ଡକ୍ଟର ଲକ୍ଷ୍ମଣ ସାହୁଙ୍କୁ ସୁଶ୍ରୀ ପ୍ରାବନ୍ଧିକ ସମ୍ମାନ ପ୍ରଦାନ

ଜଗତସିଂହପୁର - ତା ୨୫/୧୨/୨୦୧୯ ବୁଧବାର  ବଡଦିନରେ  ଜଗତସିଂହପୁର  , ଶାଗବାରିଆ , ତିରଣ ଠାରେ  ସୁଶ୍ରୀ  ଶୁଭଶ୍ରୀ  ସାହିତ୍ୟ  ସଂସଦର  ବାର୍ଷିକ  ଉତ୍ସର୍  ମହାସମାରୋହରେ  ପାଳିତ  ହୋଇଯାଇଛି  ।  ଏହି  ସମାରୋହରେ  ସଭାପତିତ୍ୱ  କରିଥିଲେ  ପଣ୍ଡିତ  ନାରାୟଣ  ଦେବତା ।  ମୁଖ୍ୟ  ଅତିଥି  ଭାବରେ  ଶ୍ରୀଯୁକ୍ତ  ଗୋଲକ  ବିହାରୀ  ପଲାଇ ,  ମୁଖ୍ୟ  ଅତିଥି  ରୂପେ  ବିଶିଷ୍ଟ  ଗାଳ୍ପିକ  ରବି  ସ୍ୱାଇଁ,  ସମ୍ମାନୀୟ  ବକ୍ତା  ଭାବେ  ଭାବେ  ଓଡିଆ  ସାହିତ୍ୟ  ଏକାଡେମୀ  ପୁରସ୍କାର  ପ୍ରାପ୍ତ  କବି  ପିତାମ୍ବର  ତରାଇ , ବରେଣ୍ୟ  ଅତିଥି  ପୂର୍ବତନ  ଦୂରଦର୍ଶନ  ଉପନିର୍ଦ୍ଦେଶକ  ନିତ୍ୟାନନ୍ଦ  ଜେନା ,  ଓଡିଶା  ସାହିତ୍ୟ  ଏକାଡେମୀ  ସଦସ୍ୟ  ଅକ୍ଷୟ  କୁମାର  ରାଉତ ,  ସୁଶ୍ରୀ   ଶୁଭଶ୍ରୀ  ପତ୍ରିକାର  ସଂପାଦିକା  ସୁସାହିତ୍ୟିକା  ବସନ୍ତ  ମଂଜରୀ  ଦାସ  ମଂଚାସନ  ଥିଲେ  ।  ଏହି  ଅବସରରେ  ଏବର୍ଷର  ସଂସଦ  ପକ୍ଷରୁ  ସୂର୍ଯ୍ୟପ୍ରଭାର  ନିୟମିତ  ସ୍ତମ୍ଭକାର  ଓ    ମହାନଦୀ  ବିହାର  ମହିଳା  ମହାବିଦ୍ୟାଳୟ ,  କଟକ  ଓଡିଆ   ଭାଷା  ସାହିତ୍ୟ  ବିଭାଗୀୟ  ମୁଖ୍ୟ  ଡକ୍ଟର  ଲକ୍ଷ୍ମଣ  ସାହୁଙ୍କୁ  ସୁଶ୍ରୀ  ପ୍ରାବନ୍ଧିକ  ଭାବେ  ସମ୍ମାନିତ  କରାଯାଇଛି  ।  ଡକ୍ଟର  ସାହୁଙ୍କୁ  ଉପଢୌକନ ,  ପଦକ ,   ମାନପତ୍ର  ସମେତ ପରିବେଶ  ସଚେତନ  ଦିଗରେ  ଚାରା  ( ଗୁଆ ଚାରା )  ପ୍ରଦାନ  କରାଯାଇଛି  ।   ଏଥି  ପୂର୍ବରୁ   ଡକ୍ଟର  ସାହୁ  ବିଭିନ୍ନ  ଅନୁଷ୍ଠାନ  ପକ୍ଷରୁ  ବିଶିଷ୍ଟ  ଶିକ୍ଷାବିତ  ସମ୍ମାନ ,  ପ୍ରାବନ୍ଧିକ  ସମ୍ମାନ , ବାଣୀ  ଗୌରବ  ସମ୍ମାନ  ,  ପ୍ରଣୟ  କବି  ସମ୍ମାନ  ,  ଜ୍ଞାନ  ସାରଥୀ  ସମ୍ମାନ ,  ପ୍ରତିଭା  ସମ୍ମାନ  ଆଦିରେ  ସମ୍ମାନିତ  ହୋଇଛନ୍ତି  ।  ଏଥିପାଇଁ  ସୁଶ୍ରୀ  ଶୁଭଶ୍ରୀ  ପରିବାର ,  ଅଧ୍ୟାପିକା  ରାଜଶ୍ରୀ  ସ୍ୱାଇଁ ,  ଶିବ  ପ୍ରସାଦ  ବାହିନୀ  ପତି ,  ଗାୟକ  ଶେଖର  ଜଗନ୍ନାଥ  ବେହେରା ,  ପ୍ରେମ  ଚରଣ  ରାଉତ ,  ନଗେନ୍ଦ୍ର  ନାଥ  ସ୍ୱାଇଁ ,  ଆଇନଜୀବୀ  ବୈଷ୍ଣବ  ଚରଣ  ଦାସ ,  ନୀଳମଣି  ମଲ୍ଲିକ ପ୍ରମୁଖ ,  ତାଙ୍କର  ପ୍ରିୟ  ପାଠକ  ତଥା  ସୂର୍ଯ୍ୟପ୍ରଭା  ପରିବାର  ନିକଟରେ  ବିନମ୍ର  କୃତଜ୍ଞତା  ଜଣାଇଛନ୍ତି  ।
Share:  

Comments

Post a Comment