Ad

header ads

କବିତା - ତୁମେ - ରୁଦ୍ର ନାରାୟଣ ଦାଶ

ତୁମେ ଯେ ମୋ ଆଖିର କଜ୍ଜ୍ବଳ
ମୋ ମନର ପ୍ରତିଟି ସ୍ପନ୍ଦନ,
ଆଉ ସେ ସ୍ପନ୍ଦନ ଭିତରେ ଥିବା
ଅତୀତ, ବର୍ତ୍ତମାନ ଓ ଭବିଷ୍ଯତ।।
ତୁମେ ଯେ ମୋ ଭାବନାର ସ୍ବର
ମୋ ଲେଖନୀର ଝଙ୍କାର,
ବହିଯାଅ ଏ ସାଧା କାଗଜରେ
ହେଇ ମୋ ସ୍ବପ୍ନର ସୌଦାଗର।।
ତୁମେ ଯେ ମୋ ନିଜଠୁ ନିଜର
ମୋ ସିମନ୍ତୀନିର ସିନ୍ଦୁର,
ସଜାଏ ନିଜକୁ ନିତି ହେଇ ମୁଁ ତୁମର
ଏକାକିନୀ ଏ ଆଇନା ଆଗର।।
ତୁମେ ଯେ ଚ଼ିଠି ଖଣ୍ଡେ ଦେଲ ଥୋଇ
ଏତେ ସକାଳୁ ଦୁଆରେ ବିନା ଡ଼ାକରେ
ପଢୁଥିଲି ନିଦୁଆ ଆଖିରେ ସକାଳୁ,
ଚ଼ା' କପ ସହ ଆଉ ଦେଖୁଥିଲି ତୁମକୁ ସେ ଚ଼ିଠିରେ
ବାହାରିପଡ଼ିଲା ପାଟିରୁ ମୋ'ର ସବୁକିଛି
କେବଳ ତୁମେ... ତୁମେ... ତୁମେ...।।

ନୟାପଲ୍ଲୀ, ଭୁବନେଶ୍ବର

Post a Comment

0 Comments