Ad

header ads

କବିତା - ସ୍ଵପ୍ନ ଅବା ବାସ୍ତବ - ପ୍ରଣତି ମହାପାତ୍ର

ବେଳେ ବେଳେ ଇଚ୍ଛା ହୁଏ ଆମର
ସେ ପ୍ରଶସ୍ତ ସ୍ମୃତିର ପାରିଜାତ ବନରେ
ମନଭରି ଡେଣାଝାଡି ଉଡିବାକୁ।
ରହି ରହି ଆଘ୍ରାଣ କରିବାକୁ
 ଅତୀତର ଅଭୁଲା 
ମନମତାଣିଆ
ମହକକୁ ମନଭରି 
ଉପଭୋଗ କରିବାକୁ।
ଏକା ନୁହେଁ,
ଯେମିତି ସେଦିନ 
ଉଡୁଥିଲେ ଦୁହେଁ,
ନିଶ୍ଚିନ୍ତରେ।
ଓଃ
ଏ ଅବୁଝା ମନଟା ଖାଲି 
ବ୍ୟସ୍ତ ବିବ୍ରତ ହୁଏ ସିନା,
ବୁଝେନାହିଁ ଯମା,
ସ୍ଵପ୍ନ ଆଉ ବାସ୍ତବତାର ତଫାତ୍।
ଗଡିଯାଇଥାଏ ବେଳ ସିନା ...
ପାଶୋରି ହୁଏନା ଅତୀତକୁ
ଅତୀତଟା ଭାରି ଯନ୍ତ୍ରଣା ଦିଏ ସତ,
ହେଲେ ସେହି କ୍ଷତାକ୍ତ ସ୍ମୃତି ର ଆଞ୍ଜୁଳାରୁ ,
ମୋ ଅଜାଣତେ 
ମିଠା ମିଠା ସୁରଭିତ ବାସ୍ନା
ଭାସିଆସେ  ମୋ ଚାରିପାଖରୁ।
ତୁମେ ଅନୁଭବ କର କି ନ କର,
ମୁଁ କିନ୍ତୁ ଖୁବ୍ ଅନୁଭବ କରେ।


ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments