Ad

header ads

କ୍ଷୁଦ୍ରଗଳ୍ପ - ଅଭୁଲା ମୁହୁର୍ତ୍ତ - ଶିଶିର କୁମାର ସାମଲ

ସେ ଦିନର‌‌ ସେହି ଅଭୁଲା ମୁହୁର୍ତ୍ତ କୁ ଭୁଲି ନାହାଁନ୍ତି ରାଧାକାନ୍ତ ବାବୁ । ସଖାଳୁ ସଖାଳୁ ଚା଼ କପ୍ ଧରି ଖବରକାଗଜ ପଢୁପଢୁ ନଜର ପଡ଼ିଗଲା ରାସ୍ତାକଡ଼ରେ ଯାଉଥିବା ଦୁଇଟି ପିଲା ଉପରେ। ପିଲା ଦୁଇଟିଙ୍କ କାନ୍ଧରେ ଲଦା ହୋଇଥିବା ବ୍ୟାଗ୍ ଉପରେ, ଭିଜା ଭିଜା ବର୍ଷା କୁ ଗୋଟିଏ ଛତା ତଳେ ପାଦ ଚିପି ଚିପି ଦୁହେଁ ବାହାରିଥିଲେ ସ୍କୁଲ୍ ଅଭିମୁଖେ । ଠିକ୍ ସେତିକି ବେଳକୁ ହାତରେ‌ ଛତା ଓ ପରିବା ବ୍ୟାଗ୍ ଧରି ପହଞ୍ଚିଗଲେ ପତ୍ନୀ କମଳା ଦେବୀ । ଓ ଉଚ୍ଚ ଶ୍ବରରେ କହିଲେ - ହେଇଟି' ତମର ଏ ଯାଏ ଚ଼ାହା ପିଆ ସରିନି' ହଉ ବଜାରକୁ ଯାଅ କିଛି ପରିବା ନେଇ ଆସିବ, ଆଜି ପ୍ରଥମ ଥର କରି ମୋ ଵାପା ଆସିବେ ଆମ ଘରକୁ । ପାଖରେ ଥିବା ଟି-ପ‌ଏ ଉପରେ ଛତା ଆଉ ବ୍ୟାଗ୍ ରଖିଦେଇ କମଳା ଦେବୀଙ୍କର ହାତକୁ ଭିଡ଼ି ସୋଫା ଉପରେ ବସାଇ ଦେଲେ ରାଧାକାନ୍ତ ବାବୁ। ରାସ୍ତାରେ ଯାଉଥିବା ପିଲା ଦୁହିଁଙ୍କ ଆଡକୁ ଇଶାରା କରି କହିଲେ - କମଳା' କିଛି ମନେ ପଡ଼ୁଛି ତମର ଏ ପିଲାଦୁହିଁକୁ ଦେଖିକି। କମଳା ଦେବୀ ଲାଜଲାଜ ହୋଇ କହିଲେ ହ‌ଇହୋ' ତମର ଆଉ ବୟସ ଅଛି ସେସବୁ କଥାକୁ ମନେ ପକାଇବାକୁ, ଏଇଟା ପା ତୁମ ପିଲାଛୁଆ ଙ୍କ ସମୟ ।

