Ad

header ads

ଅନୁଭୂତି କଥା - ମୁଁ ଆଉ ମୋ ପ୍ରେମ - ରାଜେଶ କୁମାର ବାରିକ


ନୁଆଁ ନୁଆଁ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲ୍ ରେ ମିଳେନା। ନୂଆଁ ସାଙ୍ଗ ଖୋଲୁମ୍ ଖୋଲା ମସ୍ତି ତାହା ପୁଣି ଟିଚର କି ଘର ଲୋକଙ୍କ ଟେନସନ୍ ବିନା। ସତେ ଯେମିତି ...... ମଣିଷ ଆଜାଦି ପାଇଗଲା। କିଛି ଦିନ ତ ବେସ୍ ଭଲ ଲାଗିଲା।ପରେ ଯେସାକୁ ତେସା ହୋଇଯାଇଥାଏ। କହିବାକୁ ଗଲେ ଅନର୍ସ ର ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ। ନିଜ ନିଜ ଅନର୍ସରେ ପଢା ପଢି, କ୍ଲାସ ଓ ଡିପାଟମେଣ୍ଟ କୁ ନେଇ ବ୍ୟସ୍ତ। କିନ୍ତୁ ମୁଁ ମୋ ଡିପାଟମେଣ୍ଟ କୁ ନେଇ କମ୍ଫଟ ଫିଲ୍ କରୁନଥିଲି। ଫାଇନାଲି ମୋତେ ଭାରି ବୋରିଂ ଲାଗୁଥିଲା।ଏମିତି ଏମିତିରେ ପ୍ରଥମ ସପ୍ତାହ କଲେଜ୍ ଖୋଲିଲା ପରେ ପାଠ ପଢାରେ ମନ ଦେଲି । କଲେଜ୍ ପାଖ ଅଙ୍କା ବଙ୍କା ଫାଙ୍କା ଫାଙ୍କା ରାସ୍ତା ଆଉ ରାସ୍ତା ପଖରେ ଗୋଟେ ଚା' ଦୋକାନ ପାଖରେ ବସିଥାଏ ମୁଁ। ଅପେକ୍ଷା କରିଥାଏ କେହିଜଣେ ସାଙ୍ଗ କୁ ଲିପ୍ଟ୍ ନେଇ କଲେଜ୍ ଜିବି। ଧିରେ ଧିରେ ପବନର ବେଗ ବଢିବାକୁ ଲାଗିଲା ଗଛର ପତ୍ର ସାଙ୍ଗକୁ ଧୂଳିବି ଉଡିବାରେ ଲାଗିଲା ସତେ ଯେମିତି ଆଷାଢୁଆ ବର୍ଷା ଟା ଏଇନା ବରଷି ଜିବ। କହୁ କହୁ ଧିମା ଧିମା ବର୍ଷା ଆରମ୍ଭ ହୋଇଗଲା। ଦେଖେ ତ ସେ ପାଖରୁ ସାଙ୍ଗ ଦିଲ୍ଲିପ୍ ବି ସାଇକେଲ୍ କୁ ଦୃତଗତିରେ ମାଡି ଚାଲୁଥାଏ। ସଙ୍ଗେ ସଙ୍ଗେ ସାଇକେଲ କୁ ମୋ ଆଗରେ ରଖି ପଛପଟ ସିଟ୍ ରେ ବସିପଡିଲା। ଏମିତିରେ ବି ବର୍ଷାର ମାତ୍ରା ବଢିବାରେ ଲାଗୁଥାଏ। ମୁଁ ସାଇକେଲ କୁ ଧରି ସ୍ପିଡ ରେ ଚଲାଇ ଚଲାଇ କଲେଜ୍ ଭିତରେ ପ୍ରବେଶ କଲି କିନ୍ତୁ କଣ୍ଟୋଲ୍ କରି ନପାରିବାରୁ ସାଇକେଲ୍ ଷ୍ଟାଣ୍ଡରେ ଧକ୍କା ହେଲା । ଏପାଖେ ବର୍ଷାର ମାତ୍ରା ସାଙ୍ଗକୁ କ୍ଲାସ୍ ଲେଟ୍ ହେଉଥିବାରୁ ଦିଲ୍ଲିପ୍ ଆଉ ମୁଁ ଦୌଡି ଦୌଡି କ୍ଲାସ୍ ରେ ପସିଗଲୁ ।



