତି ଥିଲେ
ମୋ ପାଇଁ ଶ୍ରେଷ୍ଠ ମୋ ଭାଷା।

କେତେ ଦୁର୍ଦ୍ଦିନ ଦେଖିଛି ମୋ ଭାଷା
ଲଢିଛି ସଂକଟ ଘଡିରେ 
ତା ଫକୀର ତା ମଧୁସୁଦନ 
ଟେକ ରଖିଲେ ମହୀର 

ଏପଟେ ବଙ୍ଗ ସେ ପଟେ ବିହାର
ଆନ୍ଧ୍ର ଆସୁଥିଲା ମାଡି 
ଆଜିବି ବଙ୍ଗଭାଷା ଭାଷିଙ୍କ ସେ ଗୀର
ମନେପଡିଲେ ହୃଦ ଯାଏ ଥରି ।

ଧନ୍ୟ ମୋ ଜାତି ଲଢୁଆ ଜାତି 
ପାଦେ କରେ ଦଣ୍ଡଵତ
ମୋ ଭାଷା ମୋ ମାଟିର ସୁରକ୍ଷା
ପାଇଁ ସଭିଏଁ ସଦା ସମର୍ପିତ।

କେତେକେଚେ ସାହିତ୍ୟ କାବ୍ୟକବିତା
ଛୁଇଁଛି ସଭିଙ୍କ ହୃଦ 
ଭଞ୍ଜ ସାହିତ୍ୟର ଅମଳିନ ଚିତ୍ର 
ଆଜିଵି ବିଶ୍ଵବିଦିତ ।

ବଳରାମ ଦାସଙ୍କ ଦାଣ୍ଡି ରାମାୟଣ 
ଶୁଦ୍ରମୁନିଙ୍କ ମହାଭାରତ 
ଭକ୍ତିରସଭରା ଜଗନ୍ନାଥ ଦାସଙ୍କ ଭାଗଵତ
ଘରେଘରେ ଆଜି ପରିଚିତ।

ଦୀନକୃଷ୍ଣଙ୍କ ରସ କଲ୍ଲୋଳ 
ଥରେ ଯିଏ ପାନ କରିଛି 
ଧନ୍ୟ ହୋଇଛି ଜୀବନ ତାର
ସେ ରସର ଅମୃତ ପରସ ଲଭିଛି।

ଗଙ୍ଗାଧରଙ୍କ ତପସ୍ବୀନି କାବ୍ୟ 
ରାଧାନାଥଙ୍କ ନନ୍ଦୀକେଶ୍ବରୀ 
ନାରୀ ଚରିତ୍ରର ଅମ୍ଳାନ ଚିତ୍ର 
ହୃଦକୁ ନେଇଛି କିଣି ।

କେତେ କେତେ ରଥି ଭାଷା ବିଷାରଦ
ମୋ ମାଟିର ଯୋଗ୍ୟ ପୁତା 
ସାରା ବିଶ୍ବରେ ଡିଣ୍ଡିମ ପିଟିଛି 
ମୋ ଭାଷା ଆଜି ଜଗତଜିତା ।

ଜମ୍ବେଶ୍ଵରପୁର, ବାଲେଶ୍ବର
ଦୁରଭାଷ ନଂ ୯୩୩୭୬୮୧୫୨୪

Post a Comment

0 Comments