Ad

header ads

କବିତା - ଗାନ୍ଧୀ ଓ ମାନିନୀ - ମିନାକ୍ଷୀ ପାଢ଼ୀ

ବାଟେ ଗଲାବେଳେ ଦେଖିଲା ମାନିନୀ
ବାପୁ ପ୍ରତିମୂର୍ତ୍ତି ପାଖରେ,
ଖସି ପଡ଼ିଅଛି ବାଡ଼ିଟି ହାତରୁ
ମହାତ୍ମା ଙ୍କ , ରାସ୍ତା ଉପରେ।
ଆଦରେ ଉଠାଇ ଧୂଳି ଝାଡ଼ି ଦେଇ
ଧରାଇଲା ହାତେ ସଧୀରେ,
ହାତ ଯୋଡ଼ି ମଥା ଲଗାଇଲା ସିଏ
ଗାନ୍ଧୀଜୀଙ୍କ ଦୁଇ ପୟରେ।
ଫେରି ଆସୁ ଆସୁ ଡାକିଲା କିଏସେ,
"ଶୁଣିଯାଆ ମାଆ ମାନିନୀ,
ତୋ ଜୀବନ ଏବେ ସୁରକ୍ଷିତ ବୋଲି
ମୋ ମନ କାହିଁକି ମାନୁନି।
ଏ ବାଡ଼ିରେ ମୋର ନାହିଁ କିଛି କାମ
ଯତନେ ଏହାକୁ ରଖିବୁ,
ବୁଲାଇ ଚଳାଇ ଅଭ୍ୟାସ କରିଲେ
ବିପଦୁଁ ଆପଦୁଁ ବଞ୍ଚିବୁ।
ଆସିନାହିଁ ତୋର ସ୍ବାଧୀନତା ଝିଅ
ହୋଇନି ସ୍ବାଧୀନ ଭାରତ,
ନାରୀ ନୁହେଁ ନାରାୟଣୀ ତୁ ସାଜିବୁ
ରକ୍ଷା କରିବୁ ତୋ ଇଜ୍ଜତ।"

ଚିକିଟି ପେଣ୍ଠ, ଗଂଜାମ

Post a Comment

0 Comments