କ୍ଲାସ ଆରମ୍ଭ ହୋଇଗଲା, ଦେଖିଲି ମୋ ସିଟ୍ ପାଖ ସିଟ୍ ରେ ଗୋଟେ ଝିଅ ଟିଏ ବସି ମୋତେ ବାରମ୍ବାର ଚାହୁଁଛି କିନ୍ତୁ କିଛି କହୁନି ତା ପାଖରେ ବସିଥିବା ଝିଅକୁ କିଛି ଗୋଟେ କହୁଛି। ମୁଁ ଦେଖୁଥିଏ କିଛି କହୁନଥାଏ, ଏମିତି କିଛି ସମୟ ପରେ ଦିଲ୍ଲିପ୍ କୁ ଡାକି ଏ କଥା କହିଲି ଦିଲ୍ଲିପ୍ କହିଲା ତୁ ବଝି ପାରୁନୁ କଣ ବେ ସେ ଝିଅ ତୋତେ ଭଲ ପାଉଛି । ସେଥିପାଇଁ ତୋତେ ବାରମ୍ବାର ଚାହୁଁଛି! ମନ ବୁଝିଲା ନାହିଁ ଚକରା କୁ ପଚାରିଲି ସେବି ସେଇ କଥା କହିଲା । ଦ୍ଵନ୍ଦରେ ପଡିଗଲି କିନ୍ତୁ ମନରେ ନିଆଁ ଲାଗିଗଲା , ଛାତିରେ ମଳୟ ବହିଲା ହୃଦୟ ର ସ୍ପନ୍ଦନ ଟା ଯେମିତି ଅବୋଲକରା ହୋଇଗଲା। କିଛି ବୁଝା ପଡୁନଥାଏ। ତାର ସେଇ ଛୋଟ ଓଠ ନିରିହ ଆଖି ମୋତେ ଯେମିତି ପାଗଳ କରି ଦେଉଥାଏ । ବୈଶାଖ ରେ ସୁଖିଯାଇଥିବା ମନରେ ଯେମିତି ପ୍ରେମର ବର୍ଷା ବର୍ଷିବାକୁ ଲାଗୁଥାଏ। ଚନ୍ଦନ କାଠରେ ମଳୟ ଲାଗିଲା ଆଉ ଫୁଲ ଦେହକୁ ବାଷ୍ନା ଫେରିଲା ପରି ମୋର କେମିତି କଣ ଗୋଟେ ହୋଇ ଯାଉଥାଏ। ଏମିତି ଦେଖା ଦେଖି ଭିତରେ କ୍ଲାସ ଶେଷ ହେବା ଘାଣ୍ଟି ବାଜିଲା । ଏମିତି ରେ ଏହାରି ଭିତରେ ୩ଟା କ୍ଲାସ୍ ସରିଯାଇଥାଏ।କିଛି ଜଣା ପଡୁନଥାଏ। ଧିରେ ଧିରେ ସମସ୍ତେ ଉଠିକରି ବାହାରକୁ ଗଲେ ଆଉ ମୁଁ ଦିଲ୍ଲିପ କୁ ଜାବୁଡି ଧରି କହିଲି ରେ ......ଦିଲ୍ଲିପି ମୋତେ ପ୍ରେମ ହୋଇ ଗଲାରେ । ମୋତେ ପ୍ରେମ ହୋଇଗଲା । 


