Ad

header ads

ଅଣୁଗଳ୍ପ - ଖରାପ ସ୍ଵପ୍ନ - ରାଜେଶ କୁମାର ବାରିକ୍


ସନ୍ଧ୍ୟାର ସମୟ ଥାଏ ଆକାଶରେ ଚୁନା ଚୁନା ତାରା ସାଙ୍ଗକୁ ଶିତଳ ପବନ ବୋହୁଥାଏ । ସତେ ଯେମିତି ଝଡ ପରର ଆକାଶ... ର୍ନିମଳ ଅନ୍ଧାରୁଆ । ବେସ୍ କିଛି ଦିନର ନୀରବତା ପରେ ଚୁପଚାପ୍ ଛାତ ଉପରେ ପାଖାପାଖି ବସିଥାଉ ପରି ଆଉ ମୁଁ । ନୀରବର ନିଶ୍ଚିହ୍ନତା ଭିତରେ ଦୂର ଦିଗନ୍ତଟା ଯେମିତି ଆକାଶରେ ମିଳେଇ ଯାଇଛି।ଯେମିତି ସମୟର ସ୍ବରରେ ବଦଳି ଯାଇଛି ଦେହର ବୟସ, ମୁହଁର ଭୃଲତା, ଆଖିର କଜଳ ଆଉ ରାସ୍ତାର ଇତିହାସ। ବହିର ଭିତରଟା ସତେଜ ଥିଲେବି ଚିରିଯାଇଛି ମଲାଟ । ଦର ଦାମ କସିବ କିଏ ନା ଭିତରର ପାଠକୁ ପଢିବ କିଏ ? ସତରେ ଏମିତି କାହିଁକି ହୁଏ, କିଛି ବି ବୁଝାପଡେନି ମନ ସିନା ଭୁଲି ଯାଏ କିନ୍ତୁ ଛାତିରେ ଲାଖିହୋଇ ରହିଯାଏ.... ସାରା ଜୀବନ । କିନ୍ତୁ ତୁମେ କୁହ ଭୁଲ୍ ମୋର ରହିଲା କେଉଁଠି ? ନା...ନା......ସବୁ ଭୁଲ ତ ମୋର ତୁମକୁ ଭଲପାଇବା! ଆଉ ବାପାଙ୍କ ଇଛ୍ଛା ବିରୁଦ୍ଧ ରେ ଯାଇ ତୁମକୁ ବିବାହ କରିବା । ବାପା ମୋପାଇଁ କେତେ ଭଲ ଭଲ ପ୍ରସ୍ତାବ ଠିକ୍ କରିଥିଲେ କିନ୍ତୁ ତୁମର ଏଇ ଭୋଳା ମୁହଁଟାକୁ ଦେଖି ପଳାଇ ଆସିଥିଲି ହେଲେ କଣ ହେଲା? ନା ରହିଲା ସ୍ବପ୍ନ ନା ରହିଲା ବାସ୍ତବତା, ମାନୁଛି ତୁମେ ତୁମର ସବୁ ଶକ୍ତି ଲଗାଇଛ ଆମ ସ୍ବପ୍ନ ପୁରା କରିବାକୁ । ଖାଲି ଏଇଥି ପାଇଁ ତ ତୁମ ପ୍ରେମର ପରସରେ ଆଜକୁ ୨୫ବର୍ଷ ହେବ ବିତାଇ ସାରିଲିଣି ତୁମ ସହ ।ଖାଲି ମଆ ଏତିକି କହୁଛି ତୁମେ ଯେଉଁ ସ୍ବପ୍ନ କଥା କହୁଛନା ତାକୁ ଭୁଲିଯାଅ। ପିଲାମାନଙ୍କ ସ୍ବପ୍ନ ପିଲା ମାନଙ୍କୁ ଦେଖିବାକୁ ଦିଅ। ଦେଖିବ ସମସ୍ତେ ଠିକ୍ ହୋଇଜିବ । ମଣିଷ ଠକିଲେ ଶିଖେ ଆଉ ଅଭିଜ୍ଞତା ଜୀବନର ମୋଡ ବଦଳାଏ ! ତୁମେ କୁହ ମୋର ଅଭିଜ୍ଞତା କଣ କିଛି କାମକୁ ନୁହେଁ? ବାପା ମୁଁ ତାଙ୍କର ସବୁ ଭଲ ମନ୍ଦ ବାଛ ବିଚାରି ଭାବିବା ଜଦି ଭୁଲ ମୁଁ ଭୁଲ୍ କରିଛି! ବାପା ମାଁ ଙ୍କର ସ୍ବପ୍ନ ଜଦି ତାଙ୍କ ପିଲାମାନେ ପୁରା କରିବେନି ତ କରିବ କିଏ? ଆଖିର କଜଳ ପରି ଛାତିରେ ଜାକି କେତେ ଯତ୍ନରେ ବଡକଲି ଭାବିଥିଲି ବଡ ହୋଇ ମୋର ସବୁ ଆଶା ସ୍ବପ୍ନ ପୁରା କରିବ କିନ୍ତୁ ହେଲେ ତୁମରି ପାଇଁ ପିଲାଟା ଖରାପ ହୋଇ ଯାଇଛି । ଜାଣିଛ! ନୋକିଆ ୧୨୦୦ ମଡେଲ୍ ଚେଞ ହୋଇ ୧୨୦୮ ଆସିବାକୁ ପୁରା ୫ବର୍ଷ ଲାଗିଯାଇଥିଲା।କିନ୍ତୁ ଏବେ ପ୍ରତ୍ୟକ ଦିନ ୨ରୁ୩ଟା ମୋଡେଲ ମାର୍କେଟ୍ କୁ ଆସୁଛି , ଥରେ ଆସି ଦେଖ ବାହାର ଦୁନିଆକୁ ଦେଖ କେତେ ଡେଭଲପ୍ କଲାଣି ? ଆଜିର ସମୟରେ ସମୟ ସହ ନ ଦୈଉଡିଲେ ପଛରେ ପଡିଯିବ ସିନା ଆଗକୁ ଆସିପାରିବନି। ତୁମେ କଣ ଚାହୁଁଛ ଆମ ପିଲା ଗାଁ ସ୍କୁଲ୍ ରେ ଗୋଟେ କିରାଣୀ ହୋଇ ରହିଯାଉ! ଯାହା ତୁମ ଅଧୁରା ସ୍ବପ୍ନ? ନିଜର ସ୍ବାଧୀକାର କୁ ପିଲା ମାନଙ୍କ ଉପରେ ଲଦିଦେବା ଅପେକ୍ଷା ଥରେ ଛାଡିଦିଅ ତାଙ୍କ ନିଜର ସ୍ବପ୍ନ ପୁରା କରିବାକୁ । ଗୋଡରେ ରଶି ବାନ୍ଧି। ଦେଖିବ ଆକାଶର ଚାନ୍ଦ ହୋଇ ସବୁଦିନ ଝଲସୁଥିବ। 

