Ad

header ads

କବିତା - ସ୍ତ୍ରୀ - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସାତ ଜନମର ମମତା ବନ୍ଧନେ ଜୀବନକୁ ବନ୍ଧାଯାଏ
ସାତଦୀପ ଜାଳି କନକ ବେଦୀରେ ହସ୍ତଗ୍ରନ୍ଥି ପଡ଼ିଥାଏ
ଦେବତା, ବ୍ରାହ୍ମଣ, ଅଗ୍ନି ସାକ୍ଷୀ ରଖି ବିବାହ ନିର୍ବାହ ହୁଏ
ଯିଏ ସବୁଏହି କର୍ମର ନାୟିକା; ସ୍ତ୍ରୀ; ପରା ଅଟେ ସିଏ ।।

ଜୀବନର ଚଲାପଥେ ସେତ ଗୋଟେ
କମନୀୟ ଚାରୁ ସାରଣୀ
ଅନ୍ଧାର ରାତିର ଉଜ୍ଵଳ ଦୀପଟେ
ସ୍ତ୍ରୀ; ସିଏ; ସିଏ ଘରଣୀ ।।

ବଂଶ ରକ୍ଷାଅର୍ଥେ ଗର୍ଭେ ଭୃଣଧରି ଅସହ୍ୟ ବେଦନା ‌ସହେ
ବିପଦେ ଆପଦେ ମନ୍ତ୍ରୀ ‌ସମ ଯିଏ ଉତ୍ତମ ମନ୍ତ୍ରଣା ଦିଏ
ଜୀବନର ପ୍ରତି-ମୂ‌ହୁର୍ତ୍ତରେ ‌ଯିଏ ପାଖେ ପାଖେ ରହିଥାଏ
ସଂସାରେ କୁହନ୍ତି ସହଧର୍ମିଣୀ; ସ୍ତ୍ରୀ; ପରା ଅଟେ ସିଏ ।।

ଜୀବନ ଆକାଶେ ସେତ ଧ୍ରୁବତାରା
ସେଗୋଟେ ମଧୂର ବନ୍ଧନ
ପ୍ରେମମୟୀ ପ୍ରିୟା ପ୍ରଣୟ ଲତିକା
ଦଗ୍ଧ ହୃଦୟେ ଚନ୍ଦନ ।।

ଜୀବନେ ଯା'ପାଇଁ ଅନେକ ନାଟକ ଅସମ୍ପୂର୍ଣ୍ଣ‌ ରହିଯାଏ
ଯେଉଁ ମହିୟସୀ ପାଇଁ ଏ ପୁରୁଷ ପିତୃ ପରିଚୟ ପାଏ
କାୟା ପଛେ ପଛେ ଛାୟା ପରି ଯେଉଁ ନାରୀ ଲାଗି ରହିଥାଏ
ପୁରୁଷ ର ପାସେ ପ୍ରକୃତି ପରାୟେ ସ୍ତ୍ରୀ ‌ପରା ଶୋଭାପାଏ ।।

ଯାହା ପଦପାତେ କୁଟୀର ସୁନ୍ଦର
ଫୁଟେ ସତଦଳ ପଦ୍ମ
ନିଦଘେ ମଳୟ ସେତ ପ୍ରୀୟବତୀ
ତା ପାଇଁ ଜୀବନ ଧନ୍ୟ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :

Post a Comment

0 Comments