Ad

header ads

ଏକାଙ୍କିକା - ସରକାରୀ ଚାକିରୀ - ଦେବବ୍ରତ ବାରିକ


କିଛି ବର୍ଷ ପୂର୍ବରୁ.... ବାପା ବଡ ପାଟି କରି ଗାଳି ଦେଉଥାନ୍ତି ସୁରେଶ କୁ...... । 

ବାପା - ତା ସାଙ୍ଗିଆ  ପିଲା ଆସି ଚାକିରୀ କଲେଣି । ଏ ଏଠି ଅନ୍ନ ଧ୍ୱଂସ  କରୁଛି । 
ମାଆ - ସେ କଣ କରିବ । ସେ ନିଜ ପ୍ରାଣ ପଣେ ଚେଷ୍ଟା ତ କରୁଛି । 
ବାପା - ହଁ ଦେଖୁଛି, କେମିତି ସେ ଚେଷ୍ଟା କରୁଛି । ସବୁବେଳେ ସେଇ ଫୋନ ଭିତରେ ଲାଗି ରହିଲା, ଆଉ ଭବିଷ୍ୟତ ରେ କରିବ କଣ ? 

ଏ ସବୁ ବାପା ଙ୍କ ଠାରୁ ବାରମ୍ବାର ଶୁଣି ତା ନିଜ ଉପରେ ଘୃଣା ଆସିଯାଏ । କାହିଁକି ନା ତା ପାଖରେ ନିଜକୁ ଦୋଷ ଦେବା ଛଡା ଅନ୍ୟ କିଛି ଉପାୟ ନଥାଏ । ତଥାପି ସେ ହାରିନଥିଏ ଯେତେବେଳେ ବି ଯେଉଁ ପୋଷ୍ଟ ବାହାରେ ସବୁ ପକାଏ ଆଉ ରାତି ଦିନ ପଢି ପରୀକ୍ଷା ବି ଦିଏ । ହେଲେ ସେ ସବୁବେଳେ ବିଫଳ ହେଇଥାଏ । ଏମିତି ପରୀକ୍ଷା ଦେଇ ସବୁବେଳେ ନିଜକୁ ଧିକ୍କାର କରେ । ଏପଟେ ତା ପ୍ରେମିକା ବି ବାରମ୍ବାର କହୁଥାଏ କି.... 

ପ୍ରେମିକା - ତମେ କେବେ ଚାକିରୀ କରିବ ? ବାପା ମୋ ବାହାଘର ଅନ୍ୟ ଜାଗାରେ ଠିକ କରିଦେବେ । ତମେ ପ୍ଲିଜ଼ କିଛି ଗୋଟେ କର । 
ସୁରେଶ - କଣ କରିବି ମୁଁ । ମୁଁ ଜାଣିପାରୁନି ମୁଁ ତ ମୋ କର୍ତ୍ତବ୍ୟ ଠିକ ସେ କରୁଛି ହେଲେ ଚାକିରୀ ହେଇପାରୁନି । 
ପ୍ରେମିକା - ତମ ପାଖରେ ଏଇ ବର୍ଷ ଅଛି । ଏ ବର୍ଷ ତମେ ସରକାରୀ ଚାକିରୀ ଟିଏ ନକଲେ ମୋ ଆଶା ଛାଡ଼ିଦେବ । ମୋ ବାପାଙ୍କ ଏକା ଜ଼ିଦ, ସେ ସରକାରୀ ଚାକିରୀ କରିଥିବା ଜ୍ୱାଇଁ କରିବେ । 
ସୁରେଶ - ତୁ ବି ଶେଷରେ... ! ମୋ ପରିସ୍ଥିତି ତ କେହି ବୁଝିବାକୁ ଚେଷ୍ଟା କରୁନ । ସମସ୍ତେ ନିଜ ନିଜର ଆଶା ପଛରେ ପଢିଛ । 

ସୁରେଶ  ସେଠୁ ରାଗି ଘରକୁ ଚାଲିଆସେ । ଘରକୁ ଯିଏ ବି ବନ୍ଧୁ ବାନ୍ଧବ ଆସନ୍ତି ସମସ୍ତଙ୍କ ମୁହଁରେ ସେଇ ଗୋଟାଏ  ପ୍ରଶ୍ନ ସୁରେଶ କେବେ ଚାକିରୀ କରିବୁ । ସାଙ୍ଗ ସାଥି ବି ବେଳେ ବେଳେ ଦେଖେଇ ହେଇ କଥା ହୁଅନ୍ତି ଘରେ ପହଁଚି ପୁଣି ବାପା ଗାଳି ଦେବା ଆରମ୍ଭ କରିଦିଅନ୍ତି ।

