Ad

header ads

କବିତା - ହେବ ଦିନେ ପ୍ରେମ ଫାଟ - ଚିନାପାନା ଲୋକନାଥ ରେଡ଼ି


ଶୀର୍ଷକ : ହେବ ଦିନେ ପ୍ରେମ ଫାଟ
ବିଷୟ : ପ୍ରେମର ନାୟିକା ମୋ ପ୍ରେମ ସୁନ୍ଦରୀ
କରିଛି ଅଧୁନା ପର
କଳ୍ପନାର ପୋତେ ମୋ ପାଶେ ଆସୁଛି
ଚୋରିକରି ନିଦ ମୋର |

ସବୁବେଳେ ଥାଏ ଅନ୍ୟର କୋଲରେ
ବିଜି ବିଜି ଫୋନ କହେ
କଥା ସରିଗଲେ ମେସେଜ କରିବ
ସାଙ୍ଗ ବୋଲି ଗୀତ ଗାଏ |

କହେ ସେ ସର୍ବଦା ଗର ଗର ହୋଇ
କରୁଛୁ ସନ୍ଦେହ ମୋତେ
ଭାବୁଛି ତୋତେ ମୁଁ ମୋର ଜୀବଧନ
ଭଲ ମୁଁ ପାଉଛି କେତେ |

ପଚାରୁଛି ତୋତେ ଆଲୋ ନିରିମାଖି!
ଯଦି ଭଲପାଉ ମୋତେ
ମାସକେ ଥରେ ତୁ ମେସେଜ କରୁଛୁ
ମାସଟେ ଭୁଲୁଛୁ ମୋତେ |

କେବେ କେବେ ତୁହି ଫୋନ କରୁଛୁ
ଧନ ମୋର କିଆଁ କର
ଧନ ଧନ କହି ଦୁଲାରୀ କରୁଛୁ
ମାସେ ନାମ ଆଉ କା\'ର |

ସବୁବେଳେ ଭାବେ ମନଟି ମୋହର
କରିବାକୁ ତୋତେ ରାଣୀ
ମୋତେ ଭାବିଦେଉ ମାଟିର ଖେଳନା
ଖେଳି ତୁ ଯାଉଛୁ ଜାଣି |

ସମ୍ପର୍କରେ ଆମେ ପ୍ରେମକ ପ୍ରେମିକା
ପ୍ରେମରେ ପଡୁଛି ଫିକା
ନିଜର ଭାବି ନା ପାଇକର ଭାବି
କରୁଛୁ ତୁ ଅଣଦେଖା |

ଜାଣୁଛି ଜାଣୁଛି ଜାଣୁଛି ଲୋ ସାଥି!
ତୋର ଅଭିନୟ ନାଟ
ଯଦି ତୁ ଚାଲିବୁ ଏଭଳି ପଥରେ
ଦିନେ ପ୍ରେମ ହେବ ଫାଟ ||
ବିଭାଗ : କବିତା
ଲେଖକଙ୍କ ନାମ : ଚିନାପାନା ଲୋକନାଥ ରେଡ଼ି
ଠିକଣା : ଫିରୋଜ ପେଣ୍ଠ, ବ୍ରହ୍ମପୁର ଗଞ୍ଜାମ ଓଡିଶା India
ଫୋନ : 760-685-8260
ଇମେଲ :

Post a Comment

0 Comments