Ad

header ads

କ୍ଷୁଦ୍ରଗଳ୍ପ - ସୁନୀତା - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ପୋଷ୍ଟ ପିଅନ ଠାରୁ ଏକ ନିମନ୍ତ୍ରଣ କାର୍ଡ ରିସିଭ କଲେ  ଜୀବନ ବାବୁ । ବହୁତ ଉତ୍କଣ୍ଠାର ସହ ଖୋଲି ଆବିଳ ସ୍ନେହ ଶରଧାରେ ଦେଖିଲେ ତାକୁ । ସତରେ ଆତ୍ମାଟା ପ୍ରଶାନ୍ତି ଲାଭ କଲା ଯେମିତି । କାହିଁକି ବା ହେବନି ? ସୁଦୂର କେନ୍ଦୁଝର ମାଟିରୁ ଆସିଛି ତା ପାଖକୁ ।ଯେଉଁ ମାଟି ସହ କେତେ ଯେ ଜୀବନ୍ତ କିମ୍ବଦନ୍ତୀ ଆଜି ବି ସ୍ମୃତି ହୋଇ ଉଜ୍ଜୀବୀତ ହୋଇ ଝଲାସୁଛି ତା ମାନସ ପଟରେ । ଯେଉଁ ମାଟି ଥିଲା ତା ଜୀବନ ଯାହାର ଜଳ ବାୟୁ ଥିଲା ତା ସ୍ପନ୍ଦନ ସବୁଠୁ ଅତି ଅନ୍ତରଙ୍ଗ ଥିଲେ ତା ପ୍ରେମ ବନ୍ଧନରେ ବନ୍ଧା ସାଥିଗଣ । ଯାହାଙ୍କୁ ପାଇଲେ ନିମିଷକେ ତା ଦୁଃଖ ପାଣି ଫୋଟକା ପରି ମିଳେଇଯାଏ । ସେହି ସାଥୀଭିତରୁ ଜଣେ ସାଥି  ଡବ୍ଲୁ । ତା ଭଉଣୀ ବାହାଘର ।ଯେଉଁ କାର୍ଡରେ ଲେଖାଥିଲା ଶୋଭାଗିନୀ ୱେଡସ ଶଶୀକାନ୍ତ । ଏ ଶୋଭାଗିନୀ କିଏ ? ଡବ୍ଲୁର  ତିନି ଭଉଣୀ ପ୍ରାୟ।କିଏ ଜଣେ ହୋଇଥିବ । ନିଶ୍ଚୟ ବଡ଼ ଭଉଣୀ ହୋଇଥିବ । ଏମାନଙ୍କୁ ଭିତରୁ ମଝିଆଁ ଯିଏ ସେ ଥିଲା ଜୀବନର ଜୀବନ । ତା ମନରେ ବି ଟିକେ ଛାନିଆଁ ପଶୁଥାଏ । କାଳେ ସେ ହୋଇଥିବ କି ? ଏଇ ତିନି ବର୍ଷ ହେବ ତାର ଡବ୍ଲୁ ପରିବାର ସହ ସଂଯୋଗ ନ ଥିଲା । ନାଁ ନିଶ୍ଚୟ ବଡ଼ ହୋଇଥିବ, କାହିଁକି ନା ବଡ଼ର ଯଦି ଆଗରୁ ବିବାହ ସରିଥାନ୍ତା ତେବେ  ସେ କଣ ଜାଣି ନ ଥାନ୍ତା । ଚାହିଁ ରହିଥାଏ କାନ୍ଥରେ ଥିବା କ୍ୟାଲେଣ୍ଡରକୁ ସେଇ ସେପ୍ଟେମ୍ବର ୧୫କୁ । ସେ ଯାଇ ବିବାହ ଘରେ ଉପସ୍ଥିତ ହେବ । କଥାଟା ପ୍ରକୃତ ସେଇଠି ନୁହଁ ସେ ବହୁତ ଦିନ ପରେ ତା ମନର ମାନସୀକୁ ପାଖରେ ପାଇବ, କେତେ ହସ ଖୁସି ଆଉ ମଜା ବି କରିବ, ଖାଲି ସେତିକି ନୁହଁ ସେ ପଚାରିବ, ଆଉ ସେମାନେ କେବେ ଏପରି ଉତ୍ସଚରେ ମିଳିତ ହେବେ ? କେବେ ସେ ତା ଜୀବନ ସାଥ କରି ତା ମହଳକୁ ତା ସ୍ୱପ୍ନର ଅପ୍ସରୀକୁ ରାଣୀକରି ନେଇ ଆସିବ ?