ମୁଁ କିଛି କହିବା ଆଗରୁ ମୁହଁକୁ ହାତ ଦେଇଦେଲା ପରି , କହିଲା... ମୁଁ ତୁମର ସ୍ତ୍ରୀ ଆଜିବି ତୁମକୁ ଆଗଭଳି ଭଲ ପାଉଛି ପ୍ଲିଜ୍ ଆମର ସେଇ ଅଧୁରା ସ୍ବପ୍ନକୁ ଖରାପ ସ୍ବପ୍ନ ଭାବି ଭୁଲିଯାଅ। ପିଲା ମାନଙ୍କୁ ତାଙ୍କ ସ୍ବପ୍ନ ପୁରା କରିବାକୁ ଦିଅ ପ୍ଲିଜ୍....... ପାଖରୁ ଆହୁରି ପାଖକୁ ଆସି ମୋ କାନ୍ଧ ଉପରେ ସୋଇ ପଡିଲା। କିନ୍ତୁ ମୁଁ ନୀରବ ଆକାଶ ରେ ଚାନ୍ଦ ଆଉ ମୋ ପାଖରେ ମୋ ଚାନ୍ଦିନୀ କୁ ନେଇ ଭାବନା ରାଇଜରେ ବୁଡିଗଲି.......।


ରଚନା : ରାଜେଶ କୁମାର ବାରିକ୍

ଠିକଣା : ଦେବେନ୍ଦ୍ର ପୁର, ଅଜଣା, ବାଲେଶ୍ବର,   ଦୂରଭାଷ :

Post a Comment

0 Comments