Ad

header ads

କବିତା - ମିଛ ଜୀବନ - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ବିଶ୍ୱାସର ନିଶାଟା
ଘାରିଥିଲା ନିରୀହ ପ୍ରଜାପତିକୁ ବାରମ୍ବାର,
ଲାଲ ଗୋଲାପକୁ ଚୁମିବାକୁ
ଧାଇଁ ଆସୁଥିଲା ହୋଇ ଆଗଭର,
ଆଶାର ଘୁର୍ଣ୍ଣିବାତ୍ୟାଟା ଚେତାବନୀ ଦେଉଥଲା ଥରକୁ ଥର,
ଗୋଲାପଟା କଣ ନ କରିଥିଲା ???
ଆତିଥ୍ୟତାର ପରଶରେ ହଜାଇଦେଇଥିଲା ନିଜକୁ ପ୍ରଜାପତି ପାଖର,
କେମିତି କରି ନ ଥାନ୍ତା ଯେ?
ସେ ପରା ପୁଷ୍ପ ରାଣୀ
ତା ଜାତି ଭାଇ ପରା ନିଷ୍ପାପ ନିଷ୍କଳଙ୍କ ମୁକୁଟ ପିନ୍ଧି
ଦେବତାଙ୍କ ମଥାରେ ଚଢ଼ି ଗଳାନ୍ତୁ କେତେ ଯେ ବାସମୟ ପୁଷ୍ପହାର,
 ଭାରତୀୟ ସରଗପୁରୀରେ ରହି
ଭୁଲିଥାନ୍ତା କେମିତି ତା ମହନୀୟ ସଂସ୍କୃତିର ମହାନ୍ ଉପଚାର !!!

ସମୟ ଗଡି ଚାଲିଲା,
ଅଭିମାନରେ ଗୋଲାପଟା ପ୍ରଜାପତିକୁ ବି ଅଣଦେଖା କଲା,
ରାଗରେ ଜର୍ଜରିତ ହୋଇ
କେତେ ଯେ କଣ କହିଲା,
ଭାଙ୍ଗିଗଲା ବିଚରା ପ୍ରଜାପତିର ଆଶାର ହିମପାହାଡ଼,
ହୃଦୟରେ ଧକ୍କା ଦେଲା ଫାଇଲିନର ପ୍ରବଳ ଝଡ଼
ଖସି ପଡ଼ିଲା ଯେବେ କଣ୍ଟାରେ
ସମ୍ପର୍କର ଗୋଲାପି ହସଟା ଲିଭିଗଲା
ଗୋଲାପର ଅବାସ୍ତବ ଫିକା ଫିକା ହସରେ,
ମମତାର କୋମଳ ଶରୀରରୁ ନିଗିଡିଗଲା କେତେ ଯେ ରୁଧିର 
ହେଲେ ଗୋଲାପ ରାଣୀ ରହିଲା ମଉନ
ଏଇ ଅଣଦେଖାରେ ଭାଙ୍ଗିଗଲା ବିଚରା ପ୍ରଜାପତିର ମନ
ଆଉ ସ୍ୱପ୍ନର ଗୋଲାପି ସହର ଚୁପି ଚୁପି କହିଲା.. .
ଏଇତ ମିଛ ଜୀବନ,
ସଂସାରର କିଣାବିକା ଦୋକାନରେ
ବିତାଇବାକୁ ହୁଏ
 ଛଳନାର ସାତ ସପନ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments