Ad

header ads

କବିତା - ମନ ଅଗଣା - ଡକ୍ଟର ମାଙ୍ଗଳିକା ମହାପାତ୍ର


ବେଳେ ବେଳେ ବହୁତ ଖୁସି ଥିଲେ
ସନ୍ଧ୍ୟାରେ ମୋ ମନର ଅଗଣାକୁ 
ଓହ୍ଲାଇ ଆସନ୍ତି ଜହ୍ନ ତାରା ଆକାଶୁ 
ସେମାନଙ୍କ ମେଳରେ 
ସପନର ରାଜକୁମାରୀ ବୋଲି 
ଭାବେ ମୁଁ ନିଜକୁ 
ମନଭରି କଥାହୁଏ ତାଙ୍କ ସହିତ 
ବାଣ୍ଟେ ସେମାନକ ସାଥେ 
କିଛି ସ୍ମୃତି କିଛି ଅନୁଭୂତିକୁ 
ଆକାଶରେ କି କରନ୍ତି ବୋଲି 
ପଚାରି ବସେ ତାରା ମାନଙ୍କୁ 
ବିଛୁରନ୍ତି କେମିତି ସେଠାରେ
ନିଜ ସ୍ଵଚ୍ଛ ଆଲୋକକୁ... 
ପୁଣି ମୁଁ ପଚାରେ ସେ ମନୁଆ ଜହ୍ନକୁ
କେମିତି ସେ ଛାଡି ରୁହେ... !
ତା ପ୍ରେମିକା କଇଁ କୁ... 
ସବୁ ରାତିରେ ଲୁଚକାଳି ଖେଳେ ସେ 
ବାଦଲ ସହିତ ଜଳାଇ ତା ମନକୁ 
ଦୂରେ ଥାଇ ଆଖି ମିଟିକା ମାରେ 
ଆସେ ନାହିଁ କି ଡାକେ ନାହିଁ ପାଖକୁ 
ପୁଣି ମୋ ନିଜ କଥା କୁହେ ସେମାନଙ୍କୁ 
କେମିତି ପିଲାଦିନୁ ଶୁଣି ଶୁଣି କଥା ତାଙ୍କ 
ବଡ ମୁଁ ହେଇଛି.. ଶିଶୁ ରୁ କିଶୋରୀକୁ 
ଭାବୁ ଭାବୁ ହଠାତ ଦେଖେ 
ସିନ୍ଦୁରା ଯାଇଛି ଫିଟି... ଜହ୍ନ ତାରା 
କେହି ନାହାନ୍ତି ପାଖେ... 
ମନେ ମନେ ହସେ 
ଭାବେ କାହିଁକି ଯେ ଏମିତି ହେଲି... !!

ପ୍ଲଟ ନଂ ୩୫୩ , କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଓଡିଶା

Post a Comment

1 Comments

You can write now your valuable comments here. Off-topic comments may be removed or deleted without prior notice.