Ad

header ads

କବିତା - କିଛି ସମ୍ପର୍କ - କାହ୍ନୁ ଚରଣ ସାହୁ

ଶୀର୍ଷକ : କିଛି ସମ୍ପର୍କ
ବିଷୟ : କିଛି ସମ୍ପର୍କ ଏମିତି ଥାଏ
ଅନ୍ତ ତାହାର କେବେ ନ ହୁଏ !

କିଛି ସମ୍ପର୍କ ଗଢ଼ିବ କିଏ
ଗଢୁ ଗଢୁ ପୁଣି ଭାଙ୍ଗୁ ଥାଏ !

କିଛି ସମ୍ପର୍କ ଅମୂଲ୍ୟ ଅଟେ
ଭାଙ୍ଗିବା ଚେଷ୍ଟା ବିଫଳ ହୁଏ !

କିଛି ସମ୍ପର୍କ ଅଢେଇ ଦିନ
ଥରେ ଭାଙ୍ଗିଲେ ଖୋଜେନି ମନ !

କିଛି ସମ୍ପର୍କ ଅତି ନିବିଡ଼
ଲାଗଇ ସଦା ସ୍ନେହର ଭିଡ଼ !

କିଛି ସମ୍ପର୍କ ବିଷାକ୍ତ ଫଳ
କିଛି କ୍ଷଣରେ ହୁଅଇ କାଳ !

କିଛି ସମ୍ପର୍କ ଯୁଗ ଯୁଗର
ବାଣ୍ଟଇ ଭାଗ ସୁଖ ଦୁଃଖର !
ବିଭାଗ : କବିତା
ଲେଖକଙ୍କ ନାମ : କାହ୍ନୁ ଚରଣ ସାହୁ
ଠିକଣା : ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି ଓଡିଶା India
ଫୋନ : 824-952-0880
ଇମେଲ : kahnu447@gmail.com

Post a Comment

0 Comments