Ad

header ads

କବିତା - ଫଗୁଣ ଜଳୁଛି - ପ୍ରକାଶ କୁମାର ଚାନ୍ଦ

ଶୀର୍ଷକ : ଫଗୁଣ ଜଳୁଛି
ବିଷୟ : ମେଘ ପଣତରେ ଆକାଶଟା ଆଜି
ଯାଇଛି ଘୋଡେ଼ଇ ହୋଇ,
ସୂରୁଯ ଲୁଚିଛି ବଉଦ ଗାଆଁରେ
ସକାଳକୁ ଠକି ଦେଇ ।

କାହା ଅପେକ୍ଷାରେ ଗଙ୍ଗଶିଉଳିଟି
ପଡିଛି କାମୁଡି ମାଟି,
କ୍ଳାନ୍ତ ଶରୀର ଦେଇଛି ଲୋଟେଇ
ପାରୁନି ଜମାରୁ ଉଠି,
ଫଗୁଣ ଜଳୁଛି ଫୁଲବି ଜଳୁଛି
ଜଳୁଛି ଜହ୍ନର ଜୁଇ… ।

କାଲି ତୋଳୁଥିଲା ଯେ ଲକ୍ଷେ ଝଙ୍କାର
ଆଜି ସିଏ ଗଲା ଭାଙ୍ଗି,
କିଏ ଅପରୂପା ସ୍ନିଗ୍ଧ ଚିନିଚମ୍ପା
ଏତେ ସରି ଯାହା ଲାଗି,
ନିଦ ନଈକୂଳେ ସପନ ବସିଛି
ରାତିର ତ ଦେଖିନାହିଁ… ।
ବିଭାଗ : କବିତା
ଲେଖକଙ୍କ ନାମ : ପ୍ରକାଶ କୁମାର ଚାନ୍ଦ
ଠିକଣା : ଜୟପୁର ଶାସନ, ପିପିଲି, ପୁରୀ ଓଡିଶା India
ଫୋନ :
ଇମେଲ :

Post a Comment

0 Comments