Ad

header ads

କବିତା - ସପନ - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସପନ ରାଇଜେ ବିଚରେ ମଣିଷ ନୂଆ ନୂଆ ସ୍ଵପ୍ନ କେତେ
ଜୀବନ, ଯୈ।ବନ ରଙ୍ଗିନ ସପନ ନୂତନ ଚିନ୍ତନ ଆଶେ ।।

ସେଦିନେ ଗାନ୍ଧୀଜୀ ଦେଖିଲେ ସପନ ଉଡଇ ଦେଖ ତ୍ରୀରଙ୍ଗା
ମୋହନ ଦାସ ଙ୍କ ଜୀବନ ସପନ ଇପ୍ସିତ ସ୍ଵାଧିନ ଝଣ୍ଡା ।।

ସପନ ଦେଖିଲେ ମଧୁ, ଗୋପବନ୍ଧୁ ଉତ୍କଳ ର ବର ପୁତ୍ର
ଗଠନେ ସ୍ଵତନ୍ତ୍ର ଉତ୍କଳେ ଉଡିଲା ପତିତପାବନ ନେତ ।।

ସୁଦ୍ଧୋଦନ ପାଟରାଣୀ ସେ ରାତିରେ ଧବଳ ବରଣ ହସ୍ତୀ
ସପନ ଦେଖିଲେ ପଦ୍ମ ଏକ ଧରି ଉଦରେ ଯାଇଛି ପସି ।।

ପରେ ପରେ ଗର୍ଭ ବେଦନା ସପନ ସତେକି ବିସ୍ତାରି କାୟା
ବୁଦ୍ଧ ଦେବ ଜନ୍ମ ଲୁମ୍ବିନୀ ଉଦ୍ୟାନେ ବିହିର ବିଚିତ୍ର ମାୟା ।।

ସଫଳ ମଣିଷ ଜୀବନେ ସପନ ସେତ ପବିତ୍ର ମହାର୍ଘ୍ୟ
ଅସଫଳ ପ୍ରାଣୀ ସପନ ଦେଖେନି ଜୀବନେ ଅନେକ ଦୁଃଖ ।।

ଜୀବନରେ ଜିଏ ଦେଖିନି ସପନ ସେ ଜୀବନ ପରା ବୃଥା
ସେ‌ଜୀବନେ ନାହିଁ ସୁଖ କି ସରାଗ ଅନେକ ଅକୁହା ବ୍ୟଥା ।।

ସପନ ଦେଖିଲେ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳ ମାଧବ ଙ୍କୁ ଦିନେ
ବିଦ୍ୟାପତି କଲେ ସପନ ସାକାର ବୁଲି ବିଶ୍ଵାବସୁ ବନେ ।।

ଶାବର, ବ୍ରାହ୍ମଣ୍ୟ ଆର୍ଯ୍ୟ, ଅନାର୍ଯ୍ୟ ମିଶ୍ରଣ ର ଏକ "ପୁଣ୍ୟ
ସ୍ଥଳି" ରୂପେ ଆଜି ବିଜେ କରିଛନ୍ତି ସ୍ଵୟଂ ଜଗତ ଜୀବନ ।।

ସେହି ସ୍ଵପ୍ନ ବଳେ ଶ୍ରୀକ୍ଷେତ୍ର ଉତ୍କଳେ ବିଜେ ଜଗତ ର ନାଥ
ମାନବ ଜାତିର ଶ୍ରେଷ୍ଠ ପୂଣ୍ୟ ସ୍ଥଳୀ ନାହିଁ ଜାତି ନାହିଁ ଗୋତ୍ର ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :

Post a Comment

0 Comments