  ବିବାହ ଦିନ ପୂର୍ବରୁ ନୂଆ ଦାମିକା ପୋଷାକ ସହ ଚିକ୍କଣ ଚାକ୍କଣ ହୋଇ ପୁରା ହିରୋ ହୋଇ ବାହାରିଲା ସେ।ମନରେ କେତେ ଉତ୍କଣ୍ଠା ! କେତେ ଉନ୍ମାଦନା ! ଭଲ ଗିଫ୍ଟ ବି କିଣିଲା । ତା ସହ ତା ଭାବି ଜୀବନ ସାଥୀ ପାଇଁ ବଢିଆ ତୋଫାଟେ କିଣି  ଆଗେଇ ଚାଲିଲା ଟ୍ରେନରେ କିନ୍ତୁ ମନ ଉଡୁଥାଏ ଗଗନରେ । ତା ମନର ମଣିଷର ଅତି ମନ ପସନ୍ଦର କିଛି ଚକଲେଟ କିଣି ପହଁଚିଲା ଡବ୍ଲୁ ଘରେ।ଡବ୍ଲୁ ଘର ଥିଲେ ମାରୁୱାଡି ସମ୍ପ୍ରଦାୟର।ଅଭିନବ ବିବାହ ବ୍ୟବସ୍ଥା।ସତରେ ସଜ୍ଜିତ ଘର ବାହାର ଲାଗୁଥାଏ ସତେ କି ତାଜମହଲ !ସମ୍ମୁଖରେ କେଡେ ଡିଜାଇନ ରେ ଲେଖା ହୋଇଥାଏ ଶୋଭାଗିନୀ ୱେଡସ ଶଶୀକାନ୍ତ। ମନେ ମନେ ସେ ବହୁତ କୁରୁଳୁଥାଏ କାହିଁକି ନାଁ ଦିନ ଆସିବ ସେହି ଜାଗାରେ ଲେଖାହେବ ସୁନୀତା ୱେଡ଼ସ ଜୀବନ।ବାରମ୍ବାର ସେ ଦେଖୁଥାଏ ଆଉ ହସୁଥାଏ ମଧ୍ୟ,କାରଣ ତାକୁ ଲାଗୁଥାଏ ତାଙ୍କ ଦୁହିଙ୍କ ନାଁ ଲେଖାଯାଇଛି କି ?