ସୁରେଶ -  ତମେ ମାନେ ମୋ ଉପରେ କଣ ପାଇଁ ଏତେ ଚିଡୁଛ ?
ବାପା - ସବୁ ବାପା ମା ଙ୍କ ଇଛା ଥାଏ ତା ପୁଅ ବଡ ମଣିଷ ହେଉ ଚାକିରୀ କରୁ । ଆଉ ବାପା ମା ଙ୍କୁ ସାହାରା ହେଉ । 
ସୁରେଶ - ମୁ କଣ ସାହାରା ହେବାକୁ ମନା କଲିକି... ତମେ ଚାଷ ଛାଡି ଘରେ କଣ ପାଇଁ ବସିଛ ? ତମର ତ ଏତେ ବି ବୟସ ହେଇନଥିଲା କି ତମେ ଚାଷ କରିପାରିବନି । 
ବାପା -  ଶୁଣୁଛୁ ଶୁଣୁଛୁ ତୋ ପୁଅ କଣ କହୁଛି ? ମୁ ଚାଷ କଲି କି ନକଲି  ତୋ ପେଟ ତ କେବେ ଉପାସ  ରଖିନି ନା । 
ସୁରେଶ - ସେଇ ଟଙ୍କିକିଆ ଚାଉଳ ପାଇଁ ହିଁ ତମେ ଚାଷ କାମ ଛାଡିଦେଲ । 

ମା ବାହାରି ଆସି ସୁରେଶ କୁ ବହୁତ ଗାଳି ଦିଏ । ସୁରେଶ କିଛି ନଖାଇ ବାହାରକୁ  ପୁଣି ପଳାଏ ଆଉ ଗୋଟେ ସୁନ ସାନ ଜାଗାରେ ଏକୁଟିଆ ବସି ଭାବେ । ମୁଁ କଣ ଭୁଲ କହିଲି କଣ ପାଇଁ ମୋ ଉପରେ ଏମାନେ ଚିଡ଼ୁଛନ୍ତି  ? ଚାକିରୀ କଣ ବାଡ଼ି ତଳେ ପଡିଛି ଜେ ନେଇ ଆସିବି । ଏମିତି ବହୁତ ଚିନ୍ତା କରି ଭାଙ୍ଗି ପଡିଥାଏ । ସେହି ସମୟ ରେ ତାର ସାଙ୍ଗ ଲିପୁ ଆସି ତା ପାଖରେ ବସିଯାଏ । 

ଲିପୁ - ଆରେ ଏମିତି ଏକା କଣ ବସିଛୁ ? 
ସୁରେଶ - କଣ କରିବି ! ଘରେ ସମସ୍ତେ ଏମିତି ଯାହା ଇଛା କହିଯାଉଛନ୍ତି... । 
ଲିପୁ - ଆବେ ASO ବାହାରିବାର  ଅଛି । ମୁଁ ଜାଣିଛି ତୋର ଏଥର ପକ୍କା ହେଇଯିବ । ତୁ ବ୍ୟସ୍ତ ହୁଅନି ।
ସୁରେଶ - କେବେ ବାହାରିବ ?

ସତେ ଯେମିତି ତା ଆଶା ର ଆଲୋକ ବହୁତ ଦୂରରୁ ଦେଖା ଯାଉଥାଏ । ଆଉ ତା ମନ ରେ ଆଶା ପୁଣି ଥରେ ଘର କରିଦିଏ କି ସେ ASO ପରୀକ୍ଷା ରେ ପାସ କରିବ । ସେ ତତ୍ପର  ହେଇ ଲାଗିପଡେ ASO ପାଇଁ । ଫର୍ମ ପୂରଣ କରି 300 ଟଙ୍କା ବ୍ୟାଙ୍କରେ ଡିପୋଜିଟ କରିଦିଏ । ରାତି ନାହିଁ ଦିନ ନାହିଁ ପଢେ ବହୁତ ପରିଶ୍ରମ କରେ । ଶେଷରେ ପରୀକ୍ଷା ଦିନ ପାଖେଇ  ଆସୁଥାଏ । 

ପ୍ରେମିକା - ବାପା ମୋ ପାଇଁ ବାହାଘର ଠିକ କରିଦେଇଛନ୍ତି । ଆଉ ଦୁଇ ମାସ ପରେ ମୋର ବାହାଘର । 
ସୁରେଶ - ପ୍ଲିଜ଼ ତୁ ସେମିତି କହନିରେ... ମୁଁ ତତେ ବହୁତ ଭଲପାଏ... । ମତେ ଆଉ କିଛି ଦିନ ସମୟ ଦେ । 