୧୭ବର୍ଷ ହୋଇଗଲାଣି ସେମାନଙ୍କ ବିବାହ । ରାଧାକାନ୍ତ ବାବୁ ଓ କମଳା ଦେବୀଙ୍କର ଏବେ ଦୁଇଟି ସନ୍ତାନ, ପୁଅ ବବୁଲ୍ ଏବେ ଦଶମ ଶ୍ରେଣୀରେ ଓ ଝିଅ ବେବିନା ସପ୍ତମ ଶ୍ରେଣୀରେ ପଢନ୍ତି । ପରିବାରର ପରାମର୍ଶ କୁ ପାଦରେ ଏଡାଇ ପରସ୍ପର ପ୍ରେମ ବନ୍ଧନ ରେ ବାନ୍ଧି ହୋଇଥଲେ। ରାସ୍ତାରେ ଯାଉଥିବା ସେହି ପିଲା ଦୁହିଁଙ୍କୁ ଦେଖି ଅତୀତରେ ଘଟିଥିବା ଘଟଣା ସବୁ ମନେ ପଡିଯାଉଥାଏ ଦମ୍ପତିଙ୍କର । ଦୁହେଁ ସ୍କୁଲ୍ ରେ ଏକା ଶ୍ରେଣୀରେ ପଢନ୍ତି । ରାଧାକାନ୍ତ ବାବୁଙ୍କ ପରିବାର ର ଆର୍ଥିକ ଅବସ୍ଥା ଭଲ ନଥାଏ, ସ୍କୁଲ୍ ୟୁନିଫର୍ମ ଵା ପାଇବେ କେଉଁଠୁ । ହାଫ୍ ପ୍ୟାଣ୍ଟ୍ ସାଙ୍ଗକୁ ଛିଟପକା ରଙ୍ଗୀନ୍ ସାଟ୍ ପିନ୍ଧି କାନ୍ଧରେ ବହି ବସ୍ତାନି ଧରି ବାହାରୁ ଥାଆନ୍ତି ସ୍କୁଲରୁ। ଅଧା ବାଟରେ ଦାଉ ସାଧିଲା ବର୍ଷା, କୋଉଠି ଥିଲା କେଜାଣି ହଟାତ୍ ବରଷି ବାକୁ ଲାଗିଲା। ଆଧା ଭିଜା ହୋଇ ଧାଇଁଲେ ଗାଁ ଶେଷ ମୁଣ୍ଡ ବୁଢା ବରଗଛ ନିକଟକୁ। ଦିର୍ଘ ଦୁଇ ଘଣ୍ଟା ଧରି ବରଷିଵାକୁ ଲାଗିଲା ବର୍ଷା । ବର୍ଷା ବଢିବାକୁ ଆକାଶଟା ବାଦଲରେ ଭରି ପରିବେଶକୁ ନିର୍ଜନ ଭୟଙ୍କରୀ କରିଦେଇଥାଏ । ଠିକ୍ ସେହି ସମୟରେ ଏକ କିଶୋରୀ ର କଣ୍ଠସ୍ୱର ଶୁଭିଲା - ଆସ ମୋ ସହ ମିଶି ଘରକୁ ପଳେଇବ, କେତେ ସମୟ ଆଉ ଏମିତି ବର୍ଷା ଛାଡିବାକୁ ଅପେକ୍ଷା କରିବ.... ପଛକୁ ବୁଲି ଚାହିଁ ଦେଖିଲେ ରାଧାକାନ୍ତ ବାବୁ, ସାମ୍ନାରେ ତାଙ୍କର ଥିଲେ କମଳା ଦେବୀ । ବର୍ଷାରେ କାଦୁଅ ଛିଟା ବାଜି ତାଙ୍କର ସ୍କୁଲ ଡ୍ରେସ୍ ଟି ଅସନା ହୋଇ ଯାଇଥାଏ ।

ରାଧାକାନ୍ତ ଵାଵୁ ଙ୍କ ମନରେ ସଙ୍କୋଚ ଆସୁଥାଏ, ଏମିତି ନିର୍ଜନ ସମୟରେ ଗୋଟେ ଝିଅ ସହ ମିଶି ଗୋଟିଏ ଛତା ତଳେ ଯିବେ କିପରି । ଠିକ୍ ସେତିକି ବେଳକୁ ତାଙ୍କ‌ ହାତକୁ ଭିଡି ଛତା ତଳକୁ ଟାଣିନେଲେ କମଳା ଦେବୀ। କହିଲେ ଭୟ କରିବାର କିଛି ନାହିଁ, ଆସ ମୋ ସହ ମିଶି ପଳେଇଯିବ, ଏଇଠି ଆଉ କେତେ ସମୟ ଏମିତି ଅପେକ୍ଷା କରିବ । ଦୁହେଁ ମିଶି ଗୋଟିଏ ଛତାତଳେ ବାହାରିଲେ ଗ୍ରାମ ଅଭିମୁଖେ । ବର୍ଷା ର ମାତ୍ରା ଅଧିକ ଥିବାରୁ ରାସ୍ତାର କିଛିକିଛି ଯାଗାରେ ଥିବା ଖାଲ ଗୁଡିକ ବର୍ଷା ପାଣିରେ ଭର୍ତ୍ତି ହୋଇଯାଇଥାଏ । ରାସ୍ତାରେ ଯାଉ ଯାଉ ହଠାତ୍ ଖାଲରେ ପାଦ ଖସିଗଲା କମଳା ଦେବୀଙ୍କର, ଠିକ୍ ସେତିକି ବେଳେ ତାଙ୍କୁ ଭିଡିନେଲେ ରାଧାକାନ୍ତ ବାବୁ ନ ନିଜେ ତଳେ ପଡିଗଲେ। ବର୍ଷା କାଦୁଅରେ ତାଙ୍କର ଡ୍ରେସ୍‌ଟି ସମ୍ପୁର୍ଣ୍ଣ ଅସନା ହୋଇଗଲା । ଏମିତି ଅବସ୍ଥା ଦେଖି କାନ୍ଦିଵାକୁ ଲାଗିଲେ ରାଧାକାନ୍ତ ବାବୁ । ରାଧାକାନ୍ତ ବାବୁଙ୍କୁ କାନ୍ଦିବା ଦେଖି କାରଣ ପଚାରିଲେ କମଳା ଦେବୀ । ରାଧାକାନ୍ତ ବାବୁ କାନ୍ଦକାନ୍ଦ ହୋଇ କହିଲେ ମୋ ଡ୍ରେସ୍ ଆସନା ହୋଇଗଲା, ଆମ ଘରେ ଦେଖିଲେ ମତେ ମାରିବେ... ଏହି କଥା ଶୁଣି କମଳା ଦେବୀ ହସିବାକୁ ଲାଗିଲେ । କହିଲେ ମୋ ପାଇଁ ତମର ଏମିତି ହେଲା। ହ‌ଉ ଆମେ ଡ୍ରେସ୍ ବଦଳ କରିଦେବା । ଆଉ ମୁଁ ତୁମ ଡ୍ରେସ୍ ସଫାକରି ତୁମକୁ ଫେରେଇ ଦେବି ।

