Ad

header ads

ପ୍ରଥମ ଶହୀଦ ଜୟୀ ରାଜଗୁରୁ - ଡକ୍ଟର ଜଗନ୍ନାଥ ମହାନ୍ତି

୧୭୩୯ ମସିହା କାତ୍ତିକ ମାସ ଶୁକ୍ଳପକ୍ଷ ନବମୀ । ପୁରୀ ରାଜାଙ୍କର ମନ୍ତ୍ରୀ ଚାନ୍ଦ ରାଜଗୁରୁଙ୍କ ଘରେ ପୁଅ କୁଆଁ କୁଆଁ କରି ସେଦିନ କାନ୍ଦି ଉଠିଥିଲା । ସେଇ ପିଲା ଦିନେ ବଡ଼ ହୋଇ ତାର ଜନ୍ମମାଟିର ସ୍ୱାଧୀନତା ଆଉ ତା ଜାତିର ସମ୍ମାନ ପାଇଁ ପ୍ରାଣବଳି ଦେଇଥିଲା । ପିତା ଚାନ୍ଦ ରାଜଗୁରୁ ମଧ୍ୟ କବି ରାମଚନ୍ଦ୍ର ଖଡ଼୍‌ଗରାୟ ନାମରେ ପରିଚିତ ଥିଲେ । ସେ ଯୁଦ୍ଧ ବିଦ୍ୟାରେ ଯେମିତି ନିପୁଣ, ଜ୍ୟୋତିଷ ବିଦ୍ୟାରେ ସେମିତି ଜଣେ ପଣ୍ଡିତ ଥିଲେ । ମାତା ହାରାମଣିଙ୍କର ମଧ୍ୟ ପୁରାଣ-ଶାସ୍ତ୍ରରେ ଭାରି ଆଗ୍ରହ ଓ ଦକ୍ଷତା ଥିଲା । ପିତାମାତାଙ୍କ ପାଣ୍ଡିତ୍ୟ ଓ ବୀରତ୍ୱ ତାଙ୍କ ପୁଅ ଉପରେ ଖୁବ୍ ପ୍ରଭାବ ପକାଇଥିଲା । ସେ ପିଲା ଦିନୁ ସଂସ୍କୃତ ପଢ଼ିଥିଲେ ଆଉ ଜ୍ୟୋତିଷ, ତନ୍ତ୍ର, ଦର୍ଶନ ଶାସ୍ତ୍ରରେ ପ୍ରବେଶ ଲାଭ କରିଥଲେ । ଯୁଦ୍ଧବିଦ୍ୟାରେ ମଧ୍ୟ ରାଜଗୁରୁ ଶିକ୍ଷା ଲାଭ କରି ଖୁବ୍ ଦକ୍ଷତା ଦେଖାଇଥିଲେ । ବଡ଼ ହେବାରୁ ତାଙ୍କୁ ସମସ୍ତେ ଜୟୀ ରାଜଗୁରୁ ବୋଲି ଜାଣିଲେ, କିନ୍ତୁ ତାଙ୍କର ଭଲ ନାମ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର । ସେ ପିତାଙ୍କ ସହିତ ରାଜସଭାକୁ ଯାଉଥିଲେ । ତାଙ୍କର ପାଣ୍ଡିତ୍ୟ ଦେଖି ରାଜସଭାର ପଣ୍ଡିତମାନେ ଈର୍ଷାରେ ଜଳି ଯାଉଥିଲେ । ତାଙ୍କର ଅମାପ ବଳବହପ ପାଖରେ ସମସ୍ତେ ମୁଣ୍ଡ ନୁଆଁଉଥିଲେ ।

ପିତାଙ୍କ ପରେ ସେ ପୁରୀ ରାଜାଙ୍କର ପ୍ରଧାନମନ୍ତ୍ରୀ ହେଲେ । ତାହା ହେଲା ୧୭୯୮ ମସିହାର କଥା । ସେହିବର୍ଷ ରାଜା ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ହୋଇଥିଲା । ଆଊ ଖୋର୍ଦ୍ଧା ରାଜସିଂହାସନ ପାଇଁ ତାଙ୍କ ପୁଅ ମୁକୁନ୍ଦଦେବ ଓ ବୀରକିଶୋର ଦେବଙ୍କ ଦ୍ୱିତୀୟ ପୁଅ ଶ୍ୟାମସୁନ୍ଦର ଦେବଙ୍କ ମଧ୍ୟରେ ବିବାଦ ଲାଗିଥିଲା । ମାତ୍ର ଜୟୀ ରାଜଗୁରୁଙ୍କ ବିଚକ୍ଷଣ ବୁଦ୍ଧି ଓ ସାହସ ବଳରେ ମୁକୁନ୍ଦଦେବ ଖୋର୍ଦ୍ଧାର ରାଜା ହେଲେ । କିନ୍ତୁ ସେତେବେଳେ ମୁକୁନ୍ଦଦେବ ନାବାଳକ ଥିବାରୁ ଜୟୀ ରାଜଗୁରୁ ତାଙ୍କର ଅଭିଭାବକ ଦଖଲ କରି ନେଲେ ବି ସେ ନୀରବ ହୋଇଥିଲେ । ଆଶା କରିଥିଲେ ଫିରିଙ୍ଗ ଫଉଜ ଫେରିଯିବେ । ସେମାନେ ଚାଲିଗଲାପରେ ପୁରୀ ସହର ମନ୍ଦିର ସବୁ ତାଙ୍କର ହୋଇ ରହିବ । କିନ୍ତୁ ଇଂରେଜମାନେ କେତେକ ହିନ୍ଦୁ ସୈନ୍ୟଙ୍କୁ ଜଗାଇ ଦେଇ ପୁରୀରୁ କଟକ ଫେରିଲେ । କଟକ ଫେରିବା ବାଟରେ ପିପିଲି ଆଉ ସେଠାରୁ କିଛି ବାଟରେ ଦାଣ୍ଡ ମୁକୁନ୍ଦପୁର ଗାଁ । ପିପିଲିରେ ସେତେବେଳେ ମରହଟ୍ଟା ସୈନ୍ୟ ରହୁଥିଲେ ଆଉ ସେଠାରେ ଗୋଟିଏ କଚେରୀ ଥିଲା । ମରହଟ୍ଟା ସୈନ୍ୟମାନେ ଦାଣ୍ଡ ମୁକୁନ୍ଦପୁରଠାରେ ଇଂରେଜ ସୈନ୍ୟଙ୍କୁ ବାଧା ଦେଲେ । ଖୁବ୍ ଲଢେଇ ହେଲା । ଶେଷରେ ମରହଟ୍ଟା ସୈନମାନେ ହଟିଗଲେ । ଫିରିଙ୍ଗ ଫଉଜ ଆଗେଇ ଚାଲିଲେ । କଟକର ଦକ୍ଷିଣକୁ ଏବେ ଯେଉଁ କାଠଯୋଡି ନ‌ଦୀଟି ବହିଯାଉଛି, ସେତେବେଳେ ତାହା ଏତେ ବଡ ନ ଥିଲା । ଲୋକମାନେ କାଠକୁ ଯୋଡି ତାକୁ ପାରି ହେଉଥିବାରୁ ତାର ନାଁ ଥିଲା କାଠଯୋଡି । ଫିରିଙ୍ଗ ଫଉଜ ଏଇ କାଠଜୋଡି ନଦୀ ପାରି ହୋଇ କଟକର ଲାଲବାଗଠାରେ ପ‌ହଞ୍ଚିଥିଲେ । ସେଠାରେ ମରହଟ୍ଟାଙ୍କର କଚେରୀ ଥିଲା ଏବଂ ସୈନିକମାନେ ମଧ୍ୟ ଥଲେ । କିନ୍ତୁ ସେମାନେ ଫରିଙ୍ଗ ଫଉଜକୁ ଦେଖି ବାଧା ଦେବେ କ'ଣ ? ଜୀବନ ବିକଳରେ ପଳେଇଗଲେ । ବାରବାଟୀ ଦୁର୍ଗରେ ଲୁଚିଲେ ! କଟକର ବାସିନ୍ଦାମାନେ ମଧ୍ୟ ଭୟରେ ଘରଦ୍ୱାର ଛାଡ଼ି ପଳାଇଲେ । ଇଂରେଜ ସୈନ୍ୟମାନେ ନିର୍ଜନ କଟକ ସହର ଦଖଲ କରି ନେଲେ ବିନା ବାଧାରେ । ତାପରେ ବାରବାଟୀ ଦୁର୍ଗ ଉପରେ ସେମାନେ ଚଢାଉ କଲେ । ମରହଟ୍ଟା ସୈନ୍ୟମାନେ ଦୁର୍ଗର ସବୁ ଦ୍ୱାର ବନ୍ଦ କରି ଦେଇଥିଲେ । ଇଂରେଜମାନେ ତୋପ ବସାଇ ଦୁର୍ଗର ପୂର୍ବ ଦ୍ୱାର ପାଖ ପାଚେରିରେ ଗୋଟିଏ ଲୋକ ଗଲା ଭଳି ବାଟ ମେଲା କରିଦେଲେ । ଇଂରେଜ ସୈନ୍ୟମାନେ ଦୁର୍ଗ ଭିତରେ ପଶିଲେ । କିଛି ସମୟ ଲଢେଇ ହେଲା । ଶେଷରେ ମରହଟ୍ଟା ସୈନ୍ୟମାନେ ହଟିଗଲେ । ଇଂରେଜମାନେ ସେମାନଙ୍କର ଜାତୀୟ ପତାକା ବାରବାଟିର ଦୁର୍ଗ ଉପରେ ଉଡାଇ ଦେଲେ । ସେଦିନ ଥିଲା ୧୮୦୩ ମସିହା ଅକ୍ଟୋବର ମାସ ୧୪ ତାରିଖ । ଜାତିର ଗୌରବ ଗଡ଼ ବାରବାଟୀର ପତନରେ ଓଡିଶାର ସ୍ୱାଧୀନତା ଲୋପ ପାଇଲା ।

ଖୋର୍ଦ୍ଧାର ରାଜା ଦ୍ୱିତୀୟ ମୁକୁନ୍ଦ‌ଦେବ ଇଂରେଜମାନଙ୍କୁ ବାଧା ନଦେଇ ଆଶା କରିଥିଲେ ମରହଟ୍ଟାମାନେ ହଟିଗଲେ ସେ ଅଧିକ ସୁବିଧା ପାଇବେ । ତାଙ୍କଠାରୁ ମରହଟ୍ଟାମାନେ ନେଇ ଯାଇଥିବା ଲିମ୍ବାଇ, ରାହାଙ୍ଗ, ଶିରାଇ, ଚବିଶକୁଦ ଓ ପୁରୀ ସ‌ହରକୁ ମିଶାଇ ମସ୍ତବଡ଼ ଧନଶାଳୀ ଅଞ୍ଚଳ ଇଂରେଜମାନେ ଫେରାଇ ଦେବେ ବୋଲି ଆଶା କରିଥିଲେ । କିନ୍ତୁ ଫେରାଇ ଦେବା ବଦଳରେ ବରଂ ଇଂରେଜମାନେ ସାରା ଓଡିଶାରେ ନିଜର ଅଧିକାର ସାବ୍ୟସ୍ତ କଲେ । ଆଗରୁ ତ କୁହାଯାଉଛି, ସେତେବେଳେ ମୁକୁନ୍ଦ‌ଦେବ ନାଁବାଳକ ଥିବାରୁ ମନ୍ତ୍ରୀ ଜୟୀ ରାଜଗୁରୁ ପ୍ରକୃତରେ ରାଜ୍ୟ ଶାସନ‌ କରୁଥିଲେ । ଇଂରେଜମାନେ ଓଡିଶାରେ ମରହଟ୍ଟାମାନଙ୍କ ସହିତ ଲଢେଇ କରିବା ପୂର୍ବରୁ ଏହି ପ୍ରଗଣାଗୁଡ଼ିକୁ ଫେରାଇ ଦେବାକୁ ଆଉ ଲକ୍ଷେ ଟଙ୍କା ଦେବାକୁ ଜବାବ୍ ଦେଇଥିଲେ । କିନ୍ତୁ ସେମାନେ ଜାଣିଗଲାପରେ ଆଉ ସେ କଥା କଲେ ନାହିଁ । ବରଂ ରାଜାଙ୍କ ସହିତ ଗୋଟିଏ ଚୁକ୍ତି କରିବାକୁ ଇଂରେଜମାନେ ପ୍ରସ୍ତାବ କଲେ । ଏଥିରେ ଜୟୀ ରାଜଗୁରୁ ଆପତ୍ତି କଲେ । ରାଜାଙ୍କ ପାଖକୁ ଏଥିପାଇଁ ଇଂରେଜ କମିଶନର ଯେତେ ଚିଠି ଦେଲେ, ତାର ଉତ୍ତର ଦିଆଗଲା ନାହିଁ । ଶେଷରେ ଏକ ଚିଠିରେ ସେ ଜଣାଇଦେଲେ - ଏଇ ଚୁକ୍ତି ନକଲେ ଇଂରେଜ ସରକାର ଅସନ୍ତୁଷ୍ଟ ହେବେ ଏବଂ କାହାର କୁମନ୍ତ୍ରଣାରେ ରାଜା ଏହା କରୁଛନ୍ତି ବୋଲି ବିଚାର କରିବେ । କମିଶନର ଜୟୀ ରାଜଗୁରୁଙ୍କ ଶିକ୍ଷାରେ ରାଜା ଏହା କରୁଛନ୍ତି ବୋଲି ଭାବିନେଲେ । ରାଜା ଓ ମନ୍ତ୍ରୀ ମଧ୍ୟରେ ସନ୍ଦେହ ସୃଷ୍ଟି କରାଇ ଆଉ ଭୟ ଦେଖାଇ ଇଂରେଜମାନେ କୂଟନୀତିର ଚାଲ ଆରମ୍ଭ କରିଦେଲେ । ବିଭିନ୍ନ ପ୍ରକାର ଧମକଚମକ କଲେ । ଶେଷରେ ରାଜାଙ୍କୁ ଗୋଟିଏ ଚିଠି ଲେଖି କମିଶନର ଜଣାଇ ଦେଲେ ଯେ ରାଜା କାହାର ଖରାପ ପରାମର୍ଶରେ ଚଳୁଛନ୍ତି । ରାଜଗୁରୁଙ୍କୁ ମଧ୍ୟ ପତ୍ର ଦେଲେ ଯେ ସେ କମିଶନରଙ୍କୁ ଶୀଘ୍ର ଦେଖା କରନ୍ତୁ । ତାଙ୍କୁ କୌଣସି ଅସଦ୍‌ବ୍ୟବହାର କରାଯିବ ନାହିଁ । ୧୮୦୪ ମସିହା ଡିସେମ୍ବର ୭ ତାରିଖରେ କମିଶନର ଘୋଷଣା କଲେ-ରାଜା ମୁକୁନ୍ଦ‌ଦେବ ତଡ଼ା ଖାଇଲେ । କାରଣ ସେ ଇଂରେଜ ସରକାରଙ୍କ ପ୍ରତି ଖରାପ ବ୍ୟବହାର କଲେ । ଏଣିକି ତାଙ୍କର ପ୍ରଜାମାନେ ଭାବରେ ରାଜକାର୍ଯ୍ୟ ଚଳାଇଥିଲେ । ତାଙ୍କର ନ୍ୟାୟବିଚାର, ସାଧୁତା, ପରୋପକାର ଆଉ ସାହସରେ ରାଜା ପ୍ରଜା ସମସ୍ତେ ଖୁସି ହେଲେ । ତାଙ୍କର ସୁନାମ ଚାରିଆଡ଼େ ଖେଳିଗଲା ।