    ଭିତରକୁ ପଶିଲା।ସୁନ୍ଦର ସାଜସଜ୍ଜା ତା ମନକୁ ଟାଣି ନେଉଥାଏ।ଅବଶ୍ୟ ଭିତରଟା ତାକୁ ଅଚିହ୍ନା ଲାଗୁ ନ ଥିଲା । ଏଇ ଘରକୁ ସେ କେତେଥର ଆସିଛି।ଘରର ପ୍ରତି ରେଣୁ ତା ହସରେ ହସ ବି ଯୋଗ କରୁଥିଲେ।ସେ ଯେତେବେଳେ ଆଗରୁ ଆସେ ଲାଗେ କିଏ ଜଣେ ହାତ ଧରି ଟାଣି ନେଉଛନ୍ତି କି? ଚାରିଆଡକୁ ଖାଲି ଚାହୁଁଥାଏ।କିଛି ଚିହ୍ନା କିଛି ଅଚିହ୍ନା ବି। ଗେଷ୍ଟ ବସିଥିବା ଚେୟାରରେ ବସିଲା।ତା ପୁରୁଣା ସାଙ୍ଗମାନଙ୍କୁ ମନେ ମନେ ଖୋଜୁଥାଏ।କେତେଜଣଙ୍କୁ ଦେଖିଲା,ହେଲେ ସେମାନେ କାହିଁ ତା ପାଖକୁ ଆସୁନାହାଁନ୍ତି?ପ୍ରାୟ କାର୍ଯ୍ୟ ବ୍ୟସ୍ତ ଥିବେ।କେହି କେହି ବି ଶୁଖିଲା ହସଟାଏ ମାରି ଚାଲିଯାଉଛନ୍ତି।ତା ଭିତରୁ ଉଦୟ କୁ ଦେଖି ଡାକିଲା,ହ୍ୟାଣ୍ଡସେକ କଲା।ଏଇ ସମୟରେ ଡବ୍ଲୁ ଆସିଲା।ଦୁହେଁ କୋଳାକୋଳି ହେଲେ।ବାଃ କି ସମ୍ପର୍କ!ଡବ୍ଲୁ କହିଲା ତୁ କି ବାଜ୍ୟେ ପିଲାଟାଏ ବେ।ଏକରେ ଡେରିରେ ଆସିଲୁ ପୁଣି କୁଣିଆ ପରି ଗେଷ୍ଟ ଚେୟାରରେ ବସିଛୁ।ଯା ଘର ଭିତରୁ ବୁଲିଆ।ସୁନୀତାକୁ ଦେଖାକରି ଆସ।ମନରେ ଯେତିକି ଖୁସି ଲାଗୁଥାଏ ସେତିକି ବି ଆଶଙ୍କା।ଆରେ ଏ ଡବ୍ଲୁ ମୋ କଥା ଜାଣି ଦେଇଛି ନା କଣ?ହଉ ହେଲା ମୁଁ ବସିଛି ଟିକେ ପରେ ଯିବି।କଣ କରିବି ମୋତେ ଟିକେ କାହା।ଡବ୍ଲୁ କହିଲା ଆରେ ଏତେ ଦୂରରୁ ଆସିଛୁ ଟିକେ ବିଶ୍ରାମ ନେ।ହଉ ତୁ ଯାହା କରୁଛୁ କର ମୁଁ ଟିକେ ଗେଷ୍ଟ କଥା ବୁଝେ।

