Ad

header ads

କବିତା - ଶୂନ୍ୟ ମନ୍ଦିର - ଶିବ ଚରଣ ମହାପାତ୍ର

ଶୂନ୍ୟ ମନ୍ଦିର-ଦ୍ୱାଦଶ

ଆୟୁଷ ମୋ ପାଶ କରେ ଉପହାସ
ପୀୟୂଷ ବିହୁନେ ବଞ୍ଚେ
ସମୟ ସାଥିରେ ସଙ୍ଗ ନାହିଁ ବୋଲି
ନିସଙ୍ଗ କରମ ସଞ୍ଚେ..

ମୋହ ମାୟା ବାଡ ଭାଙ୍ଗେ ଧର୍ମ ହାଡ
ନଶ୍ୱର ଶରୀର ବୋହି
କୁଙ୍କୁମ ଅତର କାମନାରେ ସାଜେ
ପୂଜକ ମୁଁ ମମଦେହି..

ଅବେଳେ ଏ ଦେହ ଦହନ ହେଲାରୁ
ଉଦିତ ମୋ ଜ୍ଞାନ ରବି
ଯନ୍ତ୍ରଣା ଜଞ୍ଜିର ନିଜ ପାଦେ ବାନ୍ଧେ
କୃତ କର୍ମ ଚିତ୍ତେ ଭାବି..

ବେଳୁବେଳ ଦୁଃଖ ଅଧୀର ହେଲାଣି
ବଧିର ହେଲକି ଆଉ
ନୟନ ଲୋତକ ରୁଧିରାକ୍ତ ହୁଏ
ଦେଖୁନ କି ମହାବାହୁ..

ଆପଣାର ବୋଲି ଯାଣୁଛି ମୁଁ ଏବେ
ତୁମେ ଏକା ପ୍ରିୟତମ
ନିଉଛୁଣା ମୋର ଆବେଗ ଅଗଣା
ବହୁ ଦୂର ତୁମ ପ୍ରେମ..

ଠେଲିଦିଅ ପଛେ ଆଖି ନଜରରୁ
ରଖିଥିବି ହୃଦ ପରେ
କେବେ ନା କେବେ ତ ଫେରି ଚାହିଁଦେବ
ପଲକ ଖୋଲି ଅନ୍ତରେ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0 Comments