Ad

header ads

କବିତା - ତଟିନୀ ପଥେ - ଅମ୍ରିତେଶ ଖଟୁଆ

ଆମ ନଈର ସେଇ ଗୁହାରି
କଳକଳ ନାଦର ଫେନିଳ ବକ୍ଷରେ,
ଅସ୍ଫୁଟ ସବୁ କେଳିର ଅନାୟାସେ
ମୋତେ କେତେ ବିଚଳିତ ନ କରିଛି
ତା ଫଲଗୁର ଈଷତ୍ ଆଢୁଆଳେ
ମୋତେ ଡେରିଛି ଅଫେରା ପ୍ରଦୋଷ।

ଡ଼ଙ୍ଗାରେ ବସି ପାରି ହେଉଥାଏ
ଗଣ୍ଡୁଷେ ଜଳ ହାତେ ନ ଆସେ,
ଭାନୁମତୀର କଥା ମନେ ପଡେନି
ମନେ ପଡେନି ଅସ୍ତରାଗ,
ବରଗଛ ତଳ କାବୁଲି ବାଲାର
ସେ କୁହୁକମରା ଆବାଜ୍
ଆଉ ଶୁଭେନି ନିଃସର୍ଗ ପରବତ ତଳେ
ତୁମର ସ୍ଯନ୍ଦନ ପ୍ରିୟେ
ଏକାକିନୀର ତୁମ ପରାୟେ,
ଆଉ ନାହିଁ ସେ ସନ୍ଧ୍ୟାର ଜ୍ୟୋତ୍ସ୍ନା!

ନଈ ପାରି ହେଇଗଲି
ସବୁ ଅତୀତର ଅକିଞ୍ଚିତ ଫଲଗୁ ଛାଡି
ମୁଁ ଓହ୍ଲାଏ କୂଳର ଭିଆଣେ,
ମୁଁ ତ ସେଇ ଆବାଜ୍ ତଳ ଚିଆଁ
ମୁଁ ଆଉ ଦେଖୁନଥିଲି
ଅଗନାଅଗନି ବନସ୍ତେ ସେହି
ଏକାକିନୀର ରୋଦନ
ଆଉ ସମ୍ଭାଳି ହେଉନି ସେହି
ଅସ୍ତାଚଳର ବ୍ୟଞ୍ଜନା!

ଜୀବନ ଅସରାଏ ହସର
ଦରାଏ ଦୋରୁଅ,
ପ୍ରଣବ ବନ୍ଧୁରେ ଏକା
ଅସ୍ତାଚଳର ଅସ୍ନାତ ଭୋଦୁଅ!


ରଚନା : ଅମ୍ରିତେଶ ଖଟୁଆ

ଠିକଣା : ୨୩୭, ଫେଜ୍ - ୨, କାନନ ବିହାର, ପଟିଆ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର - ୨୪
ଦୂରଭାଷ : ୮୪୫୫୦୪୦୧୬୫

Post a Comment

0 Comments