କ୍ଲାସ ରୁମ୍ ଭିତରେ ମୋ ସାଙ୍ଗ ଚକରା, ସରୋଜ ସହ ମିଶି ମସ୍ତି କରୁଥାଏ । ହଠାତ୍ ଦିଲ୍ଲିପ ଆସି କହିଲା ରାଜେଶ ତୋତେ ସେ ଝିଅ ଡାକୁଛି, ବାହାରେ ଛିଡା ହୋଇଛି, ତୋତେ କିଛି ଗୋଟେ କହିବ। ମନରେ ଲଡୁ ଫୁଟିଗଲା ମୋର ଷ୍ଟାଇଲ୍,ସ୍ମାଇଲ୍ ସହ ଚାଲିବି ବଦଳି ଗଲା। ସରୋଜ ର ପାକିଳିଆ କଥା ଶୁଣି ଭାବିଲି ଆଜି ଗୋଟେ ପ୍ରୋପଜ୍ ଟା ହୋଇଯିବ । ଆଉ ପ୍ରୋପଜ୍ ପରେ ପାର୍ଟି, ପୁଣି ଆଉ କିଛି.... ଏମିତି ହଉ ହଉ କ୍ଲାସ ବାହାରକୁ ଆସିଲି । କ୍ଲାସ୍ ବାହାରେ ଗାଡେନ୍ ରେ ସେ ଆଉ ତା ସାଙ୍ଗ ଦୁଇ ଜଣ ଛିଡା ହୋଇଥାନ୍ତି। ମନ ଉଛ୍ଛନ ହେଲା, ଆଜି କିଛି ଗୋଟେ ହବ। ସହାସ ହେଉ ନଥାଏ, ସମସ୍ତେ ବେଷ୍ଟ ଅଫ ଲକ୍ କହି ଛାଡିଲେ। ମନ ଖୁସିରେ ଧିରେ ଧିରେ ଯାଇ ତାଙ୍କ ପାଖରେ ପହଞ୍ଚିଲି। ଆଉ ତା ପରେ ଯେଉଁ କଥା ହେଲା ନା ସେଥିରେ ମୁଁ ମୋ ପର୍ସରୁ ୫୦୦ ଟଙ୍କା ଦେଲାପରେ ଯାଇ ସୁଝିଲା ।  ପ୍ରେମ ଫେମ ସବୁକିଛି ପାଣିର ଫଟୋକା ପରି ମିଳାଇ ଗଲା। ମୁହଁକୁ ଶୁଖାଇ ଫେରିଲା ପରେ ଚକରା ଆଉ ଦିଲ୍ଲିପି ପଚାରିଲେ କଣ ହେଲା ସାଇକେଲ୍ ଷ୍ଟାଣ୍ଡରେ ସାଇକେଲ କୁ ଯେଉଁ ଧକ୍କା ଦେଇଥିଲି ନା ସେ ସାଇକେଲ୍ ୟାର ଥିଲା , ଆଉ କଣ ହେବ?...... ସେବେଠାରୁ କାନ ମୁଣ୍ଡ ଆଉଁସି ସପଥ ନେଲି କେବେବି କହା କଥାରେ ପଡି ନିଜ ଭାବନାକୁ ବଢାଇବି ନାହିଁ। କିନ୍ତୁ ସେଇ ମିଛ ଭାବନାରେ ଯେଉଁ ପ୍ରେମ ଆରମ୍ଭ କରିଥିଲା ନା ପ୍ରେମ ର ଅନୁଭୂତି କୁ ମନ,ହୃଦୟ ରେ ଛାପ ଛାଡି ଦେଇଥିଲା। ଖୁବ୍ ଚମତ୍କାର ଥିଲା ତାହାର ପରିଭାଷା।

ରଚନା : ରାଜେଶ କୁମାର ବାରିକ

ଠିକଣା : ଦେବେନ୍ଦ୍ର ପୁର, ଅଭଣା, ବାଲେଶ୍ବର,   ଦୂରଭାଷ :

Post a Comment

0 Comments