Ad

header ads

କବିତା - ବିବେକୀ ଦିଏ କି ଧୋକା - ନରେନ୍ଦ୍ର ପ୍ରସାଦ ବେହେରା

ଗର୍ବ ଅହଂକାରେ      ଚାଲିବା ମଣିଷ
           ମାନେ ନାହିଁ ବଡ଼ ସାନ
ଧନ ସମ୍ପତ୍ତିକୁ      ବଡ଼ ମନେକରି
        ନିଜକୁ ଭାବେ ମହାନ୍  ।।୧।।

ଯୌବନକୁ ମଣେ     ଅତି ଆପଣାର
          ସୁନ୍ଦରକୁ ଭାବେ ଜ୍ୟୋତି
ଥାଉ ଯେତେ ଗୁଣ    ପାଏନି ଆଦର
        କାନ୍ଦୁ ଥାଏ ଦିନ ରାତି  ।।୨।।
ଧନ ଓ ସମ୍ପତ୍ତି     ନୁହେଁ ଦୀର୍ଘସ୍ଥାୟୀ
          ତଥାପି କରୁଛି ଗର୍ବ
ଏକଥାକୁ କେବେ     ଦିଏନା ସେ ଧ୍ଯାନ
        ଯାହା ଦେଖୁଛନ୍ତି ସର୍ବ  ।।୩।।

ଧର୍ମ ଏକା ସିନା      ମହତ ପଣିଆ
        ଏକଥା ମନରେ ହେଜ
ଆଉ ସବୁ ବାକି      ଅଢେଇ ଦିନିଆ
      ବଢାଅନି କେବେ ତେଜ  ।।୪।।

ଆଜି ଏ ସମାଜେ   କେତେ ନରନାରୀ 
          ଧରାକୁ ସରା ମଣନ୍ତି
ପୂର୍ବ ପୁରୁଷଙ୍କ      କହିଥିବା କଥା
       କେବେ ହେଲେ ନ ମାନନ୍ତି ।୫।।

ଗରିବ କାନ୍ଦୁଛି    ଘରକୋଣେ ବସି
       ଅହଙ୍କାରୀ ହସେ ବସି
(କେତେକ)ସୁନ୍ଦରୀ ହସନ୍ତି    ପୁରୁଷକୁ ଦେଖି
       (କହି)ମୋ ପ୍ରେମରେ ଯାଅ ଫଶି  ।।୬।।

ସୁନ୍ଦର ପଣରେ     ବାନ୍ଧି ମୁଁ ରଖିଛି
         ଯାଇ ପାରିବନି ଖସି
ଖସିଯିବ ଯେବେ     ପଡିଯିବ ଛନ୍ଦି
       ପାଇଯିବ ତୁମେ ଫାଶୀ  ।।୭।।

ରାଜା ଜମିଦାର     ଯୁଗ ନାହିଁ ଆଉ
         ଏ ରାଜନୀତିର ଯୁଗ
ଅହଙ୍କାରୀ କୁହେ    କରିବି ଶାସନ
        ଯାହା ଭୋଗିବ ତ ଭୋଗ  ।।୮।।

ଗର୍ବ ଅହଂକାର     ସୁନ୍ଦର ପଣରେ
        ଭରିଛି ସାରା ସଂସାର
ମଣିଷ ପଣିଆ      ହଜିତ ଗଲାଣି
       ସମସ୍ତେ ହେଲେଣି ପର  ।।୯।।

ଆସ ଆଜି ଆମେ    ଏକତ୍ର ହୋଇଣ
        ଗର୍ବକୁ ଦେବା ଦୂରେଇ
ଅହଙ୍କାର ଶବ୍ଦ    ମନରୁ ହଟାଇ
       ସଭିଙ୍କୁ ମଣିବା ଭାଇ  ।।୧୦।।

 ଗୁଣହୀନ ଖାଲି   ସୁନ୍ଦରୀକୁ ଦେଖି    
        ପଡିବାନି ତା'ର ଫାନ୍ଦେ
ଜୁହାର କରୁଛି   ପଡିଥିଲି ଦିନେ 
       ଆଜିବି ଝୁରିକି କାନ୍ଦେ  ।।୧୧।।

ହୃଦୟ ହୀନା ସେ   ସୁନ୍ଦରୀକୁ ଯଦି
       ଦେଇଛ ଭଉଣୀ ଡାକ
ମହାକାଳ ଫଳ   (ପରି) ଦେଖିବ ଉପରୁ 
      ଭିତରେ ପାଇବ ଦୁଃଖ ।।୧୨।।

ଲେଖାର ମର୍ମକୁ   ନ ଭାବି ଖରାପ
      ଟାଣେ ଯେ ନିଜ ଦେହକୁ
ଲେଖକ ବାପୁଡା   ମନ ଦୁଃଖେ ମରେ
       ଭୁଲ ! କହିନି କାହାକୁ  ।।୧୩।।

ନିଜ ଗାଁ କଥା       ନିଜ ଅନୁଭୂତି
       ଦେଇଛି ଲେଖାରେ ସ୍ଥାନ
ଦୁନିଆଁ ଦାଣ୍ଡରେ   ନିନ୍ଦାକରି ମୋତେ
       ହୋଇବ କି  ଭାଗ୍ଯବାନ  ?୧୪।।

ଏପରି ସୁନ୍ଦରୀ     ନାରୀ ମନେ ପ୍ରଭୁ 
           ଭରିଦିଅ ସତ୍ ଚିନ୍ତା
ନିତି ପ୍ରଭାତର   ଅନୁଚିନ୍ତା ବୁଝି
          ଦୁରାଉ ତାର ଦୁଃଶ୍ଚିନ୍ତା ।।୧୫।।

ହାତଯୋଡି କହେ     ନଧରିବ ଦୋଷ
         କରିଦେବ ମୋତେ କ୍ଷମା
ଅନୁଭୂତି ନେଇ     କବିର କଲମ
        ଡରିବନି କେବେ ଜମା  ।।୧୬।।

ନିର୍ଦୋଷକୁ ଆଜି  ସଜାଇଣ ଦୋଷୀ
        କେ ନୁହଁ ଜଗତ ଜିତା
ଅବୁଝା  ଆଜି ବି    ମୁରୁକି ହସୁଛି
       ମଥାରେ ମାରିଣ ଚିତା  ।।୧୭।।

ସାହିତ୍ୟର ମାନେ    ବୁଝେ ନାହିଁ ଯିଏ
       ସେ ନୁହଁ ସାହିତ୍ଯିକ/କା
ସାହିତ୍ଯିକ ବନ୍ଧୁ    କ୍ଷମା ଦେବ ମୋତେ
        ବିବେକୀ ଦିଏ କି ଧୋକା  ?? ।।୧୮।।


ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments