Ad

header ads

କବିତା - କାନ୍ଦୁଛି କୋଣାର୍କ - ହାସ୍ୟମୟୀ ରାଜ୍

ଆଗରେ ତା'ର ଉତ୍ସବ ଚାଲିଛି
ହସି ସିଏ ପାରୁନାହିଁ
ଭଗ୍ନ ମୁଖଶାଳା କାନ୍ଦୁଛି ଆଜି
ଧରମାର ସ୍ମୃତି ଗାଇ ।

ଚନ୍ଦ୍ରଭାଗା ଟା ଦୂରେଇ ଯାଇଛି
ହୃଦୟରେ ବ୍ୟଥା ବହି
ଧିକ୍କାର କରେ ନିଜକୁ ଆଜି ସେ
ଧରମାର ପ୍ରାଣ ନେଇ ।

ବାରଶ ବଢେଇ ଗଢିଲେ ଯାହାକୁ
ଲହୁ ଲୁହ ସ୍ବେଦ ଦେଇ
ଦେଶରୁ ବିଦେଶ ଚକିତ ହୁଅନ୍ତି
ଶିଳ୍ପକଳା ଦେଖି ଜହିଁ ।

ଭଗ୍ନ ଶିଳାର ଅଣୁକଣା ଦେହୁ
ଭାସିଆସେ ସେଇ ସ୍ବର
ବିଶୁମହାରଣା ଆକୁଳ କ୍ରନ୍ଦନ
ମର୍ମଭେଦୀ ଚିତ୍କାର ।

ମହାନ୍ ପିତା ସେ ମହାନ୍ ପୁତ୍ରର
କୋହ ହୃଦେ ଚାପି ଦେଇ
ବାରଶ ବଢେଇ ଜୀବନ ରଖିଲେ
ହୃଦୟୁ କଲିଜା ଦେଇ ।

ବାର ବରଷର ବାଳକ ଧରମା
ଦଧି ନଉତି ବସେଇ
ମୁଣ୍ଡି ମାରିଦେଲା କୋଣାରକ ଚୂଡା
ଯୋଗ୍ଯ ପୁତ୍ର ବୋଲାଇ ।

ଆଜି ଥରିଯାଏ ଘାସ ପତ୍ର ବି
ସେ କଥା ମନେ ପକାଇ
ଉତ୍କଳ ମାତାର ଯୋଗ୍ଯତମ ସୂତ
ହଜିଗଲୁ ସତେ କାହିଁ ।

କେବେ ତୁ ଆସିବୁ ତା ପାଶକୁ ସତେ
ଆଜି ବି ରହିଛି ଚାହିଁ
ତୋ ନିହାଣ ମୁନ ହସ୍ତ ସ୍ପର୍ଶରେ
ଗଢିବୁ ତୁ ରୂପ ଦେଇ ।

ବାରମାସେ କେତେ ଗହଳ ଚହଳ
ମେଳା ମଉଛବ ହୁଏ
ତା ହୃଦ ବେଦନା ବୁଝନ୍ତିନି କେହି
ଲୁହ ସେ ଗଡାଉ ଥାଏ ।।


ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :

Post a Comment

0 Comments