ସୁରେଶ କାହାର କଥାକୁ ମୁଣ୍ଡ ରେ ନପୁରାଇ ସେ ତା ପରୀକ୍ଷା ପାଇଁ ଲାଗିପଡେ । ପ୍ରାଥମିକ ପର୍ଯାୟ ପରୀକ୍ଷା ଦିଏ । କିଛି ଦିନ ପରେ ତାହାର ପରୀକ୍ଷା ଫଳ ଆସେ ଆଉ ସେ ମୁଖ୍ୟ ପର୍ଯାୟ କୁ ପହଞ୍ଚିଯାଏ । ମନରେ ବହୁତ ଖୁସି ଆଉ ତା ପ୍ରେମ କୁ ପାଇର ଆଶା ସବୁ କିଛି ଯେମିତି ସ୍ବପ୍ନ ସତ ହେବାକୁ ଯାଉଛି । ଏମିତି ବହୁତ କିଛି ସେ ଭାବି ପକାଏ । କିଛି ଦିନ ପରେ ମୁଖ୍ୟ ପର୍ଯାୟ ପରୀକ୍ଷା ଦିଏ । ଆଉ ଅପେକ୍ଷା କରି ରହିଥାଏ ପରୀକ୍ଷା ର ଫଳ ପ୍ରକାଶ ପାଇଁ । ଦିନ ପରେ ଦିନ ଗଡି ଚାଲିଲା ହେଲେ, ପରୀକ୍ଷା ଫଳ ପ୍ରକାଶ ପାଇଲା ନାହିଁ । ଏପଟେ ପୁଣି ଘରେ ଗାଳି ବାପା ତ କହୁଥିଲେ କହୁଥିଲେ ଏବେ ମା ବି ଗାଳି ଦେବା ଆରମ୍ଭ କରିଦେଲାଣି । ଟିକେ ମନର ଦୁଃଖ କୁ ପ୍ରକାଶ କରିବା ପାଇଁ ପ୍ରେମିକା କୁ ଫୋନ କରେ । ହେଲେ, ସେ ମନକୁ ସାନ୍ତ୍ଵାନା ଦେବା ବଦଳରେ ସେ ତା ବାହାଘର କାଲି ବୋଲି କହି ଫୋନ କାଟିଦିଏ । ସୁରେଶ ର ଆଖିରୁ ଦୁଇ ଟୋପା ଲୁହ ଝରିପଡ଼େ । ଶେଷରେ ଯାହାକୁ ନେଇ ସ୍ବପ୍ନ ଦେଖିଥିଲା, ସେ ବି ଧୂଳିସାତ ହେବାକୁ ଯାଇଛି । କେହି ବି ତା ସପକ୍ଷରେ  ନାହାନ୍ତି । କେହି ବି ଦୁଃଖ ଶୁଣିବାକୁ ନାହାନ୍ତି । ବହୁତ ଭାଙ୍ଗି ପଡିଥାଏ । ସେହି ସମୟ ରେ ତା ସାଙ୍ଗ ଲିପୁ ର କଲ ଆସେ । 

ଲିପୁ - ଆରେ ପରୀକ୍ଷା ଫଳ ବାହାରିବନି । 
ସୁରେଶ - କଣପାଇଁ ?
ଲିପୁ - ସେମାନେ ଭିତିରିଆ କିଛି ପଇସା ନେଉଛନ୍ତି । ବୋଧ ହୁଏ 15 ଲକ୍ଷ ଟଙ୍କା । ତୁ କଣ କହୁଛୁ ଦେବୁ କି ନା ?
ସୁରେଶ - ହେ.. ନା ତୁ ମିଛ କହୁଛୁ । 
ଲିପୁ - ତାହେଲେ ସେ ଅଫିସ କାଲି ଚାଲ ଯିବା ।

ପର ଦିନ ସକାଳୁ ବାହାରି ପଡନ୍ତି ସେ ଅଫିସ କୁ ଆଉ ସେ ଅଫିସର ମାନେ କୁହନ୍ତି ତୁମେ ଫେଲ ହେଇଛ । ହେଲେ ପଛରେ ଟଙ୍କା  ନେଇ ଚାକିରୀ ଦେବା ନିଜ ଆଖିରେ ଯେତେବେଳେ ସୁରେଶ ଦେଖିଲା, ତାର ସରକାରୀ ଚାକିରୀ ଉପର ଭରସା ଉଠିଗଲା । ସେ ବହୁତ ନେହୁରା ହେଲା ଚାକିରୀ ଟିଏ ପାଇବା ପାଇଁ ହେଲେ ସେଠି ତା ଦୁଃଖ କୁ କେହି ବି ଶୁଣୁନଥିଲେ । ସେଠି ତ ବାସ ଟଙ୍କା ଉପରେ କାରବାର ଚାଲେ କାହା ଦୁଃଖ ଲୁହ ର କଣ ଫରକ । ସୁରେଶ ବହୁତ ମନ ଦୁଃଖରେ ଫେରିଥିଲା । ଘରକୁ ନଯାଇ ସେଇ ସୁନ ସାନ ଜାଗାକୁ ଗଲା ଯୋଉଠି ସେ ମନ ଖୋଲି ଟିକେ ଲୁହ ଝରେଇ ପାରିବ । ଆଉ ତା ପାଖରେ କିଛି ଆଶା ନଥାଏ ସବୁ ଆଶା ଆକାଂକ୍ଷା ମରିଯାଇଥାଏ। ଆଜି ତା ପ୍ରେମିକା ର ବାହାଘର । କେତେ ଆଉ କଷ୍ଟ ସହିବ ଆଖିରୁ ଲୁହ ଧାର ଧାର ହେଇ ଝରି ପଡୁଥାଏ। ଶେଷରେ ସେ ଆତ୍ମହତ୍ୟା ର ବାଟ ବାଛିନେଇଥାଏ ।  ଆଉ ସେଇଠି ହିଁ ଆତ୍ମହତ୍ୟା କରିଦିଏ । 

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର

Post a Comment

0 Comments