Ad

header ads

କବିତା - ଗୋଲାପୀ ବିରହ - ଚିନାପାନା ଲୋକନାଥ ରେଡ଼ି

ଶୀର୍ଷକ : ଗୋଲାପୀ ବିରହ
ବିଷୟ : ଗୋଲାପ ଦିବସେ ଅଛନ୍ତି ସଭିଏଁ
ଧରି ହାତେ ଫୁଲ ପ୍ରିୟା
କାହିଁ ଚାଲିଗଲୁ ମୋ ଠାରୁ ଦୁରେଇ
ଦେବି କାହାକୁ ମୋ ହିଆ |

କରିଥିଲି ବଣ ଗୋଲାପୀ ଫୁଲର
ତୋର ହାତେ ଦେବା ପାଇଁ
ତୋହରି ବିଚ୍ଛେଦେ ବଣଟି ଶୁଖିଲା
ଗଲା ଫୁଲ ମଥା ନଇଁ |

ଏତେଦିନ ଥିଲୁ ହାତ ଧରି ମୋର
ଆଜି ଚାଲିଗଲୁ ଦୂରେ
କେଉଁ ରାଇଜରେ ରାଜାକୁ ସାଜିଛୁ
ଦୂରେଇଲୁ କୁନୁ ଧୀରେ |

ମାରିଦେଲୁ ତୁହି ମନକୁ ମୋହର
ଦେଖିଥିଲି ସ୍ବପ୍ନ କେତେ
ମୋ ହୃଦ ଗରଭେ ରାଣୀଟେ ସାଜିଲି
ମିଶିବାକୁ ତୋ\'ରି ସାଥେ |

ତୁ ସିନା ପାଳୁଛୁ ଅନ୍ୟ କାହା ସାଥେ
ପ୍ରେମର ଗୋଲାପୀ ଦିନ
କିପରି ପାଳିବି ଗୋଲାପୀ ଦିବସ
ତୋ\'ଲାଗି ଆଜି ମୁଁ ଦୀନ ||
ବିଭାଗ : କବିତା
ଲେଖକଙ୍କ ନାମ : ଚିନାପାନା ଲୋକନାଥ ରେଡ଼ି
ଠିକଣା : ଫିରୋଜ ପେଣ୍ଠ ବ୍ରହ୍ମପୁର, ଗଞ୍ଜାମ ଓଡିଶା India
ଫୋନ : 760-685-8260
ଇମେଲ : Ch.lokanathreddy23@gmail.com

Post a Comment

0 Comments