Ad

header ads

କବିତା - କାହିଁକି ମାରିଲେ ନାତ - ନରେନ୍ଦ୍ର ପ୍ରସାଦ ବେହେରା

ଜଗନ୍ନାଥ ଅଟେ ସବୁରି ଦେଵତା
ବୁଝୁଥାନ୍ତି ସୁଖ ଦୁଃଖ
ଏକାଗ୍ରତା ଯେବେ ନଥିବ ମନର
ପାଇବନି କେବେ ସୁଖ ।

ଡାକି ଡାକି କଣ୍ଠ ଫଟାଇ ଦେଲେକି
ପାଇବ ତାହାର ଭେଟ
ବଡ଼ ଅଭିମାନୀ ଦେବତା ସିଏତ
ମନଜାଣି ଦିଏ କଷ୍ଟ ।

ଗର୍ବ ଅହଂକାର ମନେ ଯାର ଥାଏ
ପାଏ ନାହିଁ ସେ ତାହାଙ୍କୁ
ନୀଳାଚଳ ବାସୀ ନିଳାଲଗାଇଛି
ଦେଖୁଛି ସଵୁ ଲୋକଙ୍କୁ ।

କାହାକୁ କନ୍ଦାଏ କାହାକୁ ସେ ମାରେ
ହସାଏ ପୁଣି କାହାକୁ
ମନଜାଣି ଦିଏ ଫଳ ଭୋଗିବାକୁ
ହସାଏ ନାହିଁ ତାହାକୁ ।

ସୁନ୍ଦର ପଣକୁ ଦେଖାଇ ସର୍ବକୁ
ଗର୍ବ କରୁଥାଏ ଯିଏ
ଅପୁତ୍ରିକ ହୋଇ ସାତ ଜନମକୁ
ପାଣି ମୁନ୍ଦେ ବି ନ ପାଏ ।

ପିତୃ ପୁରୁଷ ତା ଉଦ୍ଧାର ନ ପାଏ
ନର୍କେ ପଡି ହୁଏ ଘାଣ୍ଟି
ଅପୁତ୍ରିକ ମୁଖ ଦର୍ଶନ କରିଲେ
ରାସ୍ତାରେ ପଡିବ ଝୁଣ୍ଟି ।

ଉପରକୁ ସ୍ବଚ୍ଛ ଭିତରେ ଦୁର୍ବଳ
ମନରେ ରଖିଣ ପାପ
ପାପମନ ନେଇ କଳଙ୍କିନୀ ସାଜି
କର୍ମକୁ ଡାକଇ ବାପ ।

ଜଗନ୍ନାଥ ଯିଏ ସବୁରି ଦେବତା
ସୁଖ ଦୁଃଖର ତ ସାଥି
ଏବେଳକୁ କାହିଁ ଜଗନ୍ନାଥ ଗଲେ
ହେଲେନି ରଥେ ସାରଥି ।

ଭରିଦେଲେ ଦେହେ ଅନେକ ଯନ୍ତ୍ରଣା
ବୁଝିକି ପାରୁନ ମିତ
ରାତିଦିନ ତାକୁ ସେବା କରୁଅଛ
କାହିଁକି ମାରିଲେ ନାତ ।

ରୂପ ଯୌବନ ଗର୍ବ ଅହଂକାର
ଅଢେଇ ଦିନ ସଙ୍ଗାତ
ଅପୁତ୍ରିକ ଯେବେ ହୁଏ ପତିବ୍ରତା
ସବୁଠି ଖାଇବ ନାତ ।

ଅପୁତ୍ରିକ ମୁଖ ଦର୍ଶନ କରିଲେ
ମିଳେନି ଦାନା ପେଟକୁ
ଭାତରେ ନମାରି ହାତରେ ମାରିବା
କଥାଟା ଯୁଗ ଯୁଗକୁ ।


ଏପରି ଅନେକ ଜଗତରେ ଥିବେ
ଖୋଜିଲେ ମିଳିବ ସତ
ବାଧିଲେ କାହାକୁ କ୍ଷମା କରିଦେବ
ପୂଣ୍ଯ ଭୂମି ଏ ଭାରତ ।।


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା, ବାଲେଶ୍ବର,  ଦୂରଭାଷ : ୯୮୫୩୧୪୨୫୧୦

Post a Comment

0 Comments