ସେତେବେଳେ ଓଡିଶାର ଅଧିକାଂଶ ଅଞ୍ଚଳ ମରହଟ୍ଟାଙ୍କ ଅଧୀନରେ ଥିଲା । କେତେକ ଜମିଦାର ଗୋଟିଏ ଗୋଟିଏ ଇଲାକାର ମାଲିକ ହୋଇ ମରହଟ୍ଟାମାନଙ୍କୁ କର ବା ଖଜଣା ଦେଉଥିଲେ । ପୁରୀର ରାଜା ସେମିତି ଖୋର୍ଦ୍ଧା ଇଲାକାର ମାଲିକ ଥିଲେ । ପୁରୀ ଜଗନ୍ନାଥଙ୍କ ଦେଉଳ ଥାଏ ତାଙ୍କ ଅଧିନରେ ଆଉ ତାଙ୍କୁ ଭକ୍ତିରେ ଲୋକମାନେ ଗଜପତି ମହାରାଜା ବୋଲି କହୁଥିଲେ । ରାଜାଙ୍କର ଗୋଟିଏ ନଅର ଥିଲା ପୁରୀରେ ଆଉ ଗୋଟିଏ ଥିଲା ଖୋର୍ଦ୍ଧାରେ । ପୁରୁଣା ପୁରୀ ନଅରଟି ସିଂହଦ୍ୱାରଠାରୁ ସ୍ୱର୍ଗଦ୍ୱାରକୁ ଯିବା ବାଟରେ । ଖୋର୍ଦ୍ଧା ନଅରଟି ଥିଲା ବରୁଣେଇ ପାହାଡ଼ ତଳେ । ସେଠାରେ ଖୁବ୍ ବଡ଼ ଗଡ଼ଟିଏ ଥିଲା । ସେଠାରେ ବହୁ ପାଇକ ସୈନ୍ୟ ରହୁଥିଲେ ଆଉ ଗୁଳିଗୁଳା, ହାତହତିଆର ମହଜୁଦ ଥିଲା । ସେଇ ସମୟରେ ଇଂରେଜମାନେ ଓଡିଶାର ଉତ୍ତର ଓ ଦକ୍ଷିଣରେ ଥିବା ଭାରତର ପ୍ରାୟ ସବୁ ଅଞ୍ଚଳକୁ ନିଜ ଅକ୍ତିୟାରକୁ ନେଇ ଯାଇଥିଲେ । ତେଣୁ ଓଡିଶାକୁ ନିଜ ଅଧୀନକୁ ନେଇଗଲେ ସେମାନଙ୍କୁ ସୁବିଧା ହେବ ବୋଲି ଭାବୁଥିଲେ । ଓଡିଶା ମରହଟ୍ଟାମାନଙ୍କ ଅଧୀନରେ ଥିଲା । ଏହା ଫଳରେ ଇଂରେଜମାନେ ଉତ୍ତର ଓ ଦକ୍ଷିଣ ଅଞ୍ଚଳ ମଧ୍ୟରେ ଯିବା ଆସିବା ଆଉ ଶାସନ ଚଳାଇବାରେ ଅସୁବିଧା ହେଉଥିଲା । ସେତେବେଳେ ମାନ୍ଦ୍ରାଜରେ ଇଂରେଜମାନଙ୍କର ସେଣ୍ଟଜର୍ଜ ନାମରେ ଗୋଟିଏ ବିରାଟ ଦୁର୍ଗ ଥିଲା; ସେଠାରେ ଇଂରେଜ ସେନାପତି ଓ ସୈନ୍ୟମାନେ ଗୁଳିଗୋଳା, ତୋପବନ୍ଧୁକ ରଖି ଜଗି ରହୁଥିଲେ । ସେଠାରେ ଥିବା ଇଂରେଜ ସେନାପତି ନାମ ଥିଲା ଜର୍ଣ୍ଣେଲ ହାର୍କଟ । ସେ ବହୁ ସୈନ୍ୟଙ୍କୁ ମାନ୍ଦ୍ରାଜରୁ ସାଥିରେ ଆଣି ଓଡ଼ିଶା ଦଖଲ କରିବାକୁ ଆସିଲେ ୧୮୦୩ ମସିହାରେ ।

ସମୁଦ୍ର କୂଳେ କୂଳେ ସେମାନେ ଚାଲିଲେ । ପୁରୀଜିଲ୍ଲାର ମାଣିକ ପାଟଣା ନାମକ ଗୋଟିଏ ଗାଁ ପାଖରେ ପ‌ହ‌ଞ୍ଚିଲେ । ସେହି ଗାଁଟି ଚିଲିକା କୂଳରେ । ସେଠାରେ ହ୍ରଦରୁ ବଙ୍ଗୋପସାଗରକୁ ଗୋଟିଏ ମୁହାଣ ଅଛି । ସେଇବାଟେ ସମୁଦ୍ରରୁ ଲୁଣପାଣି ସହିତ ମାଛ କଙ୍କଡା ପଭୃତି ଜଳଜୀବ ଚିଲିଲା ଭିତରକୁ ପଶି ଆସ‌ନ୍ତି । ସେହି ମୁହାଣ ଥିଲା ଭାରି ଘାଟି ଜାଗା । ସେଠାରେ ମରହଟ୍ଟାମାନେ ଫତେ ମହ‌ମ୍ମଦଙ୍କୁ ଜଗାଇ ରଖିଥିଲେ । ଇଂରେଜ ସେନାପତି ତାଙ୍କୁ ହାତକରି ତାଙ୍କଠାରୁ ସେ ମୁହାଣ ପାରିହେବାଠାରୁ ଯେତେ ଯାହା ବାଟଘାଟ ସବୁ ବୁଝିଥିଲେ । ଇଂରେଜ ସୈନ୍ୟ ଓ ସେନାପତିଙ୍କୁ ସେହି ମୁହାଣ‌ଟି ପାରିହେବା ପାଇଁ ବହୁ କଷ୍ଟ ସହିବାକୁ ପଡ଼ିଲା । ଦୁଇଦିନ ଲାଗିଗଲା । ସେମାନେ ତା ପରେ ପୁରୀ ଆଡ଼କୁ ଆଗେଇଲେ । ଫତେ ମହ‌ମ୍ମଦ ଇଂରେଜମାନଙ୍କୁ ସାହାଯ୍ୟ କରିଥିବାରୁ ଓଡ଼ିଶା ଦଖଲ ପରେ ସେମାନେ ତାଙ୍କୁ ଚିଲିକା ହ୍ରଦ ଭିତରେ ଥିବା ମାଲୁଦ ଦ୍ୱୀପର ଜାଗିରଦାର କରି ଦେଇଥିଲେ । ଏହାକୁ ଲୋକେ ନିମିକାହାରାମ ଜାଗିର ବୋଲି କହ‌ନ୍ତି ।

ଏହାପରେ ଇଂରେଜ ସେନାପତି ଦେଖିଲେ ଯେ ତାଙ୍କ ରାସ୍ତାର ପାଞ୍ଚଭାଗରୁ ଚାରି ଭାଗ ଖୋର୍ଦ୍ଧା ରାଜ୍ୟରେ ଅବସ୍ଥିତ । ତେଣୁ ଖୋର୍ଦ୍ଧା ରାଜାଙ୍କୁ ଏକଲକ୍ଷ ଟଙ୍କା ଯାଚି ସୁବିଧାରେ ସେଇବାଟରେ ଯିବା ପାଇଁ ଅନୁମତି ମାଗିଲେ । ଜ‌ୟୀ ରାଜଗୁରୁ ଏଥିରେ ରାଜି ହୋଇ ନ ଥିଲେ । ପରେ ଏତେ ଟଙ୍କା ଆଉ କେତେକ ଅଞ୍ଚଳ ପାଇବା ଆଶାରେ ଫିରିଙ୍ଗ ଫଊଜକୁ ରାସ୍ତା ଛାଡ଼ିଦିଆଗଲା । ଦୁଇଦିନ ଭିତରେ ଇଂରେଜ ଫଉଜ ପୁରୀସହରରେ ପହ‌ଞ୍ଚିଗଲେ । ବାଟରେ କେଉଁଠି ମରହଟ୍ଟା ସୈନ୍ୟଙ୍କଠାରୁ ବେଶୀ କିଛି ବାଧା ମିଳି ନଥିଲା । ସେତେବେଳେ ପୁରୀରେ ଅଳ୍ପ କେତେକ ମରହଟ୍ଟା ସୈନ୍ୟ ଥିଲେ । ସେମେନେ ଇଂରେଜ ସୈନ୍ୟମାନଙ୍କ ସ‌ହିତ କିଛି ସମୟ ଲଢ଼ିଥିଲେ । କିନ୍ତୁ ଇଂରେଜମାନଙ୍କ ସୈନ୍ୟବଳ ଆଉ ଗୁଳିଗୁଳା ତୁଳନାରେ ସେମାନଙ୍କ ପାଖରେ କିଛି ନ ଥିବାରୁ ସ‌ହଜରେ ହଟିଗଲେ । ଫିରିଙ୍ଗ ଫଉଜ ପୁରୀ ଦଖଲ କରି ଜଗନ୍ନାଥ ମନ୍ଦିରକୁ ନିଜ ଅକ୍ତିଆରରେ ରଖିଲେ । ପୁରୀର ରାଜା ଦ୍ୱିତୀୟ ମୁକୁନ୍ଦ‌ଦେବ ତ ଥିଲେ ପୁରୀ ବଡ଼ ଦେଉଳର ମାଲିକ, ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ହେଲେ ଇଂରେଜମାନେ ଏହାକୁ କେତେକ ବିଶ୍ୱସ୍ତ ପାଇକଙ୍କୁ ସାଥିରେ ନେଇ ଗଡ଼ର ଦକ୍ଷିଣ ଦ୍ୱାର ବାଟେ ଖସି ଚାଲିଗଲେ । ହେଲେ ପଛରେ ସେ ଧରାପଡ଼ି ଥିଲେ । ୧୮୦୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ଖୋରଧା ଗଡ଼କୁ ଇଂରେଜ ମାନେ ଜୟ କରିଥିଲେ । ଜୟୀ ରାଜଗୁରୁଙ୍କୁ ବନ୍ଦୀ କରି ଇଂରେଜ ସୈନ୍ୟମାନେ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଥିଲେ । ପ୍ରଥମେ ତାଙ୍କୁ କଟକରେ ବନ୍ଦୀ କରି ରଖାଗଲା । ହାରକର୍ଟଙ୍କ ଆଗକୁ ତାଙ୍କୁ ଅଣାଯାଇଥିଲା । ହାରକର୍ଟ ତାଙ୍କୁ ପଚାରିଲେ-ତୁମେ ନିଜେ ଏସବୁ ଗଣ୍ଡଗୋଳ କରୁଥିଲ ନା ରାଜାଙ୍କର ଶିକ୍ଷାରେ ଏହା କରୁଥିଲ ? ରାଜଗୁରୁ ବୀର ଦର୍ପରେ ଉତ୍ତର ଦେଇଥିଲେ-ମୁଁ ମୋ ଇଚ୍ଛାରେ ଏସବୁ ଗଣ୍ଡଗୋଳ କରୁଥିଲି । ଅବଶ୍ୟ ଜାତିର ଇଜ୍ଜତ ପାଇଁ, ରାଜାଙ୍କର ସମ୍ମାନ ରକ୍ଷା ପାଇଁ, ଏହାମୁଁ କରିଚି । ଅଥଚ ରାଜା ମୁକୁନ୍ଦଦେବ ସବୁଯାକ ଦୋଷ ମନ୍ତ୍ରୀ ରାଜଗୁରୁଙ୍କଉପରେ ଲଦି ନିଜେ ନିର୍ଦ୍ଦୋଷ ଆଉ ତାଙ୍କୁ କ୍ଷମା ଦିଆଯାଉ ବୋଲି ଇଂରେଜ ସରକାରଙ୍କଠାରେ ଗୁହାରି କରିଥିଲେ । ତା ଫଳରେ ତାଙ୍କୁ ବନ୍ଦୀ ଅବସ୍ଥାରୁ ମୁ୍କ୍ତି ମିଳିଥିଲା ଏବଂ ସେ ନିଜ ରାଜ୍ୟର ରାଜସ୍ୱର ଦଶଭାଗରୁ ଏକ ଭାଗ ପେନ୍‌ସନ୍ ଆକାରରେ ପାଇଥିଲେ । ପୁରୀ ମନ୍ଦିର ପରିଚାଳନା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା । କିନ୍ତୁ ହାୟ, ଜୟୀ ରାଜଗୁରୁ ରାଜାଙ୍କର ସମ୍ମାନ ଓ ଜାତିର ସମ୍ମାନ ରକ୍ଷା କରିବାକୁ ଯାଇ ନିଜର ଜୀବନକୁ ହସିହସି ବଳି ଦେଇଥିଲେ । ସେ ବନ୍ଦୀହୋଇ ମେଦିନୀପୁର ଜେଲକୁ ନିଆଯାଇଥିଲେ । ସେଠାରେ ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ନିଜ ଜାତି ପାଇଁ ସେ ଯାହା କରିଯାଇଛନ୍ତି, ତାହା ଠିକ୍ ବୋଲି ଶେଷ ପର୍ଯ୍ୟନ୍ତ ସେ ନିର୍ଭୀକଭାବରେ ଘୋଷଣା କରିଥିଲେ । ଖୋର୍ଦ୍ଧା ରାଜାଙ୍କୁ ମୁଳ ସାକ୍ଷୀଭାବରେ ଧରି ମେଦିନୀପୁରର "ବାଘିତୋଟା"ଠାରେ ତାଙ୍କର ବିଚାର ହେଲା । ଇଂରେଜ ଶାସନ ବିରୁଦ୍ଧରେ କାର୍ଯ୍ୟ କରିଥିବାରୁ ଏବଂ ବହୁ ନରହତ୍ୟା ସହିତ ଜଡ଼ିତ ଥିବା ଅପରାଧରେ ତାଙ୍କୁ ପ୍ରାଣଦଣ୍ଡ ଆଦେଶ ମିଳିଲା । ଏହା ୧୮୦୫ ମସିହାର କଥା । ମେଦିନୀପୁର ଜେଲ ହତାଭିତରେ ଗୋଟିଏ ବିରାଟ ବରଗଛ । ସେହି ବରଗଛର ଦୁଇ ଡାଳକୁ ଯୋଡ଼ି ତାଙ୍କର ଦୁଇଗୋଡ଼କୁ ବାନ୍ଧି ଦିଆଯାଇଥୀଲା। ତା ପରେ ଡ଼ାଳ ଦୁଇଟିକୁ ଛାଡ଼ି ଦିଆଯାଇଥିଲା । ଫଳରେ ଜୟୀ ରାଜଗୁରୁଙ୍କ ଦେହ ଦୁଇଫାଳ ହୋଇଗଲା । ସେହି ଜାତୀୟ ବୀରଙ୍କର କି ଶୋଚନୀୟ ପରାଭବ ! ସମ୍ଭବତଃ ବିଦେଶୀ ଶାସନ ବିରୁଦ୍ଧରେ ସାହସ ଓ ବୀରତ୍ୱର ସହିତ ଲଢ଼େଇ କରି ପ୍ରାଣବଳି ଦେଇଥିବା ଶହୀଦମାନଙ୍କ ମଧରେ ସେ ପ୍ରଥମ । ନିଜର ଲେଶମାତ୍ର ସ୍ୱାର୍ଥ ନ ଥାଇ ସେ ଦେଶର ମୁକ୍ତି ଆଉ ପ୍ରଗତି ପାଇ ଜୀବନ ଢାଳି ଦେଇଥିଲେ । ଆମେ ସେହି ଅମର ଶହୀଦଙ୍କ ଉଦ୍ଦେଶ୍ୟରେ ଆଜି ଗାଇବା:-

