Ad

header ads

କବିତା - କମୁଛି ଜଳ - ବି. ନିରୁପମା



ଗିରିଷମ ଋତୁରେ ଏ ଟାଣୁଆ ଖରା ,
ଡହ ଡହ ହୋଇ ତାତି ଗଲାଣି ଧରା ।
ଶୀତଳ ଜଳରେ ବୁଡି ଗାଧୋଇବାକୁ,
କେତେ ଯେ ଆନନ୍ଦ ଲାଗେ ଆମ ସଭିଙ୍କୁ ।

କିଏ ଗାଧୋଉ ଅଛନ୍ତି କେତେ ବାଗରେ ,
ନଦୀ,କୂପ ଜଳେ ଅବା ଗାଧୁଆ ଘରେ ।
ଉଦବୃତ ଜଳ ଯେତେକ ଯାଏଟି ବୋହି ,
ତାହାର ସଦୁପଯୋଗ ନ କରୁ କେହି ।

ସେଇ ଜଳ କୃଷିକ୍ଷେତ୍ରେ ପାରନ୍ତା ଲାଗି,
ଉପୁଜନ୍ତା କେତେ ପନି ପରିବା, କୋବି।
'ଜଳ ହିଁ ଜୀବନ' ବୋଲି ଜାଣୁଛି ଯିଏ,
ଅପଚୟ ରୋକି, ଜଳକୁ ସେ ବଞ୍ଚାଏ।

ଧୀରେ ଧୀରେ ମାଟିତଳୁ କମୁଛି ଜଳ ,
ତା ବିହୁନେ ବଞ୍ଚିବାଟି ହେବ ଜଟିଳ ।
କୂଅ ,ପୋଖରୀର ପାଣି ଯାଉଛି ଶୁଖି,
ହନ୍ତସନ୍ତ ହେଉଛନ୍ତି ପଶୁ ଓ ପକ୍ଷୀ ।

ପାଣି କାଢ଼ି ନଳ ବନ୍ଦ କରିବା ଜାଣି,
ଅଯଥାରେ ନଷ୍ଟ ନ କରିବା ଯେ ପାଣି ।
ଘର ଆଗେ ସଫା ପାଣି ରଖିବା କୁଣ୍ଡେ ,
ବୁଲା ପ୍ରାଣୀ ଶୋଷ ବେଳେ ଦେବେଟି ତୁଣ୍ଡେ ।

ଲଗାଇବା ଗଛଲତା ଅଧିକ କିଛି ,
ମୂଳରେ ସେମାନେ ଜଳ ରଖିବେ ସଞ୍ଚି ।
ତେବେ ଯାଇ ସମସ୍ତଙ୍କ କଲ୍ୟାଣ ହେବ ,
ବହୁମୂଲ୍ୟ ଜଳ ଆମ ପାଖରେ ଥିବ ।

ମାମୁରିଆ ,ଛେଣ୍ଡିପଦା,ଅନୁଗୋଳ ।

Post a Comment

0 Comments