  ଚାଲିଲା ଜୀବନ ଭିତରକୁ।ସେହି ଘର ସେହି ଅଗଣା ସେହି ସୁନୀତାର ଷ୍ଟାଡି ରୁମ।ଯେଉଁଠି ସମୟ ପାଇଲେ ସେ ଟିକେ ମଜାଖୁସି କରେ।ଡାହାଣ ପଟେ ଦେଖିଲା ବେଦି।ଠିକ ଆକବରଙ୍କ ସିଂହାସନ ପରି ସଜ୍ଜା ହୋଇଛି।ଝିଅ ଚାରିପାଖରେ ସମସ୍ତେ,ଫଟୋ ଉଠା ରେ ମାଟିଥାନ୍ତି।ନିଜକୁ ଟିକେ ସଜେଇ ନେଲା ସେ।ହାତରେ ଗିଫ୍ଟ ବକ୍ସ।ସେଠାରେ ସୁନୀତା ଯଦି ଥିବ ତାପାଇଁ ଗୁପ୍ତରେ ଆଣିଥିବା ଗିଫ୍ଟ ଆଉ ଚକୋଲେଟ ବି ଦେବ।ଆଗେଇ ଚାଲିଲା।ଭିଡ଼ ଭିତରୁ ଦିଶିଲା ମୁହଁ।ଚମକି ପଡିଲା ଜୀବନ।ତା ହୃତସ୍ପନ୍ଦନ ବଢିଗଲା,ଚାରିଆଡେ ଅନ୍ଧାର ଦେଖାଗଲା।ଏଇ ତ ସୁନୀତା।ସୁନୀତାର ଆଖି ବି ପଡିଗଲା ଜୀବନ ଉପରେ।ବେଦୀରୁ ଆଶ୍ଚର୍ଯ୍ୟର ସହ ଉଠିପଡ଼ି ଚମକି ପଡିଲା।ଅଳ୍ପ କେଇ ପାଉଣ୍ଡ ଦୂରରେ ସେ ଆଉ ତା ପୁରୁଣା ସ୍ମୃତିର ନାୟିକା।ଦୁହିଙ୍କ ଆଖିରୁ ବିଗାଳିତ ଅଶ୍ରୁ।ଜୀବନର ଜୀବନରୁ ଜୀବନ ସତେ ଯେମିତି ଛାଡି ଚାଲିଗଲା।ତା ପାଦ ତଳ ଅତଡାଟା ଖସି ପଡ଼ିଲା।କୁଆଡେ ଯିବ ଆଗକୁ ନା ପିଚାକୁ।ରାମ,ହଳଧର,ବିଲୁ, ଶକ୍ତି ଯେତେକ ସାଙ୍ଗ ଥିଲେ ଯେଉଁମାନେକି ଜୀବନ ଓ ସୁନୀତାର ଭଲପାଇବା ଜାଣିଥିଲେ ଭିତରେ ଭିତରେ କାନ୍ଦୁଥାନ୍ତି ହେଲେ କଣ ବା କହିବେ? କିଂକାର୍ତ୍ତବ୍ୟବିମୁଢର  ପାଦଦେଶରେ ଦଣ୍ଡାୟମାନ ହୋଇ ଖୋଜୁଥାଏ ଏ ଚକ୍ରବ୍ୟୁହର ବାଟ।ସେପଟେ ସୁନୀତାର ଆଖିରୁ କେତେ ଯେ ଅଶ୍ରୁ?ଇଚ୍ଛା କରୁଥାଏ କେମିତି ତା ଜୀବନ ପାଖକୁ ଦୌଡ଼ି ଆସି ସବୁ କଥା କହିଦିଅନ୍ତା।ଏଇ ସଂଗେ ଜୀବନ ପକେଟ୍ରୁ ସେଲ ଫୋନ ଖୋଲି ଫୋନ କରିବାର ଅଭିନୟ କଲା।ଆଉ ହଳଧରର ସାନ ଭାଇ ପ୍ରମୋଡ଼କୁ ଡାକି ଗିଫ୍ଟ ସ୍ପେଶାଲ ଗିଫ୍ଟ ଆଉ ଚକଲେଟକୁ ଦେଇଦେବା ପାଇଁ କହିଲା।ଆଉ ସାଙ୍ଗ ମାନଙ୍କ କହିଲା ଗୋଟିଏ ଅର୍ଜେଣ୍ଟ କଲ,ମୋତେ ଫେରିବାକୁ ପଡିବ,ଜେଜେମାଙ୍କ ଦେହ ସିରିୟାସ।ସୁନୀତାର ବାପା ମାଆଙ୍କୁ ଆସୁଥିବାର ଦେଖି ପାଦଛୁଇଁ ପ୍ରଣାମ ଜଣାଇଲା ଓ ଜରୁରୀ ଘଟଣା ବର୍ଣ୍ଣନା କରି ଆଜ୍ଞା ଆସୁଛି ପରେ ନିଶ୍ଚୟ ଆସି ସୁନୀ ଘରକୁ ଯିବି କହି ନିଜ କାର ଧରି ଦ୍ରୁତ ଗତିରେ ଫେରିଗଲା ତା ଆସନ୍ତା ବାଟକୁ।

