Ad

header ads

ଅନୁଭୂତି କଥା - ରବିବାର ଦିନ ଜେଜେଙ୍କ ଗପ - ରାଜେଶ କୁମାର ବାରିକ୍


ସମସ୍ତେ ଭାବନ୍ତି ରବିବାର ମାନେ ଛୁଟି, କିନ୍ତୁ କେଉଁଥିରେ ଛୁଟି କିଛି ଜଣାପଡେନି । ବାପା ଅଫିସ୍ ଜିବେନି, ଚନ୍ଦନ ଆଉ ମୁଁ ସ୍କୁଲ୍, ଟିଓସନ୍ ଜିବାନି ଏଈଆ ନା ଆଉ କିଛି । ସବୁଦିନ ପରି ସକାଳ ଠାରୁ ଉଠି ଦିନ୧୧ ଯାଏଁ ପାଠପଢା, ଏଇ କାମ ସୋମବାର ରୁ ଶନିବାର ଯାଏଁ ସ୍କୁଲ୍ ରେ ହୁଏ ରବିବାର ତାହା ଏଠି ହେଉଛି । ତା ଉପରେ ବାପାଙ୍କ ତାଗିଦ୍, ମାଁଙ୍କ ଆକଟ ଖେଳିବା କୁ ବାହାରକୁ ଯାଇ ପାରିବା ନାହିଁ । ବଦମାସି ପିଲାଙ୍କ ସହ ମିଶି ଆମେ କୁଆଡେ ଖରାପ ହୋଇ ଯାଉଛୁ । କିନ୍ତୁ ମୁଁ ବୁଝିପାରେନି ସବୁ ବାପା ମାଁ ଏଇ କଥା କହନ୍ତି ବାସ୍ତବରେ ବଦମାସୀ କିଏ ??

ଦିନ ସାରା ର ପାଠପଢା ଭିତରେ ଇଛ୍ଛା ହେଉଥିଲା ଯେମିତି ଭଗବାନ ଙ୍କୁ ଦେଖାହେଲେ କହିବି ସପ୍ତାହକ ୬ଦିନ ହେଲେ ଚଳିବ କିନ୍ତୁ ରବିବାର ଟାକୁ ଉଠାଇ ଦେବେ ତେବେ ଯାଇ ମଣିଷ ଶାନ୍ତି ପାଇବ। ରବିବାର ନାମକୁ ଖାଲି ଛୁଟି , ବାକି କେତେ କାମ କରିବାକୁ ପଡେ କାହାକୁ ଦେଖାଯାଏନି । ରବିବାର ଦିନ ୧୧ ଟାରେ ନିଦରୁ ଉଠି ବିନା ପାଠ ପଢାରେ ପୁରାଦିନ ବସି ଟିଭି ଦେଖିବା.... ଖାଲି ଏମିତି ହୁଅନ୍ତାନି । ଏମିତି ହେଲେ ଖୁବ୍ ଭଲ ହୁଅନ୍ତା । ଏମିତି ଏମିତି ରେ ସନ୍ଧ୍ୟା ହୋଇଯାଇଥାଏ ହଠାତ୍ ବିଜୁଳି କଟିଗଲା , ସୁଉ.....ସୁ...ଉ....ପବନ ସାଙ୍ଗକୁ ବର୍ଷାର ମାତ୍ରା ଆରମ୍ଭ ହେବାରେ ଲାଗିଲା । ଭାଗ୍ୟକୁ ଇନ୍ଭଟର ଖରାପ ହୋଇଯାଇଥିବାରୁ ବାଧ୍ୟ୍ୟ ହୋଇ ମାଁ ମୋବାଇଲ୍ ଲାଇଟ୍ ରେ ରୋଷେଇ ଆରମ୍ଭ କରିଦେଲେ, ବାପା ତାଙ୍କ ଲ୍ୟାପଟପ୍ ପାଖରେ ବସିପଡିଲେ । ଏ ସବୁ ଦେଖି ଚନ୍ଦନ ଆଉ ମୁଁ ଖୁସି ନସରେ। କାହିଁକି ନା ପାଠପଢା ବନ୍ଦ ହୋଇଗଲା । ଏମିତିରେ ବି ଗାଁରେ ବର୍ଷା କଣ ପବନ ଦେଲେ ବିଜୁଳି କଟିଯାଏ ଯେ ୧ଦିନ ଆସିବା ଅସମ୍ଭବ। ଜେଜେ ଆମ ଦୁଇ ଭାଇଙ୍କୁ ସୋଫା ଉପରେ ବସିଥିବା ଦେଖି ପାଖକୁ ଡାକିଲେ। କହିଲେ ଆସ ତୁମକୁ ଗୋଟେ କାହାଣୀ କହିବି। ଚନ୍ଦନ କହିଲା ଜେଜେ ଗଳ୍ପ ତ ଆମେ ୟୁଟୁବ୍ ଆଉ ଷ୍ଟୋରି ବୁକ୍ ରୁ ପାଇଯାଉଛେ ତୁମେ ଆମକୁ କିଛି ଅଲଗା କୁହ । ଜେଜେ ଠିକ୍ ଅଛି ଆସ କହୁଛି ବୋଲି କହି ଗଳ୍ପ କହିବାରେ ଲାଗିଲେ।

