Ad

header ads

ଆଦେଖା ଦହନ - ସିଦ୍ଧେଶ୍ୱର ତ୍ରିପାଠୀ

ମନ ବେଦନାକୁ କାଗଜ କାଳିରେ 
ସତେ କିବା ଲେଖି ହୁଏ 
ଅଲେଖା କାହାଣୀ ବେସୁରା ରାଗିଣୀ
ଲୁହ ହୋଇ ଝରିଯାଏ ।

ପରଦେଶୀ ସୁଖ କିଛିକ୍ଷଣ ଆସି
ବହୁଦୂରେ ଯାଏ ଚାଲି
ସେଇ ସୁଖ ସାଜେ ଦୁଃଖର ପାହାଡ଼
କେବେ ଫେରିବନି ବୋଲି ।

ଆଜିବି  ଏ ଛାତି ଦରଜାରୁ ଶୁଭେ
ଭଲପାଏ ଭଲପାଏ
ମନ ବେଦନାକୁ କାଗଜ କାଳିରେ
ସତେ କିବା ଲେଖି ହୁଏ ।

ଅହରହ ସିନା ଜାଳି ମାରୁଥାଏ
ସେ ଓଠର ଧାରେ ହସ
ହସ ନୁହେଁ ସେତ ଭୋକିଲା ଦେହର
ଆଦ୍ୟ ଯଉବନ ବିଷ ।

ଏ ଆଖିକୁ ଦେଖି ଜୀବନ କାହାଣୀ
କାହିଁ ବା ପଢିବ କିଏ
ମନ ବେଦନାକୁ କାଗଜ କାଳିରେ
ସତେ କିବା ଲେଖି ହୁଏ ।

କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା

Post a Comment

0 Comments