Ad

header ads

କବିତା - ଆସୁଛି ବସନ୍ତ - ସୁଦାମ ଦଳବରା

ଶୀର୍ଷକ : ଆସୁଛି ବସନ୍ତ
ବିଷୟ : ଯାଇଛି ଯେ ଶୀତ ଆସୁଛି ବସନ୍ତ
ମୃଦ ମଳୟକୁ ନେଇ।
ଝାଞ୍ଜି ଖରା ଆଉ ଶୁଖିଲା ପାଗେରେ
ପୃଥିବୀ ଦିଏ ତତେଇ ।

ଋତୁରାଜ ତୁମେ ଆସୁଅଛ ବୋଲି
କେତେ ସାଜସଜା ହୁଏ ।
ତୁମରି ସ୍ୱାଗତେ କୋଇଲିର ଗୀତେ
ତୁମ ଶୋଭାକୁ ବଢ଼ାଇ ଦିଏ ।

ଆମ୍ବ ବଉଳରେ ଗୁନ୍ଥା ଅଛି ହାର
ତୁମକୁ ବରଣ ପାଇଁ ।
ଅନାଇ ରହିଛି ପ୍ରକୃତିର ରାଣୀ
ଧରାକୁ ଆସ ହେ ଓହ୍ଲାଇ ।

ଋତୁରାଜ ତୁମେ ଆସୁଅଛି ବୋଲି
ଫଗୁଣର ଫଗୁ ଅପେକ୍ଷା ତୁମରି ।
ଜାତି ଧର୍ମ ବର୍ଣ୍ଣ ସବୁକୁ ଭୁଲିବେ
ହୋଲିର ରଙ୍ଗରେ ରଙ୍ଗୀନ ହୋଇବେ ।

ତୁମେ ଆସ ବୋଲି ଯୌବନ ମନ
ଖାଲି ହେଉ ଥାଏ କେତେ ଉନ୍ମାଦନ ।
ପ୍ରେମ ପ୍ରଣୟର ସ୍ପଶ ଟିକେ ପାଇଁ
ଏହି ସମୟକୁ ରହିଥାନ୍ତି ଚାହଁ ।

ସତରେ ଫଗୁଣ ଏ ଧରାକୁ ଆସିବ
ଆନନ୍ଦ ଉଲ୍ଲାସ ଭରିଦେଇ ଯିବ ।
ବସନ୍ତ ମଳୟ ବହି ଯାଉଥିବ
କୋଟି ଜନମନ ହରଣ କରିବ ।
ବିଭାଗ : କବିତା
ଲେଖକଙ୍କ ନାମ : Sri sudam dalabara
ଠିକଣା : Turumu Bhanjanagar Odisha India
ଫୋନ :
ଇମେଲ :

Post a Comment

0 Comments