Ad

header ads

କୋଶଲି କବିତା - ରହେବା ଇଜତ୍ ମହତ୍ - ଶ୍ୟାମ ସୁନ୍ଦର କୁମ୍ଭାର


ସଂଜ୍ବେଲାନ ରୋଡ଼୍ ତରାନ ପାଏନ୍ ଗଡ଼ୁ ରଖି
ବସିଥିଲା ଝନେ ଝାଡ଼ା
ସେ ବାଟେ ଆଏଲା ରାଏତ୍ କଁଣା ଗୁଟେ
ଗଡ଼ୁକେ ଝୁଁଟେଇ ଦେଲା

ଗଡ଼ଗଡ଼ି ଗଲା ପାଏନ୍ ଗଡ଼ୁ ସେନ
ତ଼ଲିଗଲା ସବୁ ପାଏନ୍
ଝାଡ଼ା ବସି ଥିଲା ମାଏକିନାର୍ ସେନୁ
ବୁଡ଼ିଗଲା ହେତୁ ଗ୍ଯାନ୍

କହିନେଇଁ ପାରି ସହି ନେଇଁପାରି
ରାଗେ ଥମ୍ ଥମ୍ ହେଲା
ଘର୍କେ ଆସି ପାଏନ ବହରେଇ
ଧୁଆଧୁଇ ସେ ହେଲା

ଭୁଆସେନ୍ ଗୁଟେ ରୋଡ଼ ତରାଥି
ବସୁଥିଲା ଦିନେ ଝାଡ଼ା
ହେ ସମିଆନେ ସେବାଟୁ ଆଏଲେ
ଗୁହୁଡେ ଅଗ୍ଲା ପିଲା

ଯାହାର୍ ମନ୍କେ ଯେନ୍ଟା ଆଏଲା
ମାର୍ଲେ କମେନ୍ଟ ବୁବି
ଲାଜେ ସର୍ସର ନୂଆଁ ଭୁଆସେନ୍
ମୁଡ଼୍କେ ଦେଲା ଗାଜି

ପହିଲ୍ ର ମାଁ ମରନ୍ ମୁଛନ୍
ବେମାର୍ ପଡ଼୍ଲା ଦିନେ
ଡାକ୍ତର ବଏଲେ କୁର୍ମି ଦୋଷ
ନି ହୁଏ ଇଟା ବନେ

ଇଜତ୍ ମହତ୍ ସବୁ ସାରି
ଝାଡ଼ା ବସୁଛ ପଡ଼ିଆନେ
କୁର୍ମିଦୋଷ ବେମାରେ ପଡ଼ି
ଟଂକା ସାରୁଛ ଡାକ୍ତର୍ନେ

ସର୍କାର ଦେଇଛନ୍ ପାଇଖାନାକେ
ନେଇଁ କରୁଛ ମନ୍
ଇଜତ୍ ମହତ୍ ସବୁ ଯଉଛେ
ଆର୍ ସାରୁଛ ଧନ୍

ନୀରେୀଗ୍ ହେଇ ରହେବ ବଂଚି
ନି ସରେ ଧନ୍ ସଂପତ୍
ପାଇଖାନା ସଭେ ବେଭାର୍ କର
ରହେବା ଇଜତ୍ ମହତ୍
ଶ୍ୟାମସୁନ୍ଦର କୁମ୍ଭାର

Post a Comment

0 Comments