Ad

header ads

ଅଣୁଗଳ୍ପ - ଏକା ଏକା - ପ୍ରଣତି ମହାପାତ୍ର

ବୋଧହୁଏ ସେ ଏକା । କେତେବେଳେ ଦେହ ଖରାପ ହେଲେ କଷ୍ଟେ ମଷ୍ଟେ ଟାଣି ଘୋଷାଡି ହୋଇ ଡାକ୍ତରଖାନା ଯାଏ ତ, ନ ହେଲେ ଏକା ଏକା ପଡିଥାଏ । ପାରିଲେ ଚୁଲିରୁ ଧୂଆଁ ଉଠେ ନହେଲେ ଉପବାସ । ନିଜ କଷ୍ଟ ପାଇଁ ଘରକୋଣରେ ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚେଇ ଲୁଚେଇ କାନ୍ଦେ । ନା ତା କଷ୍ଟରେ କେହି ଆହାଃ କହେ ନା ଉପବାସରେ ଥିଲେ କେହି ଗଣ୍ଡେ ବାଢିଦିଏ । ତଥାପି ନିଜ ଲୁହ ନିଜ କୋହ ସାଥେ ନିଜେ ସାଲିସ କରେ । ନିଜ ଦୁଃଖରେ ଜୋରରେ ନିଜେ ନିଜେ ହସେ ତ ସୁଖବେଳେ ଭୋ ଭୋ ହୋଇ କାନ୍ଦେ।ସମସ୍ତେ ଥାଇ ବି ସେ ସବୁବେଳେ ଏକା ଏକା । ଅନ୍ୟ ପାଖରେ ହସିବାର ଅଭିନୟ କରେ । ଅନ୍ୟର ଦୁଃଖକଷ୍ଟରେ ଯଥାସମ୍ଭବ ଠିଆ ହୁଏ । ତା ପାଇଁ କେହି ନ ଥାଏ । ନା ସେଥିପାଇଁ ସେ ଅଭିଯୋଗ ବାଢେ ନା ଅଭିମାନ କରେ । କାରଣ ସେ ନିଃସ୍ଵ, ସରଳ ବିଶ୍ଵାସୀ, ଛନ୍ଦ ମାୟା ହୀନ । ସବୁଠାରୁ ବଡ଼ କଥା ହେଲା, ସେ ଗରିବ । ସମସ୍ତେ ଗରିବ ଅଭାବୀ ପଣିଆର ଉପହାସ କରନ୍ତି । ତା ସରଳତାର ସୁଯୋଗ ଉଠାନ୍ତି।


ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments