Ad

header ads

କବିତା - ନିଅନ୍ତି ବରଷା ସୁଖ - ବି. ନିରୁପମା



ପହିଲି ଆଷାଢ଼ ବରଷା ଟୋପାଟି
ଝରିଗଲେ ଝରଝର ,
ଚକା ଭଉଁରୀଟି ଖେଳିବାକୁ ମନ
ହୁଏ ଖାଲି ତରତର ।

ପାଇ ସେ ବରଷା ଛୁଆଁ,
ପ୍ରକୃତିରାଣୀଟି ସରମି ତ ଯାଏ 
ସତେ କିବା ବୋହୂ ନୂଆ !!

ପତ୍ର ଗହଳରେ ବୃକ୍ଷ ଲତା ଯେତେ
ସବୁଜ ସୁନ୍ଦର ଦିଶେ ,
କେତେ ଜାତି ଫୁଲ ଫୁଟି ଯାଇ ଖାଲି
ମହମହ ଆହା ବାସେ ।

ସାଧବବୋହୂଏ ମିଶି ,
ନାଲି ପାଟ ପିନ୍ଧି ଥିରି ଥିରି ହୋଇ
ଯାଆନ୍ତି କୁଆଡ଼େ ହସି ।

ଗଛ ଆଢୁଆଳେ ଡେଣା ଝାଡ଼ି ପକ୍ଷୀ
ନିଅନ୍ତି ବରଷା ସୁଖ ,
ବେଙ୍ଗ ବେଙ୍ଗୁଲୀଏ ଗୀତ ଗାଇ ଗାଇ
ଡେଉଁଥା'ନ୍ତି ଫକଫକ ।

ଚାଷୀ ଭାଇ ହୁଏ ସଜ ,
ଜମିରେ ବୁଣିବ ନୂଆ ବିହନ ତା'
ଆଗେ ସରିଗଲେ ରଜ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

Post a Comment

0 Comments