Ad

header ads

କବିତା - କାହିଁକି ବାଜୁନି ବଂଶୀ - ରତ୍ନାକର ଶୀୟ



ହେ ବିଶ୍ବନିଅନ୍ତା କାହିଁ ତୁମ ବଂଶୀ
ଶୁଣିଛି ପଥରବି ତରଳେ ତା ନାଦରେ
ସମସ୍ତ ମନ ପବିତ୍ର ହୋଇଯାଏ
ବିଷ ପାଲଟିଯାଏ ଅମୃତ
ଶାନ୍ତିର ପରସ ଛୁଟେ ଚାରିଆଡ଼େ
ଖେଳିଯାଏ ପ୍ରେମର ମହକ
କୋଳାହଳମୟ ପରିବେଶ ନୀରବୀ ଯାଏ
ହେଲେ କାହିଁକି ବଂଶୀ ବଜାଇବା ବନ୍ଦ କରିଦେଲେ
ଗଭୀର ନିଦ୍ରାରେ ଅଛ ବୋଧେ
କାହିଁକି ଶୁଭୁନି ସେଇ କୋକିଳ ନାଦ
ନିଶବ୍ଦ ନୀରବ ହେବାର କାରଣ କ'ଣ ?
ସତରେ ତୁମେ କାଷ୍ଠ ଅବା ପଥରର ନିର୍ଜୀବ ପ୍ରତିମା
ଶକ୍ତିହୀନ ଆଉ ନିରବତାର ପ୍ରତୀକ ଟିଏ !
ଶୁଣିଛି ତୁମ ଭିଆଣରେ

ସୁଖ ଦୁଃଖ ହସ କାନ୍ଦ
ଖାଲ ଢିପ ଉଠାଣି ଗଡାଣି ଏକ ଚକ୍ର ଭଳି ଚିରନ୍ତନ
ହେଲେ କାହିଁକି ଅଟକି ଯାଉଛି ତୁମ ସୁଦର୍ଶନ ଚକ୍ର
ଅଧିକନ୍ତୁ ଦୁଃଖ କଷ୍ଟ ଛନ୍ଦ କପଟ ଅନ୍ୟାୟ ଅତ୍ୟାଚାର ପାଖରେ
ନାରୀ ନିର୍ଯ୍ୟାତନା ଚୋରି ହାରି ପାଖରେ

ମଦମାଂସ ଆଉ ରକ୍ତର ହୋଲି
ନିତିଦିନିଆ ଘଟଣାର ଫର୍ଦ୍ଦ ପାଲଟିଛି
ଅଯଥା କରିତକରାଳ ନଈବଢିପରି ବଢିଚାଲିଛି
ଟିକିଏ ତରଳି ଯାଅ
ବଜାଇ ଦିଅ ପ୍ରେମର ବଂଶୀ
ଖେଳିଯାଉ ବିଶ୍ବଶାନ୍ତିର ମହକ
ହୋଇଉଠୁ ଆଉ ଏକ ନୂତନ ସୃଷ୍ଟି
ଦୀର୍ଘ ଦିନର ସେଇକଥା ସତହେଉ
କଳିଯୁଗ ଶେଷହୋଇ ସତ୍ୟଯୁଗ ହେଉ ପଦାର୍ପଣ


ରଚନା : ରତ୍ନାକର ଶୀୟ

ଠିକଣା : ରାଈପଲ୍ଲୀ, ପୋ-ଗୁଣ୍ଠପଡା, ଭାୟା - ଆସିକା, ଗଂଜାମ, ୭୬୧୧୧୫ ଦୂରଭାଷ : 9337247206

Post a Comment

0 Comments