ଆମ ଦେଶ ସ୍ବାଧିନତା ପାଇବା ବେଳକୁ ମୁଁ ୫ବର୍ଷ ବୟସର ହୋଇଥାଏ। ଗାଁ ଚାଟଶାଳି ର ଗଛ ମୂଳରେ ବସି ସେତେବେଳକୁ 'ଅ ଆ ' ଲେଖିବା ଆରମ୍ଭ କରିଥାଏ। ସେତେବେଳେ ଆଜିର ଭଳି ରାସ୍ତା, ଘାଟ, ସ୍କୁଲ, ବଜାର କିଛି ନଥାଏ। ସେଇଥିରେ କାଦୁଅ ପାଣି ବିଲ ରାସ୍ତା ଦେଇ ଚାଟଶାଳି ଯାଇ ପଢିବା ହିଁ ସାର ଥାଏ । ସେତେବେଳକୁ ବେମାର ପଡି ବାପା ମରିଗଲେ। ବେଶି ପଢି ପାରିଲିନି, ଭାଇ ଭଉଣୀ ୭ଜଣ କୁ ନେଇ ଘର ଆଉ ସେ ସମୟର ୮ମ ଶ୍ରେଣୀ ପାଠ ପଢିବା କମ କଷ୍ଟକର ପାଠ ନୁହେଁ । ଏମିତି ରେ ଅଷ୍ଟମ ସାରିଲା ବେଳକୁ ପାଖ ଗାଁର ଲୋକ ମାନେ ଆସି ଆମ ଦୁଆରେ ହାଜିର, ବାରମ୍ବାର ମୋ ମାଁ ଙ୍କୁ କହୁଥାନ୍ତି ମୋତେ ଛାଡ଼ିବା ପାଇଁ କାହିଁକି ନା ତାଙ୍କ ଗାଁ ରେ ଯେଉଁ ନୂଆଁ ସ୍କୁଲ ଅଛି ସେଠି ପାଠ ପଢାଇବା ପାଇଁ ..... ମୁଁ ରାଜି ହେଲି ଆଉ ସେଇଠି ମାଇନର ସ୍କୁଲ୍ ରେ ଚାକିରି କଲି। କିନ୍ତୁ ମାଁ ଙ୍କର ଏକାନ୍ତ ଜିଦ୍ଦି ଥାଏ ମୁଁ ବିଲବାଡି କାମ କରେ ଆଉ ଘର ସମ୍ଭାଳେ ହେଲେ କିନ୍ତୁ ବିଧିର ବିଧାନ ଥାଏ ଅଲଗା ପ୍ରଥମ ଥର ମାସ ଶେଷ ବେଳକୁ ଯେତେବେଳେ ଦରମା ନେଇ ଘରେ ପହଞ୍ଚିଲି ମାଁ ପଇସା ଦେଖି ଆବାକ୍ ହୋଇ ଯାଇଥାଏ। କାହିଁକି ନା ଗାଁଲୋକ ମାନେ ସମସ୍ତେ ମିଶି ଚାନ୍ଦା ଆଦାୟ କରି ୫ପଇସି ୧୦ପଇସି ୨୦ପଇସି ମିଶିଇ ଗୋଟିଏ ଗାମୁଛା ରେ ବାନ୍ଧି ୨୦ଟଙ୍କା ଦେଇଥି୍ଲେ। ମାଁ ଜୀବନରେ ଏତେ ପଇସା ଏକା ସଂଗେ କେବେ ଦେଖିନଥିଲା। ବାରମ୍ବାର ମୋ ମୁଁହଁ କୁ ଚାହୁଁଥିଏ। ଆଉ ଖାଲି ପଚାରୁଥାଏ ତୁ ଚୋରି କରିନୁତ ? ଏ ପଇସା ସବୁ କାହାର ବହୁ ବୁଝାଇବାକୁ ଚେଷ୍ଟାକରି ସଫଳ । ଶେଷରେ ମାଁ ର ଖୁସି ଦେଖିଲେ ନ ସରେ । ମାଁ ଶେଷ ରେ କାନ୍ଦି ପକାଇଲା , ଖାଲି ଏତିକି କହୁଥିଲା ତୋ ବାପାଥିଲେ ବହୁତ ଖୁସି ହୋଇଥାନ୍ତେ। 

ଠିକ୍ ଏତିକି ବେଳକୁ ବିଜୁଳି ଆସିଗଲା। ମାଁଙ୍କର ଡାକ ଶୁଭିଲା ରାଜେଶ, ଚନ୍ଦନ ଖାଇବ ଆସ । ଆମେ ଦୁହେଁ ଖାଇବାକୁ ଆସିଲୁ , ମୋର ମନରେ ଜେଜେଙ୍କର କଥା ଛାପ ହୋଇ ରହିଗଲା। ମନେ ମନେ ମୁଁ ସପଥ ନେଲି , ଯେମିତି କଷ୍ଟ କରି ପରିଶ୍ରମ କରି ଜେଜେ ପାଠ ପଢି ଯେଉଁ ଆନନ୍ଦ ତାଙ୍କ ମାଁଙ୍କୁ ଦେଲେ ମୁଁ ମଧ୍ୟ ମୋ ମାଁଙ୍କୁ ଦେବି।


ରଚନା : ରାଜେଶ କୁମାର ବାରିକ୍

ଠିକଣା : ଦେବେନ୍ଦ୍ର ପୁର, ଅଭଣା, ବାଲେଶ୍ବର,   ଦୂରଭାଷ :

Post a Comment

0 Comments