Ad

header ads

କବିତା - ମେଞ୍ଚାଏ ସପନ ଆଖିଏ ଆକାଶ - ଶିବ ଚରଣ ମହାପାତ୍ର

ନିଷ୍ଠୁର ନୀରବତା ସବୁ
ଜୋର୍ କରି ଚାପି ଦେଲେ
ମୋ ଶବ୍ଦ ଆଉ ରୂପକ'ର ପାଟି..!!

ସନ୍ତର୍ପଣରେ ଦେଖ ସେ ତୁମ ପାଖେ ବୁଲୁଛି
ବାଟରେ ଘାଟରେ ସେଇଠି କେଉଁଠି..!!

ଝର୍କା କବାଟ ବନ୍ଦ କରିଦିଅ
ଦଲକାଏ ମିଠା ପବନ ହୋଇ ସେ ଧସେଇ ପସିପାରେ
ଘର ଅଗଣାରେ , ତୁମ ବିଶ୍ୱାସରେ..!!

ଚଟିଆ ଥଣ୍ଟ ମାରି ଉଡିଗଲା ପରି ଉଡିଯାଇ ପାରନ୍ତି
ତୁମ ସୁଖଦ କୋଳାହଳ ସକଳ
ସ୍ୱପ୍ନ ସବୁ ରାତି ଅଧରେ ଗାଳି ପାରନ୍ତି
ଜହ୍ନ ଓଠରୁ ବିଶାକ୍ତ ଗରଳ..!!

ପାସୱାର୍ଡ ପକେଇ ରଖି ଦିଅ
ମୋବାଇଲ, ଲାପଟପ , ହୃଦୟ କବାଟ
ସେ ପ୍ରଜାପତି ହୋଇ ନରମ ଚୁମ୍ବନରେ ଖୋଲିପାରେ
ଯନ୍ତ୍ରଣାର ହାଟ ଆଉ ସମୁଦ୍ରକୁ ବାଟ..!!

ତାକୁ ବୁଲି ଚାହିଁବନି
ସେ ଦାହ ହୋଇ ତୁମ ଦେହେ ଛାଇ ସାଜିଯିବ
ଆଗନ୍ତୁକ ପରି ପାଦ ଧୋଇ
ପଳାତକ କରିନେବ ଶବ୍ଦ ଆଉ ଭାବ..!!

ତାକୁ ଦେଖି ଯାଚିବନି ମଖମଲ୍ ଚାଦରର ହସ
ସେ ଗୁଡି କରି ଉଡେଇବ ହୃଦୟକୁ ତୁମ
ସେ ଜହ୍ନରେ ବି ବିଷ ସେ ଫୁଲରେ ବି ବିଷ..!!

ବାସ୍ ଦେଖୁଛ ତ ଦେଖୁଥାଅ ମେଞ୍ଚାଏ ସପନ
ଆଉ ଆଖିଏ ଆକାଶ..!!


ରଚନା : ଶିବ ଚରଣ ମହାପାତ୍ର

ଠିକଣା : ଚକ୍ରଧରପୁର, କେନ୍ଦୁଝର,   ଦୂରଭାଷ :

Post a Comment

0 Comments