Ad

header ads

କବିତା - ସ୍ୱାର୍ଥପର ବନ୍ଧୁ - ଦେବବ୍ରତ ବାରିକ

କେହି ନାହିଁ ଏଠି ନିଜର
ସବୁ ଏଠି ସ୍ୱାର୍ଥପର..
ନିଜ ହାତେ ଏଠି ଜହର ପିଆନ୍ତି 
କରି ନିଜ ଠୁ ନିଜର.. ।୧।

ସ୍ୱାର୍ଥପର ବନ୍ଧୁ ସ୍ଵାର୍ଥ ରେ ରଖିଲେ
କହିବ କାହାକୁ କୁହ..
ସମ୍ପର୍କର ମାନେ ସିଏ କି ବୁଝିବ
ଭାଙ୍ଗତି ବିଶ୍ବାସ ତାର...।୨।

ମଳୟ ପବନ ଶରତ ଋତୁରେ
ଦେବୀ ଆରାଧନା କରି..
ଏ କଳି ଯୁଗରେ ଏମିତି ମନିଷ
ବନ୍ଧୁ ନିଶ୍ୱାଷ ଦିଅନ୍ତି ମାରି...।୩।

କାହା ପାଇଁ ଶୁଭ ସୂଚନା ମିଳିଛି
କାହା ପାଇଁ ଦୁଃଖ ଚିଠି.. 
ନିଜ ସ୍ଵାର୍ଥ ପାଇଁ ନିଜ ଲୋକ ଏଠି
କିଛି ମୁହୂର୍ତ୍ତେ ବଦଳି ଯାଆନ୍ତି ...।୪।

ଦେଖିଛି ସମାଜ ଦେଖିଛି ମନିଷ
ଦେଖିନି ଏମିତି ବନ୍ଧୁ...
ନିଜ ଆଖି ଲୁହ ପୋଛି ଦେଇ ପୁଣି
ଅନ୍ୟ ଆଖିରେ ଦିଅନ୍ତି ଲୁହ...।୫।


ମୋ ଆଖି ଆଗରେ ଅନ୍ୟାୟ ଦେଖିଲେ
ପାରେ ନାହିଁ ମୁଁ ଯେ ସହି... 
ନିଜ ଠୁ ନିଜର ସଭିଙ୍କୁ କରେ ମୁଁ
ସେଇ ମାୟା ରେ ଯାଏମୁଁ ପଡି..।୬।

ବାଃ ବାଃ ରେ ଦୁନିଆ ବାଃ
ସତ କହିଲେ ମିଛ ନିନ୍ଦା ମିଳେ
ସମସ୍ତେ କୁହନ୍ତି ଚୋର
ମିଛର କଥା ରେ ଅନେକ କିମ୍ବଦନ୍ତି
ହେଲେ ସମୟ କାହାରି ନୁହଁ....।୭।

କାହା ପାଇଁ ଏଠି ସମ୍ପର୍କର ମୂଲ୍ୟ
ବର୍ଷାରେ ଛତା ଟେ ପରି..
ବର୍ଷା ସରିଗଲେ ଛତା ବୋଝ ଲାଗେ 
ତାକୁ ଭୁଲି ଆସନ୍ତି ଘରକୁ ଫେରି....।୮।

ଅଧା ଜୀବନ ଅଧା ଅଧା ଲାଗେ
ଯୋଉଟା କି ସହି ହୁଏନି
ମିଛ ପ୍ରତିଶ୍ରୁତି ମିଛ ଜହ୍ନ ରାତି
ନିଜର ନିଜର ଲାଗେ ।୯।

ଦେବବ୍ରତ ବାରିକ 
ଆନନ୍ଦପୁର, କେନ୍ଦୁଝର
           

Post a Comment

0 Comments