ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ବିଭାଗରେ ନବାଗତ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଟକ - ୧୨/୧୦/୨୦୧୯  ନିକଟରେ  ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟର  ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗର  ଯୁକ୍ତ  ତିନି  ତୃତୀୟ  ଓ  ଦ୍ୱିତୀୟ  ବର୍ଷର  ଛାତ୍ରୀମାନଙ୍କ  ପକ୍ଷରୁ  ପ୍ରଥମ  ବର୍ଷର  ନବାଗତା  ଛାତ୍ରୀମାନଙ୍କୁ  ସ୍ୱାଗତ  ସମ୍ବର୍ଦ୍ଧନା  କରାଯାଇଛି  ।  ମହାବିଦ୍ୟାଳୟର  ଅଧ୍ୟକ୍ଷା  ଜୟଶ୍ରୀ  ମହାନ୍ତି  ଏଥିରେ ଅଧ୍ୟକ୍ଷତା  କରିଥିବା  ବେଳେ ବିଭାଗୀୟ  ମୁଖ୍ୟ  ଡକ୍ଟର  ଲକ୍ଷ୍ମଣ  ସାହୁ  ଓ  ଅଧ୍ୟାପିକା  ଅଞ୍ଜଳି  ବାଳା  ଦାସ  ପରିଚାଳନା  କରିଥିଲେ  ।  ତୃତୀୟ  ଓ  ଦ୍ୱିତୀୟ  ବର୍ଷର  ଛାତ୍ରୀ  ପାୟଲ୍  ରାଉତ, ନିକିତା  ବେହେରା,  ଅଭିଲିପ୍ସା  ପଣ୍ତା  ପ୍ରମୁଖ  ସ୍ୱକୀୟ  ବକୃତା  ଦ୍ବାରା  ନବାଗତ  ଛାତ୍ରୀମାନଙ୍କୁ  ସ୍ୱାଗତ  କରିବା  ସଂଗେ ସଂଗେ  ପରାମର୍ଶ  ଦେଇଥିଲେ  ।  ଏଥିରେ  ଛାତ୍ରୀ  ମନୀଷାରାଣୀ  ବେହେରା,  ରୋଷନୀ,   ମନୀଷା  ଭୋଇ,  ଅର୍ଚ୍ଚନା  ପଲ୍ଲବ,  ସ୍ନିଗ୍ଧାରାଣୀ  ନାୟକ,    ଅଲିଶା  ପରୱାନୀ, ରାଜଶ୍ରୀ  ପ୍ରଧାନ,  ପ୍ରମୁଖ  ପ୍ରଥମ  ବର୍ଷର  ଛାତ୍ରୀ  ପଲ୍ଲବୀ  ନାୟକ,  ମନୀଷା,  ରାଜନନ୍ଦିନୀ, ହରପ୍ରିୟା  ସାମଲଙ୍କୁ  ପୁଷ୍ପ  ଓ  ଉପକରଣ  ଦେଇ  ସ୍ୱାଗତ  କରିଥିଲେ । ପ୍ରଥମେ  ଶ୍ରୀ ଜଗନ୍ନାଥଙ୍କ  ନିକଟରେ  ଦୀପ  ଦାନ  ମଙ୍ଗଳ  ଶ୍ଳୋକ  ଆବୃତ୍ତି  କରାଯାଇ  କାର୍ଯ୍ୟାରମ୍ଭ  କରାଯାଇଥିଲା  ।  ମହାବିଦ୍ୟାଳୟର  ବିଭିନ୍ନ  ବିଭାଗର  ଅଧ୍ୟାପିକା  ନିହାରିକା  ନାୟକ,  ଅଧ୍ୟାପିକା  ଅନୁପମା  ନନ୍ଦ,  ଅଧ୍ୟାପିକା  ପ୍ରଣୟ  ମଞ୍ଜରୀ  ମହାନ୍ତି,  ଅଧ୍ୟାପିକା  ମନସ୍ୱନୀ  ମିଶ୍ର ,  ଅଧ୍ୟାପିକା  ମିତା  ପଟ୍ଟନାୟକ  ପ୍ରମୁଖ  ଉପସ୍ଥିତ  ରହି  ସ୍ୱାଗତ  ଉତ୍ସବକୁ  ସଫଳ  କରିଥିଲେ ।  
Share:  

Comments