ଭାନୁପ୍ରଭା ହାଇସ୍କୁଲ ୧୯୯୭ ବ୍ୟାଚ ବନ୍ଧୁ ମିଳନ

ତା୧୪/୦୧,ଜମ୍ଭରା।କେନ୍ଦୁଝର ଜିଲ୍ଲା ଭାନୁପ୍ରଭା ହାଇସ୍କୁଲ ଜମ୍ଭରାର ୧୯୯୭ ବ୍ୟାଚର ଛାତ୍ର ଛାତ୍ରୀଂକର ବନ୍ଧୁ ମିଳନ ପର୍ବ ବାଲିପଦା ମହାବରବୃକ୍ଷ ତଳେ ପୁଣ୍ୟ ବୈତରଣୀ କୂଳେ ମହାସମାରୋହରେ ପାଳିତ ହୋଇଯାଇଛି।ସଭିଙ୍କ ଉପସ୍ଥିତିରେ ପ୍ରତ୍ୟେକ ମନରେ ଅପୂର୍ବ ପୁଲକ ଜାଗରିତ ହୋଇଥିଲା।ଦୀର୍ଘ ୨୨ବର୍ଷର ବ୍ୟବଧାନ ପରେ ସଭିଙ୍କର ଆଗମନ,ଏକତ୍ରୀକରଣ ଓ ପରସ୍ପର ମିଳନ ବେଳାର ଦୃଶ୍ୟ ଅଭୁଲା ଓ ଅବିସ୍ମରଣୀୟ ହୋଇଥିଲା।କରତାଳି, ନୃତ୍ୟ,ହସ୍ତମିଳନ, ପୁଅ-ପୁଅ ଓ ଝିଅ-ଝିଅଙ୍କ ଆଲିଙ୍ଗନ ବେଶ ଆବେଗପୂର୍ଣ୍ଣ ଥିଲା।ଅଶ୍ୱନୀ କୁମାର ମହାନ୍ତି,କାହ୍ନୁଚରଣ ହାତୀ,ରମେଶ ବିଶ୍ୱାଳ,ସୁଶାନ୍ତ ଜେନା,ମନୋଜ କୁମାର(ମନୁଆ),ବିଶ୍ୱରଂଜନ ମଲ୍ଲିକ,ରବି ମଲ୍ଲିକ,ସୁକାନ୍ତ ବେହେରା ଓ ମନୋଜମଞ୍ଜୁଳା ସେନାପତି(ରୋଜି)ଙ୍କ ପରିକଳ୍ପନାରେ ତଥା ସମସ୍ତ ଛାତ୍ର ଛାତ୍ରୀଙ୍କ ସପୂର୍ଣ୍ଣ ଉଦ୍ୟମ ଓ ସହଯୋଗରେ ଏ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ କରାଯାଇଥିଲା।ବିଶେଷ କରି ଭଉଣୀ ମାନଙ୍କ ସପରିବାର ଉପସ୍ଥିତି ପାରିବାରିକ ସଦ୍ଭାବ ସୃଷ୍ଟି କରିପାରିଥିଲା।ସଭିଙ୍କ ଉପସ୍ଥିତିରେ ଏକ ସଭାର ମଞ୍ଚୀୟ ଆୟୋଜନ କରାଯାଇଥିଲା।ଅଶ୍ୱିନୀ ମହାନ୍ତି,ସୁନୀଲ ମଲ୍ଲିକ ଓ ତପନ କୁମାର ସେନାପତି ଆଦି ଭାଇମାନଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଭାଷଣ ସଭିଙ୍କ ପ୍ରାଣରେ ନବୀନ ପ୍ରେମର ସଂଚାର କରିଥିଲା।ଏହା ସମ୍ପର୍କର ନିଦର୍ଶନ,ଏହା ପ୍ରତି ବର୍ଷ ଚାଲୁ ରହିବ,ସଭିଙ୍କ ଉଦ୍ୟମରେ ବିଦ୍ୟାଳୟରେ ୨୫ବର୍ଷ ପୂର୍ତ୍ତି ପାଇଁ ରୌପ୍ୟ ଜୟନ୍ତୀର ଆଵଶ୍ୟକତା ଅଛି ତେଣୁ ସଭିଙ୍କ ସମ୍ମତି ମଗାଯାଇ ଅନୁକୂଳ ଉତ୍ତର ଆଦାୟ କରାଯାଇଥିଲା।ସଭାକୁ ଆମନ୍ତ୍ରିତ ଅଭିଜ୍ଞ ନାରାୟଣ ଚନ୍ଦ୍ର ସେନାପତିଙ୍କ ପରାମର୍ଶ ଓ ସହାୟତା ଲୋଡ଼ାଯାଇଥିଲା।ଶ୍ରୀ ସେନାପତିଙ୍କ ବନ୍ଧୁ,ସମ୍ପର୍କ,ସ୍ମୃତି ପୂର୍ଣ୍ଣ ଅଭିଭାଷଣ ସଭିଙ୍କୁ ମମତାର ବନ୍ଧନରେ ବାନ୍ଧିଥିଲା।ଆଗାମୀ ରୌପ୍ୟ ଜୟନ୍ତୀ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ,ଏହା ସାକାର କରିବା ପାଇଁ ତାଙ୍କର ସହଯୋଗ,ସମ୍ପୃକ୍ତି ସମ୍ପୂର୍ଣ୍ଣ ରହିବ ଅଙ୍ଗୀକାର କରି ସମ୍ମତି ଜଣାଇଥିଲେ।ଅନ୍ୟତମ ଅତିଥି ଖଇରା ବାଲେଶ୍ଵରର ସାହିତ୍ୟିକ ଓ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମ ଓ କାର୍ଯ୍ୟକାର୍ତ୍ତାଙ୍କ ଭୁରି ପ୍ରଶଂସା କରିଥିଲେ।ତତ୍ପରେ ମିଳିତ ଭୋଜନ ହୋଇଥିଲା ଏବଂ ପରେ ପରେ ସଂଗୀତ ଗାନ, ଅଭିନୟ, ନୃତ୍ୟ, ବ୍ୟଙ୍ଗ-ମଜାକଥା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଉତ୍ସବକୁ  କହ୍ନେଇ, ବନ୍ଦିତା, ଦମୟନ୍ତୀ, ଫୁକୁନା, ରିନୁ, ସରସ୍ୱତୀ, ଭାନୁ, ଗେଡି, କୁଟୁରୀ, ମଞ୍ଜୁ, ଶୁକଦେଵ, ସଞ୍ଜୀବ, ଜଗତ, ଶଂକରା, ଗୀତା, ବାବୁଲି, ଭରତ, ବାପି, ହରେକୃଷ୍ଣ, ନାରଣ, ରଞ୍ଜନ,ଯଦୁ, ବାବୁଲା, ଟିକନ, ଅଜୁ, ଅର୍ଜ୍ଜୁନ, ସନ୍ତୋଷ ଆଦିଙ୍କର ଆତ୍ମୀୟତା ପୂର୍ଣ୍ଣ ଭାବବିନିମୟ ଓ ସ୍ବେଚ୍ଛାକୃତ ସହଯୋଗ ବନ୍ଧୁତ୍ୱର ଅସଲ ଜୀବନ୍ତ ପ୍ରତିଫଳନ ସୃଷ୍ଟିକରିଥିଲା।

ରିପୋର୍ଟ - ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର

Share:  

Comments