Ad

header ads

କବିତା - ମରିଚିକା - ରାଜେଶ କୁମାର ବାରିକ


ଜାତି ଧର୍ମ ବର୍ଣ୍ଣ ଆଉ ବୟସ
ନୂହେଁ ସେ ଜୀବନର ପ୍ରତିଛବି
ଖାଲି ଅଳିକେ ମାତ୍ର,
ସମୟର ସାଜେ ଭଗ୍ନସ୍ତୁପ
ଜାଳିଦେଇ ମଣିଷକୁ
ପ୍ରତାରଣାର ପ୍ରତିବାଦରେ।

ଆଖି ଆଗର ଗତିହୋଇ
ସୁନ୍ଦର ବରଫ ନଅର
ସୃଷ୍ଟିକରି ପୁଲ,ଫଳ,ଡାଳ,ପତ୍ର
ସବୁଜିମା ହେଲେ କାହିଁକି?

ଏ ଅବାସ୍ତବ ଦୁନିଆ
ଜଳାଇ ଜଳାଇ ମାରୁଛି
ଆଜିବି ପ୍ରତି ମୂହୁତର୍ତ୍ତ
କିଏ ସିଏ ! ଉଦ୍ଦେଶ୍ୟ କଣ?
କଣ ପାଇଁ?
.............. ମରିଚିକା


ରଚନା : ରାଜେଶ କୁମାର ବାରିକ

ଠିକଣା : ଦେବେନ୍ଦ୍ର ପୁର୍, ଅଭଣା,ବାଲେଶ୍ବର,   ଦୂରଭାଷ :

Post a Comment

0 Comments