Ad

header ads

କବିତା - ମୃତ୍ୟୁ - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବାଛିନିଏ କଞ୍ଚା ରଖଇ ପାଚିଲା ଦିଅଇ ଦାରୁଣ ଦୁଃଖ
ବେଳ କି ଅବେଳ ନବୁଝଇ କାଳ ନଜାଣଇଁ ଦୁଃଖ,ସୁଖ ।।
ଜନମ ର ପଛେ ପଛେ ଛାଇପରି ଲାଗି କରି ରହିଥାଏ
ଆସେ ଅକସ୍ମାତ୍ ଅଜଣା ହଠାତ୍ ଆଗେ ଆସି ଠିଆ ହୁଏ ।।

ଚିତ୍ର ଗୁପ୍ତ ପାଞ୍ଜି ରଖିଥାଏ ଖଞ୍ଜି ସମୟ କୁ ଗଣି ଗଣି
କାଳଫାଶ ଗଳେ ଗଳାଇ ଅଚିରେ ନେଇଯାଇଥାଏ ଟାଣି ।।
କେହି ରହି ନାହିଁ ରହିବେ ନାହିଁ ଟି ନର ରୂପି ନାରାୟଣ
ଦିନେ ନା ଦିନେ ସେ କାଳର କରାଳ ଗରଭେ ହୋଇବେ ଲୀନ ।।

ଜନମ କାଳରେ ବିହି କପାଳରେ ଯାହା କରିଛି ନିହିତ
ଠିକ୍ ବେଳେ ତାହା ଅବଶ୍ୟ ଫଳିବ ବେଳ ହେଲେ ଉପଗତ ।।
ମୃତ୍ୟୁ ତାରନାମ ଜମଦୂତ ସମ ପବନେ ବିଚରେ ସିଏ
ତୋ ପ୍ରାଣ ପବନ ମିଳେଇ ଯିବରେ ଜୀବଯେବେ ଛାଡିଯାଏ ।।

ଜୀବ ପରମ ର ଅପୂର୍ବ ମିଳନ ପଞ୍ଚଭୂତେ ତୋର କାୟା
ଛାୟାସମ ଜୀବ ପବନ ସହିତ ଲଗାଇଛି ଭବ ମାୟା ।।
ଏ ମାୟା ବନ୍ଧନେ ଭୁଲି ଯାଉଛୁକି ମୃତ୍ୟୁ ଦୂତ ଅଛି ବୋଲି
କାହିଁକି ବଡେଇ କେତେ ବା ଆୟୁଷ ଯାଉଅଛୁ କିଆଁ ଭୁଲି ।।

ଭୂମଣ୍ଡଳୁ ଜଳ ଶୋଷିନେଇ ସୂର୍ଯ୍ୟ ମେଘମାଳା ସୃଜି ଦେଇ
ରୁତୁ ଚକ୍ରେ ବର-ଷାର ଧାରା ପରି ଜୀବନ ଚକ୍ର ଚାଲଇ ।।
ମୃତ୍ୟୁ ର ବିଚାର ପ୍ରଫୁଲ୍ଲ କବିତା ପଣ୍ଡିତେ ମନ କୁ ଆଣ
ଟାକି ସେ ଅନିଶା ରଖିଛି ନିରତେ କାହିଁକି ବା ଏତେ ଟାଣ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :

Post a Comment

0 Comments