Ad

header ads

ପ୍ରବନ୍ଧ - ସାହିତ୍ୟ ଓ ସମାଜ - ଶ୍ୟାମ ସୁନ୍ଦର କୁମ୍ଭାର

ଉପକ୍ରମ-ସାହିତ୍ୟ ଓ ସମାଜ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ପରିପୁରକ । ସାହିତ୍ୟ ବିନା ସମାଜ ଅଧୁରା ଓ ସମାଜ ବିନା ସାହିତ୍ୟ ଅଧୁରା ଅଟେ । ସାହିତ୍ୟକ ସମାଜର ଘଟଣାବଳୀ କୁ ନେଇ ସାହିତ୍ୟ ସୃଷ୍ଟି କରିଥିବା ବେଳେ ପାଠକ ସେହି ସାହିତ୍ୟ କୁ ପଢି ଶିକ୍ଷା ଲାଭ କରିଥାଏ । ସାହିତ୍ୟ ସୃଷ୍ଟି ର ପୃଷ୍ଠଭୂମି- ସାହିତ୍ୟର ପୃଷ୍ଠଭୂମି ହେଉଛି ମଣିଷ ସମାଜ, ପ୍ରକୃତି, ପାରିବେଶ ଓ ଜୀବଜଗତ।ମଣିଷ ସମାଜ ର ଚାଲିଚଳଣୀ, ପର୍ବପର୍ବାଣି, ସଂସ୍କୃତି, ପରମ୍ପରା, କଳା ସ୍ଥାପତ୍ୟ ରୁ ସୃଷ୍ଟି ହେଉଥିବା ବେଳେ, ପ୍ରକୃତି ର ସୌନ୍ଦର୍ଯ୍ୟ, ପରିବେଶର ସୌନ୍ଦର୍ଯ୍ୟ କୁ ନେଇ ସାହିତ୍ୟ ପରିପୁଷ୍ଟ ହୋଇଥାଏ । ମଣିଷର ସାମାଜିକ ଚଳଣି ରେ ନୀତି,ଆଦର୍ଶ, କର୍ତ୍ତବ୍ୟ, ଦାଇତ୍ୱ ବୋଧତା ଇତ୍ୟାଦି ସ୍ଥାନ ପାଇଥାଏ  । ଠିକ ସେହିପରି ବିଭିନ୍ନ ପର୍ବପର୍ବାଣି ର ଉପକାରୀତା, ଅପକାରିତା ,ଉପାଦେୟତା, ସଂସ୍କୃତି ଓ ପରମ୍ପରା ର ମହାନତା ,କଲା, ସ୍ଥାପତ୍ୟର ବିଶିଷ୍ଟତା ସାହିତ୍ୟ ରେ ପରିପ୍ରକାଶ ହୋଇଥାଏ। ମଣିଷ ସମାଜର ଦୈନନ୍ଦିନ ଜୀବନରେ ଜୀବଜଗତର  ଆବଶ୍ୟକତା ଓ ଅବଦାନ, ବିଭିନ୍ନ ପ୍ରକାର ପଶୁ ଓ ପକ୍ଷୀ ମାନଙ୍କ ଗଠନ, ସ୍ୱର, ଚଲଣି ସାହିତ୍ୟରେ ପ୍ରକାଶ ପାଇଥାଏ। ଏଥିସହିତ ବିଭିନ୍ନ ଧର୍ମ ଓ ଏହାର ନୀତି ଆଦର୍ଶ। ଆଧ୍ୟାତ୍ମିକବାଦ ଭୌତିକବାଦ ,ଭଗବାନ, ଭକ୍ତ, ଭକ୍ତିର ସୂଚନା ପ୍ରାପ୍ତ ହୋଇଥାଏ ।

ସମାଜକୁ ସାହିତ୍ୟର ଆବଶ୍ୟକତା-ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ର ଚଳଣି ପାଇଁ ସାହିତ୍ୟ ର ନିତାନ୍ତ ଆବଶ୍ୟକ। ମଣିଷ ସାହିତ୍ୟ କୁ ପଢି ତାକୁ ଅନୁସରଣ କରେ ଓ ନିଜ ଜୀବନରେ ଉପଯୋଗ କରେ। ସାହିତ୍ୟକୁ ପଢ଼ି ନିଜେ କରୁଥିବା ଭୂଲ କୁ ବୁଝି ପାରେ ଏବଂ ଚରିତ୍ର ରେ ସୁଧାର ଆଣେ । ଏତତ୍ ବ୍ୟତୀତ ସାହିତ୍ୟ କୁ ପଢି ବିଭିନ୍ନ ପର୍ବପର୍ବାଣି, ସଂସ୍କୃତି, ପରମ୍ପରା, କଲା, ସ୍ଥାପତ୍ୟ ବିଷୟରେ ଅବଗତ ହୁଏ । ପ୍ରକୃତି ,ପଅରିବେଶ ,ଜୀବଜଗତ ବିଷୟରେ ସାହିତ୍ୟରୁ ସୂଚନା ପାଇଥାଏ । ବିଭିନ୍ନ ଧର୍ମ ଏହାର ନିତି, ଆଦର୍ଶ, ବିଚାରଧାରା କୁ ଜାଣିପାରେ ଓ ଭୁଲାଠିକ ର ତର୍ଜମା କରେ ।

ଉପସଂହାର-ସାହିତ୍ୟ ହେଉଛି ମଣିଷ ସମାଜ ର ଅବିଛେଦ୍ୟ ଅଙ୍ଗ। ଯାହା ସମାଜର ଆର୍ଥିକ, ସାମାଜିକ ,ରାଜନୈତିକ, ସାଂସ୍କୃତିକ, ଶୈକ୍ଷିକ ବିକାଶ ପାଇଁ ସମାଜକୁ ଦିଗଦର୍ଶନ ଦେଇଥାଏ । ଅନେକାଂଶରେ ଦେଖିବାକୁ ମିଳେ କେତେକ ସହିତ୍ୟକ ଜାତି, ଧର୍ମ, ବିଦ୍ୱେଶି ସାହିତ୍ୟ ସୃଷ୍ଟି କରିଥାନ୍ତି । ଯାହାକି ସମାଜର ଏକତା, ଅଖଣ୍ଡତା କୁ ଭାଙ୍ଗି ସାମ୍ପ୍ରତିକ ଦଙ୍ଗା ସୃଷ୍ଟି କରିବାକୁ ପ୍ରୋତ୍ସାହିତ କରେ। ଏଣୁ ସବୁବେଳେ ସମାଜ ମଙ୍ଗଳାକାରୀ ସାହିତ୍ୟ ଗ୍ରହଣୀୟ ଏବଂ ଯେଉଁ ସାହିତ୍ୟ ଏକତା, ଅଖଣ୍ଡତା, ସମାନତା ଓ ଭାଇଚାରା କୁ ନଷ୍ଟ କରୁଛି ସେହି ସାହିତ୍ୟ ସର୍ବଦା ବର୍ଜନୀୟ ।

Post a Comment

0 Comments