Ad

header ads

କବିତା - ତୁମେ ହିଁ ମୁକ୍ତି ମୋହର - ପ୍ରଦୀପ କୁମାର ପ୍ରଧାନ

ତୁମେ ମୋର ଆଦି ତୁମେ ମୋର ଅନ୍ତ
ତୁମେହିଁ ତ ମଧ୍ୟାନ୍ତର,
ତୁମେ ମୋର ସ୍ଥିତି ତୁମେ ମୋର ଗତି
ତୁମେ ହିଁ ମୁକ୍ତି ମୋହର ।।

ତୁମେ ମହୋଦଧି ମୁଁ ବାଲି କଣିକା
ତାର ବେଳାଭୂମି ପରେ,
ଛୁଇଁ ଯାଅ ମୋତେ ଊର୍ମି ମାଳା ରୂପେ
ଶୀତଳ ଅମୃତ ନୀରେ ।।


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି. ଏ. ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0 Comments