Ad

header ads

କବିତା - ବାପା - ସଲିଳ କୁମାର ସ୍ବାଇଁ


ଶୀର୍ଷକ : ବାପା
ବିଷୟ : ବାପା
ପିଲାମାନଙ୍କର
ଏକ ଅଭୟ ଆଶ୍ରୟ
ଖାଇବା ପିନ୍ଧିବା ରହିବା\'ର
ଏକ ନିର୍ଭର ପ୍ରତିଶ୍ରୁତି
ଉପରକୁ କଠୋର ଦିଶୁଥିବା
ଏକ ସେନେହୀ ମଣିଷ ।

ବାପା
ଅଙ୍ଗୁଳି ଧରି ଚାଲି ଶିଖେଇଥିବା
ଜଣେ ସଠିକ ମାର୍ଗଦର୍ଶକ
ସଂସ୍କାର ସଂସ୍କୃତିକୁ ଭଲପାଉଥିବା
ଜଣେ କଠୋର ଅନୁଶାସକ
ପରିବାରର ମଙ୍ଗୁଆଳ
ଜଣେ ଖିଆଲି ମଣିଷ ।

ବାପା
ଦୁଃଖରେ ଆତୁର ନ ହେବା
ତାଙ୍କ ଧର୍ଯ୍ୟ\'ର ନମୁନା
ସୁଖରେ ବିଭୋର ନହୋଇ
ସଦା ଦୄଢମନା
ସୁଖଦୁଃଖକୁ ଆଦରି ନେଉଥିବା
ନିଆରା ବାସ୍ତବବାଦୀ ।

ବାପା
ପୁଅଝିଅ ଜିଦି ପୂରଣର
ଆଲାଦ୍ଦୀନ୍ ଜୀନ୍
ସମୟ ସାମର୍ଥ୍ୟ ଦେଇ
ଅହରହ ଖଟୁଥିବା ସଂଗ୍ରାମୀ ମଣିଷ
ଆଉ ବରଣ ଠାରୁ ମରଣ ପର୍ଯ୍ୟନ୍ତ
ବୋଉର ସୌଭାଗ୍ୟ ସିନ୍ଦୂର ।

ବାପା
ହିମାଳୟ ପରି
ତୁମ ବିଶାଳ ହୄଦୟ
ସିନ୍ଧୁଠୁ ଗଭୀର
ତୁମ ସ୍ନେହ ପାରାବାର
ତୁମେ ସତ୍ୟ ତୁମେ ଶିବ
ତୁମେ ନିରାକାର ।
ବିଭାଗ : କବିତା
ଲେଖକଙ୍କ ନାମ : ସଲିଳ କୁମାର ସ୍ବାଇଁ, ଶିକ୍ଷକ
ଠିକଣା : ମଙ୍ଗଳାଯୋଡି,ଟାଙ୍ଗି, ଖୋରଧା ଓଡିଶା India
ଫୋନ :
ଇମେଲ :

Post a Comment

0 Comments