Ad

header ads

କବିତା - ମହା ଶିବରାତ୍ରୀ - ଜୟଶ୍ରୀ ମେହେର

ଶୀର୍ଷକ : ମହା ଶିବରାତ୍ରୀ
ବିଷୟ : ନମୋ ଶିବ ଶଙ୍କର ହେ ମହେଶ୍ୱର
ଆସିଛି ତୁମ ଜାଗର ଦିନ
ଭକ୍ତି ଭାବେ ଭରି ଉଜାଗର ରହି
କରୁଛି ଆଜି ନାମ କିର୍ତ୍ତନ ।
ପୁଷ୍ପ ଅର୍ଘ୍ୟ ଦେଇ ପୂଜିବି ତୁମ୍ଭଙ୍କୁ
ତୁମେ ଅଟ ଯେ ଆଶୁତୋଷ
ପୂଜିଲେ ତୁମ୍ଭଙ୍କୁ ଭକ୍ତି ସହକାରେ
ମନୋବାଞ୍ଛା ହେବ ସିଦ୍ଧ ।
ବେଲପତ୍ରେ ତୁମ୍ଭର ଆଗ୍ରହ ଥାଏ
ଦୁଦୁରା , ଅରଖ ଧାରଣ
ଜାଗର ଦିନ କେତକୀ ଫୁଲକୁ
କରିଥାଅ ତୁମେ ମଣ୍ଡନ ।
ଶୁଦ୍ଧ ପୂତ ହୋଇ ଘୃତ ଦୀପଜାଳି
କରେ ତବ ଉପାସନା
ଭକ୍ତିଭାବ ଦେଖି କୃପା କର ତାକୁ
ପୂରଣ କର କାମନା ।
ସେବତୀ, କିଆ ଅରଖ ଫୁଲଦେଇ
କରେ ଆଜି ନିବେଦନ
ଭୋଳା ଶଙ୍କର ତୁମେ ଭକ୍ତଙ୍କଠାରେ
ଭକ୍ତିଭରେ ହୁଅ ଲୀନ ।
ଦେବଙ୍କର ଦେବ ମହାଦେବ ତୁମେ
ବିଷକୁ କରି ତୁମେ ଆକଣ୍ଠ
ଜଗତର ଜନ ନାମ ଦେଇଛନ୍ତି
ତୁମେ ଅଟ ନୀଳକଣ୍ଠ ।
ଉଜାଗର ରହି ଜାଗର ଜାଳୁଛି
ମନ ଭିତରେ ଭକ୍ତି ଭରେ
ଘେନ ମୋର ଡାକ ହେ ଭୋଳାନାଥ
ଏତିକି ବିନତି କରେ ।

ଜୟଶ୍ରୀ
ବିଭାଗ : କବିତା
ଲେଖକଙ୍କ ନାମ : ଜୟଶ୍ରୀ ମେହେର
ଠିକଣା : ବନୁପାଲି ପଦ୍ମପୁର ଓଡିଶା India
ଫୋନ : 334-789-4952
ଇମେଲ : jayashreemeher29@gmail.com

Post a Comment

0 Comments