Ad

header ads

କବିତା - ଶେଷ ନିଦ୍ରା - ମାନସ ରଞ୍ଜନ ପଟ୍ଟନାୟକ

ଜଳି ଜଳି ଯିବ ଶରୀର ଜୁଈରେ
ଉଡିଯିବ ଆତ୍ମା ପକ୍ଷୀ
ବନ୍ଧୁ ସହୋଦର ଏକଜୁଟ ହେବେ
ମଶାଣି ରହିବ ସାକ୍ଷୀ(୦)
ଗର୍ବ ଅହଂକାର ଚୁର୍ଣ୍ଣିଭୂତ ହେବ
ନଥିବ ଆଉ ପରାଣ
ଯମ ଦୂତ ଗଣ ମେଳି ବାନ୍ଧି ଆସି
କରିବେ ପରା ହରଣ
ମାଟିର ଶରୀର ମାଟିରେ ମିଶିବ
ହତବାକ ହେବେ ଦେଖି(୧)
ଅଢେଇ ଦିନର ଯେତେ ଫାଜଲାମୀ
ହୋଇଯିବ ସବୁ ଶେଷ
ମରଣ ଶେଯରେ ଶୋଇଥିବ ସେଠି
ଚାଲୁ ନଥିବ ନିଶ୍ବାସ
ହେବେ ନାହିଁ କେହି ସାହା ଓ ଭରସା
ଅଶ୍ରୁ ଢାଳିଦେବେ ଦେଖି(୨)


ରଚନା : ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ - ମାଟିର ମହକ

ଠିକଣା : ସାକ୍ଷୀଗୋପାଳ, ପୁରୀ,  ଦୂରଭାଷ :

Post a Comment

0 Comments