Ad

header ads

କବିତା - ସାମାଜିକ ମାଧ୍ୟମ - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସମାଜ ନିୟନ୍ତ୍ରେ ପ୍ରତିଟି ପରାଣ
ଏଇ ଏ ବିଶ୍ଵଲୋକ
ସେହିମତେ ଏହି ମଣିଷ ବୋଲାଏ
ପ୍ରାଣୀ ଗୋଟେ ସାମାଜିକ ।।

ଏହି ସମାଜର ମାଧ୍ୟମ ଦେଇ
ମଣିଷ ହୁଅଇ ବଡ
ଏହି ସମାଜକୁ ନିୟନ୍ତ୍ରଣ କରି
ମଣିଷ ଗଢଇ ଗଡ ।।

ଏହି‌ ସମାଜକୁ ବିଭ୍ରାନ୍ତି କରିଲେ
ଗୃହଯୁଦ୍ଧ ଭୟାବହ
ପରିଣତି ସୃଷ୍ଟି ହୁଅଇ ଜୀବନ
ବଞ୍ଚିବା ଦୁର୍ବିସହ ।।

ସମାଜ ମାଧ୍ୟମେ ସଂସ୍କୃତି, ସଂହତି,
ପ୍ରଗତି ର ଅଗ୍ରଗତି
ହୋଇ ଏ ସମାଜେ ବିରାଜିତ ହୁଏ
ଶାନ୍ତି, ମୈତ୍ରୀ, ପ୍ରୀତି ।।

ସମାଜରୁ ଜାତ ସାମାଜିକ ନ୍ୟାୟ
ସୃଂଖଳା ବିରାଜଇ
ଭାଇ ଭାଗବତ ସ୍ନେହ,ପ୍ରେମ,ପ୍ରୀତି
ଅମୃତ ବରଷଇ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :

Post a Comment

0 Comments