ପିଚ୍ ପିଚ୍ ସେହି ନାଲିଆ ରକତ
ଏ ମାଟିକୁ କରିଦେଲା ଲାଲ୍
ଟକ୍ ଟକ୍ ତତଲା ରକତ
ଏ ଜାତିକୁ କଲା ମତୁଆଲ୍ ।
ଜୀବନକୁ ଢାଳିଦେଇ ତୁମେ
ଏ ଦେଶରେ ଆଣିଲ ମୁକତି ।
ଦୀପଟିଏ ଜଳି ଜଳି ତୁମେ
କୋଟି ପ୍ରାଣେ ଜଳାଇଲ ବତୀ ।

ଇଂରେଜ ରାଜାଙ୍କ ଅଧୀନତା ସ୍ୱୀକାର କରିନେବେ । ତାଙ୍କର ସବୁ ହୁକୁମ ମାନିନେବେ । ନଚେତ୍ ଶାସ୍ତି ପାଇବେ । ୧୮୦୪ ଡିସେମ୍ବର ୯ ତାରିଖରେ କମିଶନର ଶ୍ରୀମନ୍ଦିରର ମୁଖ୍ୟ ପରିଚ୍ଛାଙ୍କୁ ପତ୍ରଲେଖି ଆଦେଶ ଦେଲେ ଯେ ଜଗନ୍ନାଥଙ୍କ ପୁଜା ସମୟରେ ମୁକୁନ୍ଦ ଦେବଙ୍କର ନାମ ସୁଦ୍ଧା ଉଚ୍ଚାରଣ କରିବେ ନାହି । କାରଣ ସେ ହେଉଛନ୍ତି ଇଂରେଜ ରାଜାଙ୍କର ସବୁଠୁ ବଡ ଶତ୍ରୁ । ଜୟୀ ରାଜଗୁରୁ ଅବଶ୍ୟ ରାଜା ମୁକୁନ୍ଦ ଦେବଙ୍କୁ ଇଂରେଜମାନ‌ଙ୍କର ହାତବାରିଶି ହେବାକୁ ଛାଡ଼ି ଦେଇ ନଥିଲେ । କିନ୍ତୁ ରାଜା ଇଂରେଜମାନ‌ଙ୍କ ସରଳ କଥା ଆଉ ସ‌ହଜ କାମକୁ ବୁଝିପାରି ନଥିଲେ । ଇଂରେଜମାନେ ସେତେଳେବେକୁ ସାରା ଭାରତ ଦଖଲ କରି ଏଠା ରାଜନୀତି ଆଉ କୁଟନୀତି ବୁଝିବାରେ ଖୁବ୍ ପାରଙ୍ଗମ ହୋଇ ଯାଇଥିଲେ। ତେଣୁ ଜୟୀ ରାଜଗୁରୁଙ୍କ ମାନ ଅଭିମାନ ଆଉ ଟାଣପଣକୁ ସେମାନେ କାହିକି ବା ପାସଙ୍ଗରେ ପକାଇବେ ? ଏଣେ ରାଜା ପ୍ରଜାମାନ‌ଙ୍କଠାରୁ ସବୁ ସୁବିଧା ଦାବି କଲାବେଳେ ଇଂରେଜ ସରକାର ତାଙ୍କୁ ସେସବୁ ସୁବିଧା ଦେବାକୁ ମନା କରି ଦେଲେ । କମିଶନର ସାହେବ କଲେକ୍ଟରଙ୍କୁ ଜଣାଇ ଦେଲେ ଯେ ସିଧା ପ୍ରଧାନ, ଭୋଇ ପ୍ରଭୁତି ମୁଖିଆମାନ‌ଙ୍କୁ ଧରି ଜମିବାଡ଼ି ବନ୍ଦୋବସ୍ତ କରି ଦିଅନ୍ତୁ । ରାଜାଙ୍କ ଲୋକମାନେ ଡାକନେବା ଆଣିବାରେ ଗଣ୍ଡଗୋଳ କରୁଥିବାରୁ ଖଣ୍ଡାୟତ ଓ ପାଇକମାନେ ଜଗାରଖା କରନ୍ତୁ ବୋଲି ସେ ଆଦେଶ ଦେଲେ । ଜୟୀ ରାଜଗୁରୁ ଦେଖିଲେ ଅବସ୍ଥା ଦିନ‌କୁ ଦିନ ଅସ‌ହ୍ୟ ହେଉଛି । ମାର ବା ମର-ଏହି ନୀତି ନ ଧରିଲେ ଚଳିବ ନାହି। ଶେଷ ଚେଷ୍ଟା କରିବାକୁ ହେବ । ଜୋର ଯା'ର ମୁଲକ ତାର, ଏଇ ଜଙ୍ଗଲୀ ନୀତିକୁ ଧରିବାକୁ ଇଂରେଜମାନେ ବାଧ୍ୟ କଲେଣି । ଚଳନ୍ତୀ ବିଷ୍ଣୁ ରାଜାଙ୍କୁ ଅପମାନ ଦେଲେଣି ।