  ବାଟସାରା ଭାବୁଥାଏ ତାର ଅତୀତର ସୁନୀତା ସହ ସ୍ମୃତି ବେଳାଭୂଇଁକୁ।ସେ ଥିଲା +୩ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ର ଐତିହାସିକ ଧରଣୀଧର ମହାବିଦ୍ୟାଳୟର।ଘରୁ ବାହାରି ନିଜ ଷ୍ଟ୍ରୀଟ କ୍ୟାଟ ସାଇକେଲ ଧରି ଅପେକ୍ଷା କରିଛି ସାଥି ସୁବାସକୁ ପାଖ ସିରାଜୁଦ୍ଦିନ ଛକରେ।କି ଆଶ୍ଚର୍ଯ୍ୟ!ଏକ ସୁନ୍ଦରୀ ମନୋହାରୀଣି ତନୁ ପାତିଳୀ ଷ୍ଟାଇଲିଷ୍ଟ ଝିଅ ତା ଆଖିରେ ପଡ଼ିଲା।ଛକକୁ ପଏଣ୍ଟେଡ଼ ହିଲରେ ନବୀନ ଢଙ୍ଗରେ ଚାଲି ଏକ ରିକ୍ସା ଧରି ଚାଲିଲା ଦକ୍ଷିଣ ମୁଖେ।ଇତି ମଧ୍ୟରେ ଜୀବନ ଏକ ଲୟରେ ଚାହିଁ ରହିଥାଏ ସେହି ସୁନ୍ଦରୀକୁ।ତା ଆଖି ବି ମିଶି ଯାଇଥିଲା ଜୀବନ ଆଖିରେ।ହଠାତ ଲାଜେଇ ମୁହଁ ବୁଲେଇ ଚାଲିଗଲା ରିକ୍ସା ଚାଲିବା ଦିଗରେ ମୁହଁ କରି।ଆଉ ପଛକୁ ପୁଣି ଥରେ ବୁଲି ନ ଅନେଇବାକୁ ବି ସେ ଭୁଲି ନ ଥାଏ।ଜୀବନ ମନରେ ଏକ ଅଫୁରନ୍ତ ପୁଲକ ଜାଗ୍ରତ ହେଲା।ସେ କଣ କରିବ ଜାଣିପାରିଲା ନାହିଁ।ସୁନ୍ଦରୀ ତରୁଣୀର ସୌନ୍ଦର୍ଯ୍ୟ ଓ ଚାହିଣୀ ସତେ ଯେମିତି ଆମନ୍ତ୍ରିତ କରିଥିଲା ତା ପଛେ ପଛେ ଯିବାକୁ।ନିଜ ଷ୍ଟାଇଲ ସାଇକେଲରେ ପିଛା କରି ଚାଲିଲା ସେ।ରିକ୍ସା ଆଗ ତ ସେ ପଛ ଆଉ କେତେବେଳେ ସେ ଆଗ ତ ରିକ୍ସା ପଛ।ହଠାତ ତରୁଣୀ ଚାହିଁ ତୋଫା ଦେଇଥିଲା ଏକ ମୁରୁକି ହସା।ଆଉ ସେ ହସରେ ସଂଚାର ହୋଇଥିଲା ପ୍ରେମର ପ୍ରଥମ ସୂଚନା।ରିକ୍ସାରୁ ଓହ୍ଲାଇ ବାରମ୍ବାର ପିଚାକୁ ଚାହିଁ ଯାଉଥାଏ ସେ।ସାଇକେଲ ଉପରେ ବସି ଛିଡ଼ାହୋଇ ଏକ ଲୟରେ ଚାହିଁଥିଲା ଜୀବନ।ଆଉ ଶେଷରେ ଟା ଟା କରିବାକୁ ବି ଭୁଲି ନଥିଲା।ସୁନୀତା ଥିଲା ମହିଳା ମହାବିଦ୍ୟାଳୟ କେନ୍ଦୁଝରର +୨ ଦ୍ଵିତୀୟ ବର୍ଷର କଳା ଛାତ୍ରୀ।ଏଇମିଟି ପ୍ରତ୍ୟହ ଚାଲିଥିଲା ଜୀବନ ସୁନୀତାର ଆଗ ପଛ ରିକ୍ସା ସାଇକେଲର ଲୁଚକାଳି ଖେଳ ଓ ଭାବ ବିନିମୟର ସ୍ୱପ୍ନିଳ ସେତୁ।

   ଦିନକର କଥା।ଚାଲିଥିଲା ଶ୍ରୀଗଣେଶ ପୂଜା।ସୁନୀତା ଆସିଥାଏ ଭାଉଜ ଓ ପୁତୁରା ଝିଆରୀଙ୍କ ସଂଗେ ଦେଖିବାକୁ ଗଣେଶ ମେଢ଼।ହଠାତ ଜୀବନକୁ ଦେଖି ସୁନୀତା ଖୁସିରେ ମୁଗ୍ଧ ହୋଇଗଲା।ଜୀବନ ଚାଲିଲା ସେହି କଲେଜ ମେଢ଼ ଦେଖି।ନିଜ ବୁଟ ଖୋଲି ଗୋଟିଏ ଜାଗାରେ ରଖି ଯାଉଥାଏ ଧୀରେ ଧୀରେ।ହଠାତ ପିଚାକୁ ଚାହିଁଲା।ସୁନୀତାର ଝିଆରୀ ଗୋଡ଼ ବାଜି ଦୂରରେ ପଡୁଥିବା ଜୀବନର ବୁଟ କୁ ହାତରେ ସଜାଡୁଥାଏ ସୁନୀତା।ସତରେ କେତେ ସଂସ୍କାରୀ ଆଉ ଅହଂଶୁନ୍ୟ ଏ ଝିଅ ସୁନୀତା।ପୋଷାକରୁ ଲାଗେ ସେ ବହୁତ ଅଲ୍ଟ୍ରା ମଦର୍ଣ୍ଣ,ହେଲେ ଆଚରଣରେ କି ସଂଭ୍ରମ!ମନ ବୋଧ ହୋଇଗଲା ତାର,ଆତ୍ମା ଶାନ୍ତ ହୋଇଗଲା ଏସବୁ ଦେଖି।ମନେ ମନେ ଭାବିଲା ଜୀବନ ୟାଠାରୁ ବଳି ସାଥୀ କିଏ ବା ଥିବ ତା ଜୀବନ ସାଥୀ ହେବାକୁ!ହେଲେ ତା ସମ୍ବଣ୍ଡରେ ସେ କିଛି ବି ଜାଣି ନାହିଁ ଯେ।

  ଦିନେ ରିକ୍ସାରେ ଫେରୁଥିବାବେଳେ ତାକୁ ଫଲୋ କଲା ସେ।ଏକ ବିଶାଳ ବିଲ୍ଡିଂକୁ ଗଲା ସେ।ଆଉ ଯିବାବେଳେ ଦୂରରୁ ଟାଏ ଟାଏ ଅଭିନନ୍ଦନ ବି ଦେବାକୁ ଭୁଲି ନ ଥାଏ ସୁନୀତା।ଛକରେ କଲେଜ ଗଲାବେଳେ ଜୀବନକୁ ନ ଦେଖିବା ପର୍ଯ୍ୟନ୍ତ ସେ କଦାପି ରିକ୍ସା କରେ ନାହିଁ।ଜୀବନ ବି ଜାଣିଶୁଣି କୌଣସି ଦୋକାନ ଭିତରେ ରହି ଏ ଦୃଶ୍ୟ ଦେଖୁଥାନ୍ତି।ପରେ ବାହାରି ଆସି ସୁନୀତା ହସ ସହ ହସ ମିଳାଇଲା ପରେ ସେ ରିକ୍ସାରେ ଓ ୟେ ପଛରେ।

  ଏଇମିତି ଗମନାଗମନ ର ସୂତ୍ର ଯୋଗାଯୋଗ ସମ୍ପର୍କକୁ  ବି ବହୁତ ବଢ଼େଇଦେଲା।ଜୀବନକୁ ହୋଇଥିଲା ଭୀଷଣ ଜ୍ଜ୍ବର।ପ୍ରାୟତଃ ଏକ ସପ୍ତାହ ଦେଖା ହୋଇନାହିଁ।ସୁନୀତା ପାଗଳି ପରି ହେଉଥାଏ।ଜୀବନର ପ୍ରିୟ ସାଥୀ ହଳଧର ଏସବୁ ଲକ୍ଷ କରି ଜୀବନକୁ ସମ୍ବାଦ ଦେଇଥାଏ।ସୁସ୍ଥ ହେଲାପରେ ଜୀବନ ଖୋଜିଥିଲା ସୁନୀତାକୁ।ଛୁଟି ହୋଇଥାଏ ଜୀବନର ମନ ହେଉଥାଏ କେମିତି ଦେଖନ୍ତାକି ତା ମନର ସ୍ବପ୍ନ ମାନସୀକୁ।ହଠାତ ରୁବି ବିୟୁଟି କାର୍ଣ୍ଣରରେ ଦେଖିଲା ତାକୁ ରାସ୍ତାରୁ।ସୁନୀତା ତା ଭାଉଜ ସହ କିଣୁଥାଏ ଷ୍ଟେସନାରୀ।ଅସମ୍ଭାଳ ଜୀବନ ପହଂଚିଗଲା ସେଠାରେ ବେଲ୍ଟ କିଣିବା ବାହାନାରେ।ବଡ ମହଲ।ଭାଉଜ କିଣିବାରେ ବ୍ୟସ୍ତ ବେଳେ ସୁନୀତା ଜିନିଷ ଦେଖୁଦେଖୁ ପଚାରିଲା କଣ ହୋଇଥିଲା?ଜ୍ଜ୍ବର ଭୀଷଣ?ଯତ୍ନ ନେଉନାହଁ କି?ହଁ ହୋଇଗଲା? କିଏ ଆଉ ଯତ୍ନ ନେବ?ଭାଉଜ ଆସିଛନ୍ତି?ହଉ ଯାଅ।

  ଜୀବନ ଓ ସୁନୀତାର ମନ ପୁରି ଉଠିଥିଲା।କଲେଜରେ ତ ଅନେକ ସାଙ୍ଗ।ଦିନେ ଡବ୍ଲୁ ତା ବାର୍ଥ ଡେ ରେ ସମସ୍ତ ସାଙ୍ଗକୁ ଇନଭାଇଟ କରିଥିଲା।ଜୀବନ ବି ଗଲା ଡବ୍ଲୁ ସାଥୀରେ।ଆଶ୍ଚର୍ଯ୍ୟ ହୋଇଥିଲା ସିଏ।ଇଏତ ସୁନୀତା ଘର।ସୁନୀତା ତାହେଲେ ଡବ୍ଲୁ ଭଉଣୀ।ସେଦିନ ସୁନୀତା ଅବାକ ହୋଇଥିଲା ଜୀବନକୁ ତା ଘରେ ଦେଖି।ଆଦରରେ ଆଗ୍ରହରେ ମୁଚୁ ମୁଛି ହସି ଦେଇଥିଲା କେତେ ଦରବ।ଆଉ ଡବ୍ଲୁ ତା ଭଉଣୀଙ୍କୁ ପରିଚୟ ବି କରିଦେଇଥିଲା ସେମାନଙ୍କ ସହିତ।ଏଥର ଜୀବନର ଚଳାବାଟ ଫିଟି ଗଲା।ଡବ୍ଲୁ ସାଥ୍ୱୀରେ ଆସେ ସୁନୀତା ଘରକୁ।