Ad

header ads

କବିତା - ଅଲୋଡା ମଣିଷ - ଭଜରାମ ସେଠୀ

ନିଜେ ମୁଁ ନିଜକୁ ଜଳାଇ ଦେଇଛି
ଆଉ କାହିଁ ଜଳାଇବ,
ତୁମ ପାଇଁ ଏବେ ଅଙ୍ଗାର ହୋଇଛି
ଭସ୍ମ କିବା କରିଦେବ !
ଖୋଜୁ ଥିଲି ଟିକେ ପରଶ ତୁମର
ଅଗ୍ନି ପରୀକ୍ଷା କି ନେଲ,
ଅକ୍ଷମ ସାଜିଛି ସକ୍ଷମ ଶରୀର
ଅଗ୍ନିକୁ ଡରାଇ ଦେଲ ।
ବାହୁ ପିଟୁଥିଲି ବଳୀୟାର ଭାବି
କ୍ଷଣିକେ ପଡେ ମଳିନ,
ବନ୍ଧ ବାନ୍ଧିବାକୁ ସିନ୍ଧୁ କୂଳେ ବସି
ପାଇଲି ମୁଁ ଅପମାନ ।
କାହିଁକି ଜଗତେ ଦୋଷ ଖୋଜେ ନର
ନିଜକୁ ନ ଜାଣି ଦୋଷୀ,
ଅମୂଲ୍ୟ ସମ୍ପଦ ତ୍ଯାଗୀ ହୋଇ ଆଜି
ପାଇବ ସେ କାହୁଁ ଖୁସି ।
ପ୍ରତୀକ୍ଷା କରିଛି ଅମାପ ସୁଖକୁ
ଅଧର୍ମେ ରହିଛି ଭିଜି,
ଅନ୍ତ'ର ଭାବନା ଅନ୍ତର କରି ମୁଁ
ତତଲାରେ ହେଲି ଭାଜି ।
ଦେଖାଣିଆ ତୀର୍ଥ ସଂପର୍କରେ ସ୍ବାର୍ଥ
ମରତେ ଯାଉଛି ମଜି,
ତୁଣ୍ଡେ ତବ ନାମ ଅନ୍ତେ ଛୁରୀ ପ୍ରେମ
ନରକେ ହେଉଛି ମାଜି ।




ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504

Post a Comment

0 Comments