Ad

header ads

କବିତା - ତୁମେତ କର୍କଟ - ଚିତ୍ତରଞ୍ଜନ ସାହୁ

ହଁ ! ତୁମକୁ ଭୁଲିଯିବା କଥା !
କିନ୍ତୁ ତୁମକୁ କେମିତିବା ଭୁଲି ପାରିବି ?

ତୁମେ ଆଉ କିଛି ହେଇଥାନ୍ତ,
ମୁଁ ମୁକ୍ତି ପାଆନ୍ତିଣି ତୁମ ଠାରୁ।
ମାତ୍ର ତୁମେତ କର୍କଟ!
କାୟା ବିସ୍ତାର କରି ଚାଲିଛ
ମୋର ଶିରା ପ୍ରଶିରାରେ,
ଅଙ୍ଗ ପ୍ରତ୍ୟେଙ୍ଗରେ।

ତୁମେତ ଏମିତି ଏକ ରୋଗ
ମୋ ମନକୁ ନିଜ ଅକ୍ତିଆରରେ ରଖିଛ,
ମୁଁ ଖାଲି ଛଟପଟ ହେଉଛି
ବୋଧେ ଏମିତିରେ ସାରା ଜୀବନ କଟିଯିବ।

ତୁମଠୁ ଯେତେ ଦୁରେଇ ଯିବାକୁ ଭାବିଛି
ତୁମେ ମୋତେ ସେତେ କବଳିତ କରି ରଖିଛ।
ମୋର ସାମର୍ଥ୍ୟ କାହିଁ ଆଉ
ତୁମ ସହ ଯୁଝିବାକୁ।

ତୁମେ ବହୁରୂପୀ ! ତୁମେ ଭୀରୁ !
ଯେବେବି ମୋ ବିବେକର ଲେଜରକୁ
ତୁମ ଆଡେ ପକେଇଛି
ତୁମେ ଏଠାରୁ ସେଠାର ହେଇଛ
ଭୟଭୀତ ହେଇ,
ପୁଣି କୌଣସି ଏକ ସୁକ୍ଷ୍ମ ସ୍ଥାନ ବାଛିନେଇଛ 
ସ୍ଥାୟୀ ହେବା ପାଇଁ।

Post a Comment

0 Comments