ଏମିତି ଦୁଇଜଣଙ୍କ ସମ୍ପର୍କ ବନ୍ଧୁତ୍ୱ ରୁ ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଗଲା । ପରିବାରର ଆପତ୍ତି କୁ ଆକ୍ଷେପ ନକରି ଦୁହେଁ ପ୍ରେମ ବିବାହ ବନ୍ଧନରେ ଦୁହିଁଙ୍କୁ ବାନ୍ଧି ରଖିଲେ। ଏବେ ଦୁହିଁଙ୍କ ପରିବାରରେ ବୁଝାମଣା ହୋଇଯାଇଛି । ବିବାହର ୧୭‌ବର୍ଷ ପରେ କମଳା ଦେବୀଙ୍କ ବାପା ଆସୁଛନ୍ତି ପ୍ରଥମ ଥର ପାଇଁ । ଦୁହେଁ ବହୁତ ଖୁସି । ବହୁତ ଦିନ ଧରି ଥିବା ଭୁଲ୍ ବୁଝାମଣା ର ଅନ୍ତ ଘଟିଛି । ରାଧାକାନ୍ତ ବାବୁ ପୂର୍ବରୁ ଘଟିଥିବା ଘଟଣା ସହ ପୁରୁଣା ସ୍ମୃତି ସହ ନିଜକୁ ହଜାଇ ଦେଇଥିଲେ ‌। ଠିକ୍ ସେହି ସମୟରେ କମଳା ଦେବୀ ଙ୍କ କଣ୍ଠରୁ ଶୁଭିଲା- ହେଉ" ଏଵେ ସେ ପ୍ରେମ ରାଇଜରୁ ଓହ୍ଲାଇ ଆସ । ଆଉ ହାତରେ ଛତା ଆଉ ବ୍ୟାଗ୍ ବଢାଇ ଦେଇ କହିଲେ' ହ‌ଉ, ଜଲ୍‌ଦି ଯାଅ ବଜାରରୁ କିଛି ପରିବା ନେଇ ଆସିବ । ବାପା ପହଞ୍ଚିବାର ସମୟ ହୋଇଗଲାଣି । ହାତରେ ଛତା ଓ ବ୍ୟାଗ୍ ଧରି ବଜାର ବାହାରିଲେ ରମାକାନ୍ତ ବାବୁ । ଅତୀତରେ ଘଟିଥିବା ସେହି ଅଭୁଲା-ମୁହୁର୍ତ୍ତ କୁ ମନେ ପକେଇ ବେଶ୍ ଖୁସି ହୋଉଥିଲେ ।

କଣ୍ଟିପୁର, ବିଞ୍ଝାରପୁର, ଯାଜପୁର

Post a Comment

0 Comments