Ad

header ads

କବିତା - ଲୁହର ଶ୍ରାବଣୀ - ନାରାୟଣ ଚନ୍ଦ୍ର ସେନାପତି

ଶ୍ରାବଣର ଝୋ ଝୋ ବର୍ଷରେ 
ମା କୋଳ ପୁରି ଉଠିଲା 
ଅନେକ ଆଶା ରଖି ମା ବାପା ନାଁ ଦେଲେ ଶ୍ରାବଣୀ
କେତେ ତପସ୍ୟାର ଫଳ ସେ
ନିଶ୍ଚୟ ସୁଅ ପରି ବୋହି ଆଣିବ ଧନ,ଗୁଣ
ସାଜିବ ଐଶ୍ୱର୍ଯ୍ୟର ରାଣୀ
ଶିକ୍ଷା ଦୀକ୍ଷାର କାତ ଆହୁଲାରେ
ପାରି କରିବ ସେ ସଂସାର ତଟିନୀ
ବାହି ବାହି ସମାଜ,ସଭ୍ୟତାର ଧର୍ମ ତରଣୀ।

ଦୁର୍ଘଟଣାର ଝଡ଼ଟା ସେଦିନ ଭାଙ୍ଗିଦେଲା ବିଶ୍ୱାସର ନାଆକୁ
ସଭିଏଁ ଚାଲିଗଲେ ଆର ପାରିକୁ
ରହିଗଲା ନିଜ ମାଆ ସାଥେ
ବିଚାରୀ ଶ୍ରାବଣୀ
ଖୋଜୁଥାଏ ବାପାଙ୍କୁ ଝରାଇ ଆଖିର ଲୁହ
ନିଃସ୍ୱ ଜୀବନରେ ଜୀବନର ସ୍ୱାଦ କଣ ବା ବାରିବ
ଛାତିରୁ ସାଉଁଟୁଥାଏ ଦୁଃଖର କୋହ
ଅତି ଦୟନୀୟ ତା କାହାଣୀ
ଦୁଃଖ ସାଗରରୁ ସୁଖର ତରଙ୍ଗ କେମିତି ପାଇବ
ଖୋଜୁଥାଏ ଲୁହର ଶ୍ରାବଣୀ।

ଭାଇ ବନ୍ଧୁ କୁଟୁମ୍ଭଙ୍କୁ ସାଥିରେ ଧରି ଦୁଃଖଟା ସାଜି ମହାମାରୀ  ଛଡେଇନେଲା ତା ମାଆକୁ
ସମୟ ବାଧ୍ୟ କଲା ପୂର୍ଣ୍ଣଚ୍ଛେଦ ଦେବାକୁ ତା ଅଧୁରା କାହାଣୀ
ନିର୍ବାସିତର ବିଳାପ ପରି ଜପୁଥାଏ ପ୍ରଭୁଙ୍କ ନାମ
ଚାରିକାନ୍ଥ ହସୁଥାଏ ଚକଚକ ବିଜୁଳି ଆଲୁଅ ପରି
ଭଲ ପାଉଥିବା କାର୍ତ୍ତିକଟା ପ୍ରତାରଣାର ଧକ୍କାରେ ଛାଡି ଦେଇ ଚାଲିଗଲା ଅଧାବାଟେ
କିଂକର୍ତ୍ତବ୍ୟବିମୁଢ ହୋଇ କାହାର ଦୟାର ପାତ୍ର ପ୍ରାୟ
ସାଜିଲା ନିରାଶ୍ରା ଭିକାରୁଣୀ
ଅତି ମର୍ମସ୍ପର୍ଶୀ ସେ କାହାଣୀ
ଆଶ୍ଚର୍ଯ୍ୟ ଲାଗେ
ସମୟ ଭାଗ୍ୟ ବେଳେବେଳେ ଲେଖିଦିଏ 
ସ୍ରଷ୍ଟାଙ୍କ ବହିରେ 
କାହାକୁ ସଜେଇ ଲୁହର ଶ୍ରାବଣୀ।

ଜମ୍ଭରା, କେଉଁଝର

Post a Comment

0 Comments