ଖୋର୍ଦ୍ଧାର ପାଇକମାନଙ୍କ ରକ୍ତ ତାତି ଉଠିଲା । ବରୁଣେଇ ପୀଠରେ ଯୁଦ୍ଧର ଘନଘଟା ଲାଗିଗଲା । ଇଂରେଜମାନଙ୍କ କଚେରୀ, ଗାଁଗଣ୍ଡାରେ ଲୁଣ୍ଠନ ଚଳାଇଲେ । ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଚାରିଆଡେ ଯୁଦ୍ଧ ପାଇଁ ସଜବାଜ ଚାଲିଲା । ୧୮୦୪ ମସିହା ମାର୍ଚ୍ଚ ମାସରେ ଦୁଇହଜାର ପାଇକଙ୍କୁ ଧରି ବାରବାଟୀ ଦୁର୍ଗ ପାଖରେ ପହଞ୍ଚିଲେ । ସେଠାରେ ସେ ହାରକର୍ଟଙ୍କୁ ପୂର୍ବ ଜବାବ ମନେପକାଇ ଦେଇଥିଲେ । ଖୋ୍ର୍ଦ୍ଧା ପାଇକମାନଙ୍କର ଏହି ଅଚାନକ ଆଗମନକୁ କେତେକ ଆକ୍ରମଣ ବୋଲି କହିଲେହେଁ, ପ୍ରକୃତରେ ଫିରିଙ୍ଗ ସରକାରଙ୍କୁ ସେମାନଙ୍କ ବଳବିକ୍ରମ ଦେଖାଇଦେବା ଅସଲ ଉଦ୍ଦେଶ୍ୟ ଥିଲା । ଜୟୀ ରାଜଗୁରୁ ଚାହିଁଥିଲେ ସେତେବେଳେ ବାରବାଟୀ ଦୁର୍ଗକୁ ଅବରୋଧ କରି ନିଜ ଦଖଲରେ ରଖି ପାରିଥାନ୍ତେ । କିନ୍ତୁ ଏହାଦ୍ୱାରା ପରେ ବହୁ ରକ୍ତପାତ ହୋଇଥାନ୍ତା ଏବଂ ଫିରିଙ୍ଗ ଫଉଜ ଓ ହାତ ହତିଆର ପାଖରେ ସେମାନେ ହାର ମାନିଥାନ୍ତେ । ଏହା ଜାଣିବା ତାଙ୍କ ପକ୍ଷେ କଷ୍ଟକର ହୋଇ ନଥିଲା । ହାରକର୍ଟ ମଧ୍ୟ ପ୍ରସ୍ତୁତ ନଥିବାରୁ କୌଣସି ମୁକାବିଲା କରିବାକୁ ଚାହିଁ ନଥିଲେ । ମାତ୍ର ସେ ଖୁବ୍ ବିଚଳିତ ହୋଇ ପଡିଥିଲେ ଆଉ କିଛି (ଚାଳିଶ ହଜାର) ଟଙ୍କା ଦେଇ ପୂର୍ବ ଜବାବର କେତେକାଂଶ ପାଳନ କରିଥିଲେ । ତେବେ ସୁବିଧା ସମୟ ଦେଖି ପାଇକମାନଙ୍କ ଉପରେ ଚଢ଼ୋଉ କରିବାକୁ ଫିରିଙ୍ଗ ସେନାପତି ଠିକ୍ କଲେ। ସେତେବେଳେ ବରୁଣେଇ ପାହାଡ ଉପରେ ଘଞ୍ଚ ଜଙ୍ଗଲ । ତା ଭିତରେ ଦୁର୍ଗମ ସ୍ଥାନ ଆଉ ତା ଭିତରେ ଏକ ଅଭେଦ୍ୟ ଗଡ଼ । ସେଠାକୁ ଯିବା ଇଂରେଜମାନଙ୍କ ପକ୍ଷେ ଥିଲା କାଠିକର ପାଠ । ତିନି ସପ୍ତାହ କାଳ ଅବିଶ୍ରାନ୍ତ ଲାଗି ଇଂରେଜ ସୈନ୍ୟମାନେ ସେଇ ଦୁର୍ଗ ଉପରେ ଚଢ଼ୋଉ କରିବାକୁ ପହଞ୍ଚିଲେ । ରାଜଗୁରୁଙ୍କ ନିର୍ଦ୍ଦେଶରେ ଗଡ଼ ଭିତରେ ପାଇକ ବାହିନୀ ଛକି ରହିଲେ । ପାଇକ ମାନଙ୍କ ତୀରବାଣ ଫିରିଙ୍ଗି ଫଉଜଙ୍କୁ ଅସ୍ତବ୍ୟସ୍ତ କଲା । କିନ୍ତୁ ନାନା ଷଡଯନ୍ତ୍ର କରି ଶେଷରେ ଇଂରେଜମାନେ ପାଇକମାନଙ୍କୁ ପରାସ୍ତ କଲେ ।
(ଆମରି ମାଟିର ଅମର ଶହୀଦ ପୁସ୍ତକରେ ପ୍ରକାଶିତ)

ଡକ୍ଟର ଜଗନ୍ନାଥ ମହାନ୍ତି
ପ୍ରାଧ୍ୟାପକ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
ଓଡିଶା, ଭୁବନେଶ୍ୱର

Post a Comment

0 Comments