ଦିନେ ସୁନୀତା ତାକୁ ଲାଲ ଗୋଲାପ ଦେଇ ପ୍ରପୋଜ କଲା।ଜୀବନ ବି ଖୁସି ହେଲା,ହେଲେ ସେ ଖୁସି ଭିତରେ ଟିକେ ଦୁଃଖ ଥିଲା।ସୁନୀତା ଜାଣିବାକୁ ଚାହିଁବାରୁ ସେ କହିଥିଲା, ତୁମେ ମୋ ସାଙ୍ଗର ଭଉଣୀ,ଭଲ ପାଇବା ଅବିଚାର ହେବ?ଆମେ ଭଲପାଇବା ପରେ ପରା ଜାଣିଲ ମୁଁ ସାଙ୍ଗର ଭଉଣୀ।ତୁମକୁ ମୁଁ କେବେ ଛାଡ଼ିବି ନାହିଁ।ଏଇମିତି ସମ୍ପର୍କର ବନ୍ଧନ ବହୁତ ଶକ୍ତ ହୋଇଗଲା ଆଉ ଦୁହେଁ ପ୍ରତିଜ୍ଞା କରିଥିଲେ କେହି କାହାଠାରୁ କୌଣସି ପରିସ୍ଥିତିରେ ଅଲଗା ଙ ହେବାକୁ।ସେ ଚାଲିଲେ ବାଣୀବିହାର ପିଜି କରିବାକୁ।ଆଉ ସୁନିତା ସେହି କଲେଜରେ ପଢୁଥାନ୍ତି +୩।ହଠାତ୍ ସୁନୀତାର ବଡ଼ଭାଇ ସ୍ଥିର କଲେ ସୁବୀତାକୁ ମୁମ୍ବାଇରେ ନିଜ ପାଖରେ ରଖି ପଢ଼ାଇବାକୁ।ନିଜର ଇଚ୍ଛା ନ ଥିଲେ ବି ପରିବାର ଚାପରେ ସେ ଯାଇଥିଲା ମୁମ୍ବାଇ।ଶେଷ ଦେଖା କରିଥିଲା ତା କଲେଜ କ୍ୟାମ୍ପସରେ।ଆଖିରୁ  ଧାର ଧାର ଲୁହ।ପୋଛିଦେଇ ବୁଝେଇଥିଲା ସେ।ହେଲେ ଆଜି ତା ଲୁହକୁ କିଏ ପୋଛିବ?ସତରେ ସୁନିତା କେତେ ବଦଳିଗଲା?

  ନିଜ ଘରପାଖରେ ପହଁଚିଗଲା ଜୀବନ।କାରରୁ ବାହାରିଛି କି ନାହିଁ ହଠାତ୍ ଫୋନ୍ ରିଂ ହେଲା।ଖବର ପାଇଲା ଆକ୍ସିଡେଣ୍ଟରେ ବର ଶଶୀକାନ୍ତ ର ଡେଥ ହୋଇଯାଇଛି।ଦ୍ରୁତ ଗତିରେ ଛୁଟିଗଲା ସେ।ସମସ୍ତଙ୍କୁ ବୁଝାଇଲା।ସମସ୍ତେ କହୁଥାନ୍ତି ଏ ଝିଅକୁ ବିବାହ କରିବ କିଏ।ସମସ୍ୟା ସମାଧାନ କରିବାକୁ ଯାଇ ସେ କେବଳ ତା ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଥିଲା।ସୁନିତା ନିଜ ମୁଣ୍ଡ ତଳକୁ କରି ପି ଯାଉଥିଲା ଅମାନିଆ ଆଖିର କେଇଧାର ଲୁହ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments