Ad

header ads

କବିତା - ତୁମବିନା - ତପନ ଦୀକ୍ଷିତ (ବେଳାଭୂମି)

ବାଟସାରା ନାଲିଛିଟା ଯେବେ ପଡେ
ତୁମ ସରୁ ଅଳତାରେ
ପଳାଶ ଫୁଲରେ ଫଗୁଣ ଫେରଇ
ବାଟଭୁଲା ବସନ୍ତରେ,
ଅସଜଡ଼ା ତୁମ ଚୁନା କେଶ ଯେବେ
ମଳୟଟା ଲୁଚି ଛୁଏଁ
ପଠା କାଶତଣ୍ଡି ଜୁଡ଼ୁବୁଡ଼ୁ ହୁଏ
ଶୀତୁଆ କାକର ଲୁହେ ,
ତୁମବିନା ଲାଗେ ଶୂନ୍ୟତା ମେଳଣ
ବଞ୍ଚିବାଟା ବିଡ଼ମ୍ବନା
ବିଟପ ହୃଦୟ ବାସ୍ତବ ଏଡାଏ
ପ୍ରଭାତଟା ଆନମନା ।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,          ଦୂରଭାଷ : 9537400744

Post a Comment

0 Comments